Swastik Tv News Odisha

ଆଣ୍ଠୁଗଣ୍ଠି ବାତ ରୋଗୀ କରନ୍ତୁ ଏହି ଏକ୍ସରସାଇଜ୍‌ | Dr. P Vijay Shekhar

0

ବନ୍ଧୁଗଣ ବର୍ତ୍ତମାନ ସମୟରେ ଲୋକେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଗତ ସମସ୍ୟାର ଶିକାର ହେଉଥିବା ଆପଣ ଦେଖିବାକୁ ପାଉଥିବେ। ତେବେ ଆମର ବ୍ୟସ୍ତ ବହୁଳ ଜୀବନଶୈଳୀ ଆମକୁ ଅନେକ ସମସ୍ୟାରେ ପକାଇଥାଏ। ଏଥିପାଇଁ ଆମେ ଆମ ଶରୀର ଉପରେ ଉପଯୁକ୍ତ ଧ୍ୟାନ ଦେଇପାରି ନଥାଉ। ଆଉ ଏହି କାରଣରୁ ଆମର ଦେଖାଯାଉଥିବା ଅନେକ ସ୍ବାସ୍ଥ୍ୟ ସମସ୍ୟା ଭିତରୁ ଅଣ୍ଟା ବିନ୍ଧା ହେବା, ଆଣ୍ଠୁ ଗଣ୍ଠି ବାତ ରୋଗ ଏକ ମୁଖ୍ୟ ସମସ୍ୟା ଏବଂ ବଡ ରୋଗ ଭାବରେ ଉଭା ହେଲାଣି। ଆଗ କାଳର ଲୋକ ମାନଙ୍କ ଅପେକ୍ଷା ଏବେର ଲୋକଂକ ପାଖରେ ଆତ୍ୟାଧୁନିକ ଜୀବନଶୈଳୀ କାରଣରୁ ସେମାନେ ଅନେକ ପ୍ରକାର ରୋଗରେ ପୀଡିତ ହେଉଛନ୍ତି।

ତେବେ ବୟସ ବଢିବା ମାତ୍ରେ ଏହି ରୋଗ ଅନେକଙ୍କ କ୍ଷେତ୍ରରେ ଦେଖାଯାଏ। ଯେଉଁ କାରଣରୁ ସେମାନେ ବସିବା, ଉଠିବା, କିଛି କାମ କରିବା, ମୁଣ୍ତ କୁଣ୍ଡାଇବା ଭଳି କିଛିବି କାର୍ଯ୍ୟ କଲେ ସେମାନଙ୍କୁ ଯନ୍ତ୍ରଣା ଅନୁଭବ ହୋଇଥାଏ। ତେବେ ଆଜି ଆମେ ଜାଣିବା ଏହିଭଳି ଆଣ୍ଠୁ ଗଣ୍ଠି ବାତ ରୋଗ ରୁ ମୁକ୍ତି ପାଇବା ପାଇଁ ଆରାମ ପାଇବା ପାଇଁ ଆମେ କଣ ସବୁ ବ୍ୟାୟାମ କରିବା ଆବଶ୍ୟକ ଅଟେ। ଆପଣ ଆଜି ଏହି ଭିଡିଓ ରେ ସେସବୁକୁ ଦେଖି ଜାଣି ପାରିବେ ଯେ କିପରି ଭାବରେ ଏସବୁ ରୋଗରୁ ମୁକ୍ତି ପାଇବା ପାଇଁ ସଠିକ୍ ଭାବରେ ଏକ୍ସରସାଇଜ କରିବାକୁ ପଡ଼ିଥାଏ। ଏଥିପାଇଁ ଅନେକ କିଛି ବ୍ୟାୟାମ ରହିଛି।

ଯେମିତିକି ଆପଣ ଏଥିପାଇଁ ଏକ ଏକ୍ସରସାଇଜ କୁ ଆପଣେଇ ପାରିବେ, ଯାହାର ନାମ ହେଉଛି ଆଇସୋମେଟ୍ରିକ କ୍ୱାଡ୍ରିସେଫ ଏକ୍ସରସାଇଜ। ଏହାକୁ ସବୁ ବର୍ଗର ଲୋକେ କରି ପାରିବେ, ଯାହାଙ୍କର ବି ଏମିତି ଆଣ୍ଠୁ ଗଣ୍ଠି ବାତ ଜନିତ ରୋଗ ରହିଛି। ଏଠାରେ ଡ଼ାକ୍ତର ଯେଉଁଭଳି ଭାବରେ ଏହାକୁ କରିବା ପାଇଁ କହୁଛନ୍ତି ସେହିଭଳି ଭାବରେ ଆପଣ ଏହାକୁ କରି ପାରିବେ। ଆପଣ ଏହି ଏକ୍ସରସାଇଜ କୁ ପ୍ରତିଦିନ ଦୁଇ ରୁ ତିନିଥର କରି ପାରିବେ।

ସେହିପରି ଆଉ ଏକ ଏକ୍ସରସାଇଜ ହେଉଛି କାଫ ଷ୍ଟ୍ରେଚ।ଏହାକୁ ମଧ୍ୟ ଆପଣ ଘରେ ବହୁତ୍ ସହଜ ଭାବରେ କରି ପାରିବେ। ଯେଉଁଭଳି ଭାବରେ ଡ଼ାକ୍ତର ଏଠାରେ କହୁଛନ୍ତି ତାହାକୁ ଭଲ ଭାବରେ ଧ୍ୟାନ ଦେଇ ଦେଖିଲେ ଆପଣ ଜାଣି ପାରିବେ ଯେ କିପରି ଭାବରେ ଆପଣ ଏହାକୁ ସଠିକ୍ ଭାବରେ କରି ପାରିବେ।ଏହି ଏକ୍ସରସାଇଜକୁ ଆପଣ ୫ ରୁ ୧୦ ଥର ପର୍ଯ୍ୟନ୍ତ ପୁନରାବୃତ୍ତି କରି ପାରିବେ।

ଏହାପରେ ପରବର୍ତ୍ତୀ ବ୍ୟାୟାମ ହେଉଛି ଏଙ୍କଲ୍ ପମ୍ପ ଏକ୍ସରସାଇଜ। ଏହାକୁ କରିବା ମଧ୍ୟ ବହୁତ୍ ସହଜ। ଏଥିରେ କେବଳ ଆପଣଙ୍କୁ ଏଙ୍କଲ କୁ ମୁଭ୍ କରିବାର ଅଛି। ଏଠାରେ ଏହି ଭିଡିଓ ରେ ଡ଼ାକ୍ତରଙ୍କ କହିବା ଅନୁସାରେ ଯଦି ଏହାକୁ ଅନୁସରଣ କରି ଆପଣ କରିବେ ତେବେ ଆପଣ ଏହି ଆଣ୍ଠୁ ଗଣ୍ଠି ବାତ ରୋଗ ରୁ ଆରୋଗ୍ୟ ଲାଭ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.