ତେବେ ବନ୍ଧୁଗଣ ଘରେ ଘରେ ଏବେ ଗୋଟିଏ ରୋଗ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ ମାନଙ୍କ ଠାରେ ବି ଦେଖିବାକୁ ମିଳୁଛି ତାହା ହେଉଛି ଅର୍ଶ, ଆଉ ବେଳେ ବେଳେ ଅର୍ଶ ଆଉ ମଳକାଷ୍ଟ ଏତେ ଜୋର ହୋଇଥାଏ କି ଆମେ ମଳତ୍ୟାଗ ପାଇଁ ଗଲା ବେଳେ ବ୍ଲଡ଼ ମଧ୍ୟ ପଡିଥାଏ |ଯାହା ଆମକୁ ବହୁତ କଷ୍ଟ ମଧ୍ୟ ହୋଇଥାଏ | ତାହା ବ୍ୟତୀତ ଜଣେ ଜଣଙ୍କର ଅର୍ଶ ବୋଲି ମଧ୍ୟ ବାହାରି ପଡିଥାଏ |ତେବେ ଆସନ୍ତୁ ଆଜି ଜାଣିବା ଅର୍ଶ ଭଳି ରୋଗରୁ ମୁକ୍ତି ପାଇବା ପାଇଁ କେଉଁ କେଉଁ ସବୁ ଘରେଇ ଉପଚାର କୁ ଆମେ ବ୍ୟବହାର କରୁଛୁ|
ତେବେ ଆପଣଙ୍କୁ ଯଦି ଅର୍ଶ ଆଉ ମଳକାଷ୍ଟା ଭଳି ରୋଗ ହୋଇଥାଏ ତାହେଲେ ଆମେ ମାନେ ଝାଡା ଗଲା ବେଳେ ଆମର ଝାଡା ଦ୍ୱାର ରୁ ରକ୍ତ ପଡିବ | ତାହା ସହିତ ମଳକାଷ୍ଟା ରେ ମଳ ଦ୍ଵାରରେ ଛୁଞ୍ଚି ଫୁଡ଼ିଲା ଭଳି ଲାଗିବ, ତାହା ସହିତ, ଆମର ଝାଡା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ହେବ ନାହିଁ |ତେବେ ଏହି ରୋଗର କାରଣ ମଧ୍ୟ ଆମେ ନିଜେ ହେଇଥାଉ | ତେବେ ଆମର ଖାଦ୍ୟ ଓ ପେୟ ଏହା ଉପରେ ବିଶେଷ ଭାବରେ ପ୍ରଭାବ ପକାଇଥାଏ |ତାହା ବ୍ୟତୀତ କମ ପାଣିର ସେବନ, ସବୁବେଳେ ନିଶା ଦ୍ରବ୍ୟ ର ସେବନ, ତାହା ଛଡା ନନ ଭେଜ ଖାଦ୍ୟ ର ଅଧିକ ବ୍ୟବହାର, ତେଲିଆ ଖାଦ୍ୟ , ବଜାରରୁ ମିଳୁଥିବା ଜଙ୍ଗ ଫୁଡ ର ସେବନ ମଧ୍ୟ ଏହିଭଳି ରୋଗର କାରକ ଗୁଡିକ ହୋଇଥାଏ | ଏବେ ଆସନ୍ତୁ ଜାଣିବା ଘରେଇ ଉପଚାର ବିଷୟରେ |
ଆବଶ୍ୟକୀୟ ଉପକରଣ :-
ପିଆଜ, ଘିଅ, ମିଶ୍ରି, ଲେମ୍ବୁ, କ୍ଷୀର
ପ୍ରସ୍ତୁତି ପ୍ରଣାଳୀ :-
1- ତେବେ ଆମକୁ ପ୍ରଥମ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ 250 ଗ୍ରାମ ର ପିଆଜ ନେଇକି ତାକୁ ଛୋଟ ଛୋଟ ଖଣ୍ଡ ରେ କାଟି ନିଅନ୍ତୁ, ଆଉ ତାକୁ ଖରାରେ ଶୁଖାଇ ଦିଅନ୍ତୁ | ତାହା ପରେ ତାକୁ କଢେଇ ରେ ଘିଅ ଦେଇକି ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ | ତାହା ପରେ ତାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ ଓ ସେହି ପେଷ୍ଟ ରେ କିଛି ଗାଈ ର ଘିଅ ମିଶାନ୍ତୁ ଓ ସେଥିରେ ମିଶ୍ରି ଗୋଟିଏ ଚାମଚ ମିଶାନ୍ତୁ |ଏବେ ଆପଣଙ୍କର ପ୍ରଥମ ଉପଚାର ଟି ପ୍ରସ୍ତୁତ ହୋଇଗଲା |
2 – ଦ୍ୱିତୀୟ ରେ ଆପଣ ଲେମ୍ବୁ ନିଅନ୍ତୁ, ଆଉ ସେଥିରୁ ରସ ବାହାର କରିକି ଗୋଟିଏ ପାତ୍ର ରେ ରଖନ୍ତୁ, ଆଉ ଗୋଟିଏ ଗ୍ଲାସ ରେ କ୍ଷୀର କୁ ଉଷୁମ କରିକି ନିଅନ୍ତୁ | ଆଉ କ୍ଷୀର ରେ ଗୋଟିଏ ଚାମଚ ଲେମ୍ବୁ ଦିଅନ୍ତୁ ଯାହା ଫଳରେ କ୍ଷୀର ଟି ଛିଣ୍ଡି ଯିବ | ଏବେ ସେହି କ୍ଷୀର କୁ ସେବନ କରନ୍ତୁ |
ବ୍ୟବହାର :-
ତେବେ ଏହିଭଳି ଘରେଇ ଉପଚାର କୁ ଆପଣ ମାନେ ଦିନକୁ 3 ଥର ସେବନ କରୁ ପାରିବେ |
ତେବେ ଏହି ଭଳି ଘରେଇ ଉପଚାର କୁ ବ୍ୟବହାର କରିକି ଆମେ ଅର୍ଶ ଭଳି ରୋଗରୁ ମୁକ୍ତି ପାଇ ପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।