ଅଣ୍ଟା ବିନ୍ଧା ପାଇଁ ରାମବାଣ ଏହି ଫିଜିଓଥେରାପି ! ଏହି ଥେରାପି କେମିତି କରିବେ ଜାଣନ୍ତୁ । Dr. Ashwriya Gupta

ବନ୍ଧୁଗଣ ବର୍ତ୍ତମାନ ସମୟରେ ଲୋକେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଗତ ସମସ୍ୟାର ଶିକାର ହେଉଥିବା ଆପଣ ଦେଖିବାକୁ ପାଉଥିବେ। ତେବେ ଆମର ବ୍ୟସ୍ତ ବହୁଳ ଜୀବନଶୈଳୀk ଆମକୁ ଅନେକ ସମସ୍ୟାରେ ପକାଇଥାଏ। ଏଥିପାଇଁ ଆମେ ଆମ ଶରୀର ଉପରେ ଉପଯୁକ୍ତ ଧ୍ୟାନ ଦେଇପାରି ନଥାଉ। ଆଉ ଏହି କାରଣରୁ ଆମର ଦେଖାଯାଉଥିବା ଅନେକ ସ୍ବାସ୍ଥ୍ୟ ସମସ୍ୟା ଭିତରୁ ଅଣ୍ଟା ବିନ୍ଧା ହେବା ଏକ ମୁଖ୍ୟ ସମସ୍ୟା ଏବଂ ବଡ ରୋଗ ଭାବରେ ଉଭା ହେଲାଣି। ଆଗ କାଳର ଲୋକ ମାନଙ୍କ ଅପେକ୍ଷା ଏବେର ଲୋକଂକ ପାଖରେ ଆତ୍ୟାଧୁନିକ ଜୀବନଶୈଳୀ କାରଣରୁ ସେମାନେ ଅନେକ ପ୍ରକାର ରୋଗରେ ପୀଡିତ ହେଉଛନ୍ତି।

ତେବେ ଅଣ୍ଟା ବିନ୍ଧା ଭଳି ରୋଗ ଅନେକଙ୍କ କ୍ଷେତ୍ରରେ ଏକ ବଡ଼ ରୋଗ ଭାବରେ ଉଭା ହୋଇଛି। ତେଣୁ ଯଦି ଆପଣ ଗୋଟିଏ ପୋଜରେ ବହୁତ୍ ସମୟ ବସୁଛନ୍ତି ତେବେ ଏହାକୁ ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ଏବଂ ପୋସଚର୍ ଚେଞ୍ଜ କରନ୍ତୁ। କାରଣ ଏମିତି ନହେଲେ ଶରୀର ଏକ ସ୍ଥାନରେ ଅଧିକ ସମୟ ରହି ଯନ୍ତ୍ରଣା ହେବା କିମ୍ୱା ବଥା ହେବା ଭଳି ସମସ୍ୟା ସବୁ ଦେଖା ଦେବା ଆରମ୍ଭ ହୋଇଯାଏ। ଆଉ ଯଦି ଏଭଳି କିଛି ଲକ୍ଷଣ ପ୍ରକାଶ ପାଉଛି, ତେବେ ଯଥା ସମ୍ଭବ ଏହାର ଚିକିତ୍ସା କରନ୍ତୁ ନହେଲେ ପରବର୍ତ୍ତୀ ସମୟରେ ଏହା ଅନେକ କିଛି କାରଣ ସୃଷ୍ଟି କରିବା ପାଇଁ ଦାୟୀ ହେବ।

ଆପଣ ଦେଖିବେ କି ଯେଉଁମାନେ ଶାରିରୀକ କ୍ଷେତ୍ରରେ ସକ୍ରିୟ ଅଛନ୍ତି ସେମାନଙ୍କ କ୍ଷେତ୍ରରେ ବେକ୍ ପେନ୍ ଅନେକାଂଶରେ କମ୍ ପରିମାଣରେ ରହୁଚି। ତେଣୁ ଶରୀରକୁ ନିୟମିତ ବ୍ୟବଧାନରେ ସକ୍ରିୟ କାର୍ଯ୍ଯ ପ୍ରଣାଳୀ ଭିତରକୁ ନେବା ନିହାତି ଆବଶ୍ୟକ।ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଆପଣଙ୍କୁ ଏହାର ଚିକିତ୍ସା ମଧ୍ୟ ବହୁତ୍ ଶୀଘ୍ର ଗ୍ରହଣ କରିବାକୁ ପଡ଼ିବ। ତେଣୁ ଅଫିସିଆଲ୍ ପର୍ସନ ମାନେ ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ନିହାତି ଆବଶ୍ୟକ ଅଟେ। ତେବେ ଆପଣଙ୍କୁ କହି ରଖୁଛୁ ଯେ ବେକ ପେନ୍ ହେବା କିମ୍ୱା ଅଣ୍ଟା ବିନ୍ଧା ସମସ୍ୟାରୁ ବାହାରିବାର ଅନେକ କିଛି ସମାଧାନ ରହିଛି। ବ୍ୟାୟାମ ଏବଂ ଫିଜିଓଥେରାପି ଦ୍ବାରା ଆପଣ ଏହାର ସମାଧାନ କରି ପାରିବେ।

ତେବେ ଉପଯୁକ୍ତ ଚିକିତ୍ସା ପାଇଁ ଡ଼ାକ୍ତର ଆପଣଙ୍କ ଶରୀରର ଗଠନ ଏବଂ ଉଚ୍ଚତା, ଓଜନ ଆଦି ଉପରେ ପ୍ରଥମେ ଧ୍ୟାନ ଦେବେ। ଅନେକ କିଛି ଦିଗକୁ ଧ୍ୟାନ ଦେଇ ଡ଼ାକ୍ତର ଆପଣଙ୍କ ଚିକିତ୍ସା କରିବା ପାଇଁ ଫିଜିଓଥେରାପି ର ପ୍ରକ୍ରିୟା ରେ ଆପଣଙ୍କୁ ଜଡ଼ିତ କରିବେ। ଯେଉଁଭଳି ଭାବରେ ଏହି ଭିଡିଓ ରେ ଡ଼ାକ୍ତର ଜଣଙ୍କ ଫିଜିଓଥେରାପି କରୁଛନ୍ତି ତାକୁ ଭଲଭାବରେ ଦେଖନ୍ତୁ।ଏହା ଦ୍ବାରା ଆପଣ ଅଣ୍ଟା ବିନ୍ଧା ସମସ୍ୟାରୁ ଦୂରେଇ ରହି ପାରିବେ। ଏହାଛଡା ଏକ ନିର୍ଦ୍ଦିଷ୍ଟ ଫିଜିଓଥେରାପି ଦ୍ବାରା ସମସ୍ତ ବେକ ପେନ୍ ହେଉଥିବା ରୋଗୀଙ୍କର ଚିକିତ୍ସା କରା ଯାଇ ନଥାଏ, ଏଥିପ୍ରତି ମଧ୍ୟ ଆପଣ ଧ୍ୟାନ ଦେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment