ଆଣ୍ଠୁଗଣ୍ଠି ବାତ ରୋଗୀ ( Knee Pain Relief ) କରନ୍ତୁ ଏହି ଏକ୍ସରସାଇଜ୍‌ । Dr. Roshen Roy

ତେବେ ବନ୍ଧୁଗଣ ଆମେ ଜାଣିଛୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ହୋଇଥାଏ , ତେଣୁ ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି କିପରି ଆମେ ଆମର ସ୍ୱାସ୍ଥ୍ୟ ର ଯତ୍ନ ନେବା | ତେବେ ଆମେ ଜାଣିଛୁ କି ମଣିଷର ବୟସ ବଢିବା ସହିତ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଦେଖା ଯାଇଥାଏ | ଆଉ ସେହି ସବୁ ରୋଗ ଯୋଗୁଁ ଆମେ ବହୁତ କଷ୍ଟ ପାଇଥାଉ ଓ ଅନେକ ପ୍ରକାରର ସମସ୍ୟା ମଧ୍ୟ ଦେଖା ଦେଇଥାଏ | ତେବେ ସେହି ଭଳି ଗୋଟିଏ ରୋଗ ହେଉଛି ଆଣ୍ଠୁ ଗଣ୍ଠି ବିନ୍ଧା ରୋଗ | ଯାହା ବିଶେଷ କରିକି ବୟସ୍କ ବୃଦ୍ଧ ଆଉ ବୃଦ୍ଧା ଙ୍କ ପାଖରେ ଅଧିକ ଦେଖା ଦେଇଥାଏ | ତେବେ ଆସନ୍ତୁ ବନ୍ଧୁଗଣ ସେ ସମସ୍ତ ସମସ୍ୟା ବିଷୟରେ ଅଧିକ ଆଲୋଚନା କରିବା |

ତେବେ କୁହା ଯାଏ କି ପ୍ରାୟ 40-60 ବୟସରେ ଏହି ପ୍ରକାରର ସମସ୍ୟା ଅଧିକ ଦେଖା ଦେଇଥାଏ | ତାହା ବ୍ୟତୀତ ଏହି ପ୍ରକାରର ରୋଗ ର ଅନେକ କାରଣ ମଧ୍ୟ ରହିଛି ଯାହା ଯୋଗୁଁ ଆମେ ଜାଣି ପାରିଥାଉ କି ଆମକୁ ଆଣ୍ଠୁ ଗଣ୍ଠି ବାତ ହୋଇଛି ବୋଲି | ତେବେ କୁହା ଯାଉଛି କି ଏହି ପ୍ରକାରର ସମସ୍ୟା ସାଧାରଣତଃ ସକାଳେ ନିଦ ରୁ ଉଠିଲେ ଦେଖା ଯାଏ, ସିଡ଼ି ଚଢ଼ିଲା ବେଳେ, ପଣିଆ ରେ ମୁଣ୍ଡ କୁଣ୍ଡେଇଲା ବେଳେ ଏହି ପ୍ରକାରର ସମସ୍ୟା ମାନ ଦେଖା ଯାଇଥାଏ |

ତେବେ ଏହି ଆଣ୍ଠୁ ଗଣ୍ଠି ବାତ ପାଇଁକି ଆମେ କେଉଁ ପ୍ରକାରର ଏକସେସାଇଜ କରିପାରିବା :-

ପ୍ରଥମେ ଆମେ ନିଜ ଆଣ୍ଠୁ ର ଦରଜ କୁ କମ କରିବା ପାଇଁ ଆପଣ ଆଇସମେଟ୍ରିକ କୁଆଡ୍ରେସିଭ ଏକସେସାଇଜ କରି ପାରିବେ | ତେବେ ପ୍ରଥମେ ଏହି ଏକସେସାଇଜ ପାଇଁ ବେଡ଼ସିଡ କୁ ଭାଙ୍ଗ କରିକି ଯେଉଁ ଆଣ୍ଠୁ ରେ ପେନ ହେଉଛି ତାହା ତଳେ ରହିକି ପ୍ରେସର ଦେଇ ପାରିବେ | ଏହୁରି ମଧ୍ୟ ଆପଣ ବେଡ଼ସିଟ କୁ ଭାଙ୍ଗ କରିକି ଦୁଇ ଆଣ୍ଠୁ ମଝିରେ ରଖିକି ପ୍ରେସ କରି ପାରିବେ |ଏହା ଥିଲା ଷ୍ଟ୍ରେଚିଂ ଏକସେସାଇଜ | ତେବେ ଏହି ସବୁ ଏକସେସାଇଜ କୁ ଆପଣ ମାନେ ସପ୍ତାହରେ 2-3 ଥର କରିପାରିବେ | ଆଉ ଏହି ଏକସେସାଇଜ ପାଇଁ ଆମେ 10-15 ମିନିଟ ଟାଇମ ନେବାକୁ ପଡିଥାଏ | ଆଉ ଆପଣଙ୍କର ପାଦକୁ ଉପରକୁ ଉଠାଇବେ ଓ ପାଦ କୁ ସିଧା ଭାବରେ ରଖିକି ମଧ୍ୟ ଏକସେସାଇଜ କରିପାରିବେ |

ତେବେ ଏବେ ଆମେ ଜାଣିବା ନି ଏକ୍କଷ୍ଟେନସନ ଏକସେସାଇଜ ପାଇଁ ୱେଟ କେପ ମଧ୍ୟ ଇଉଜ କରି ପାରିବେ, ନହେଲେ ଆପଣ ମାନେ ବିନା ୱେଟ କେପ ରେ ମଧ୍ୟ ଏକ୍ସସେସାଇଜ କରି ପାରିବେ | ଆଉ ଏକ ଟେବୁଲ ଉପରେ ବସିକି ନିଜର ଗୋଡକୁ ସିଧା ଭାବରେ କରିବେ , ଆଉ ପୁଣି ତଳକୁ କରିବେ | ଏମିତି ଆପଣ ମାନେ ଆପଣଙ୍କର ନି ର ଏକସେସାଇଜ କରି ପାରିବେ |

ତେବେ ଏହି ଭଳି ଭାବରେ ଆପଣ ମାନେ ଯଦି ଆଣ୍ଠୁ ଗଣ୍ଠି ଜନିତ କୌଣସି ସମସ୍ୟା ରେ ପଡିଥିବେ ତାହେଲେ ଫିଜିଓଥୋରାପି ମାଧ୍ୟମରେ ମଧ୍ୟ ଏହି ସବୁକୁ ଏକସେସାଇଜ ଦ୍ଵାରା ସେ ସବୁରୁ ମୁକ୍ତି ପାଇପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment