Swastik Tv News Odisha

ଆଉ ଏକ ହୃଦୟଥରା ଭିଡିଓ ଭାଇରାଲ, ବାପା ମାଆ ଚାଲିଗଲେ, ଭଉଣୀ ଅନାଥ ହେଇଯିବ କହି ଆଖି ବୁଜିଲେ ଭାଈ…ଦେଖନ୍ତୁ ଭିଡ଼ିଓ

0

ପ୍ରତିଦିନ ହସ୍ପିଟାଲରୁ ଆସୁଛି ଦେହ ଥରାଇ ଦେବା ଦୃଶ୍ୟ , ମଧ୍ୟପ୍ରଦେଶରେ ସ୍ଥିତି ଦେଖି ଆପଣଙ୍କର ଆତ୍ମା ଥରି ଉଠିବ । ମଧ୍ୟପ୍ରଦେଶ ଦେବେସ୍ ହସ୍ପିଟାଲରେ ଜଣେ କୋରନା ସଂକ୍ରମିତ ରୋଗୀ ଙ୍କ ଭିଡିଓ ଭାଇରାଲ ହୋଇ ବୁଲି ଚାଲିଛି । ଉଜ୍ଜେନ ଜିଲ୍ଲା ନଗଦାର ବାସିନ୍ଦା ଅନୀଲ ସାହାଣି , ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୋହାନଙ୍କୁ ନଜର ରେ ରଖି ଏକ ଭିଡିଓ ପୋଷ୍ଟ କରିଛନ୍ତି । କେମିତି ବଞ୍ଚିବାକୁ ନେହୁରା ହେଉଛନ୍ତି ଅନୀଲ , ଭିଡିଓ ଟି ଦେଖିଲା ପରେ ଆପଣ ମାନେ ମଧ୍ୟ ନିଜକୁ ସମ୍ଭାଳି ପାରିବେନି । 32 ବର୍ଷୀୟ ଅନୀଲ ସାତ ଦିନ ତଳୁ ହସ୍ପିଟାଲରେ ଭର୍ତ୍ତୀ ହୋଇଛନ୍ତି , ତାଙ୍କ ମାଆ ବାପା ଙ୍କର ମୃତ୍ୟୁ ହୋଇ ସାରିଛି ।

ସେ କାନ୍ଦି କାନ୍ଦି କହୁଛନ୍ତି ମୋତେ ସାହାର୍ଯ୍ୟ କରନ୍ତୁ , ମତେ ମୋ ଭଉଣୀକୁ ବି ଦେକିବାର ଅଛି । ମୋ ଭଉଣୀର ଆଉ କେହି ନାହାନ୍ତି , ଭଉଣୀକୁ ମାତ୍ର 20 ବର୍ଷ ମୋର କିଛି ହୋଇଗଲେ ତାର କଣ ହେବ । ମୁଖ୍ୟମନ୍ତ୍ରୀଙ୍କୁ ଅନୀଲ କହୁଛନ୍ତି ମୋ ଅକ୍ସିଜେନ କମି ଯିବାରୁ ମୁଁ ବହୁତ କଷ୍ଟ ପାଉଛି , 5 ଦିନ ହେଲାଣି ବହୁତ ଛଟପଟ ହେଲିଣି । ଏଠି ହସ୍ପିଟାଲରେ କେହି ମୋ କଥା ଶୁଣୁ ନାହାନ୍ତି , ମୋର ଗୋଟିଏ ଏବଂ ଶେଷ ସାହାର ଆପଣ । ମୋ ଭଉଣୀକୁ ଅନାଥ ହେବାରୁ ବଞ୍ଚାଇ ଦିଅନ୍ତୁ , ଭିଡିଓ ଭାଇରାଲ ହେଲା ପରେ ଅନୀଲ କୁ ଇଞ୍ଜେକସନ ଦେଇଥିଲେ ଜଣେ ନର୍ସ । ହେଲେ ତାର କିଛି ଘଣ୍ଟା ପରେ ଅନୀଲ ଙ୍କର ମୃତ୍ୟୁ ହୋଇଗଲା ।

ଦେବେସ ହସ୍ପିଟାଲକୁ ସରକାର କୋଭିଡ୍ ହସ୍ପିଟାଲ ଘୋଷଣା କରିଛନ୍ତି , ହେଲେ ଏଠାରେ ଲଗାତାର ଅକ୍ସିଜେନ ମିଳୁ ନଥିବା ଅଭିଯୋଗ ହେଉଛି । କେବଳ ଅନୀଲ ନୁହନ୍ତି , ଏଠାରେ ପ୍ରତିଦିନ କୋରନା ସଂକ୍ରମିତ ଙ୍କ ର ଜୀବନ ଜୀବା ମାମୁଲି କଥା ହୋଇ ଯାଇଛି । 25 ତାରିଖରେ ଦେବେସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅନୀଲ , ଯଦି ଘରେ ଥାନ୍ତେ ହୁଏତ ବଞ୍ଚି ଯାଇଥାନ୍ତେ ବୋଲି ଲୋକେ କହୁଛନ୍ତି । ମାତ୍ର ହସ୍ପିଟାଲ କହୁଛି ଅନୀଲଙ୍କର ସିଟି ସ୍କାନ କରାଯାଇଥିଲା , 90 ପ୍ରତିଶତ ତାଙ୍କର ସଂକ୍ରମଣ ଥିବାର ଜଣା ପଡିଥିଲା । ଅନେକ ଦିନ ହେଲା ଘରେ ରହି କୋରନା ସହ ଲଢୁଥିଲେ , ସ୍ଥିତି ଖରାପ ହେବାରୁ ହସ୍ପିଟାଲ ଆସିଥିଲେ ।

ଶେଷରେ ତାଙ୍କୁ ରୋମି ଡେସେଭର ଇଞ୍ଜେକ୍ସନ ଦିଆଯାଇଥିଲା , କୋଭିଡ ପ୍ରଟକଲ ହିସାବରେ ତାଙ୍କୁ ମେଡିସିନ ମଧ୍ୟ ଦିଆଯାଉଥିବା ହସ୍ପିଟାଲ କହିଛି । ହେଲେ ଏବେ ପ୍ରଶ୍ନ ଉଠୁଛି 90 ପ୍ରତିଶତ ସଂକ୍ରମିତ ହୋଇ କଥା ହୋଇ ପାରୁଥିଲେ କେମିତି ଅନୀଲ । କାନ୍ଦି କାନ୍ଦି କହିବା ବେଳେ ଥରେ ହେଲେ ଅଟକି ଯାଉ ନଥିଲେ ଅନୀଲ , ହସ୍ପିଟାଲ ନିଜ ଦୋଷ ଖୋସେଇବାକୁ ଏଭଳି ବୁଲେଟିନ ଦଉ ନାହିଁ ତ । କୁହାଯାଉଛି ମୁଖ୍ୟମନ୍ତ୍ରୀ ଙ୍କ ସମ୍ପର୍କୀୟ ଭଣଜା ଥିଲେ ଅନୀଲ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.