ଦର୍ଶକ ବନ୍ଧୁ ଆଜିକାଲି ଆଣ୍ଠୁ ଗଣ୍ଠି ବିନ୍ଧା, କମର ରେ ଦରଜ ହେବା ଭଳି ଘଟଣା ପ୍ରାୟ ତୋ ସମସ୍ତ ଙ୍କ ଠାରେ ଦେଖାଦେବାରେ ଲାଗିଛି | ତେବେ ଏହି ସମସ୍ତ ଆଣ୍ଠୁ ଗଣ୍ଠି ବିନ୍ଧା କମର ବିନ୍ଧା ଥିଲେ ମାତ୍ର ଅଳ୍ପ ଦିନରେ ଘରେଇ ଉପଚାର ଦ୍ୱାରା ଏହାକୁ ଭଲ କରନ୍ତୁ | ଆଜି କାଲି ଛୋଟ ରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତ ଙ୍କ ପାଖରେ ଏହି ପରି ରୋଗ ସବୁ ଦେଖା ଯାଏ ତେଣୁ ଏହି ସବୁ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ନିଜେ ନିଜର ଘରେ ରହି ଏହାର ଉପଚାର ମାତ୍ର କିଛି ସମୟରେ କରିପାରିବେ ହଁ ଦର୍ଶକ ବନ୍ଧୁ ତାହାଲେ ଆସନ୍ତୁ ଜାଣିବା ଆଣ୍ଠୁ ଗଣ୍ଠି ଭଳି ସମସ୍ୟା ସବୁଦିନ ପାଇଁ ମୁକ୍ତି ପାଇବାକୁ ହେଲେ ସେଇ ଘରେଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |
ତାହାଲେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଜାଣିବା ଏହି ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ବିଷୟରେ ଜାଣିବା |
ଆବଶ୍ୟକୀୟ ଉପକରଣ :-
ତେବେ ବନ୍ଧୁ ଗଣ ଏହି ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି | ପ୍ରଥମେ ଆପଣଙ୍କୁ 4 ରୁ 5 ଟି ହିରିଡା ନେବାକୁ ହେବ ଓ ତାପରେ ଏହାକୁ ଯେକୌଣସି ଜିନିଷ ସାହାଯ୍ୟ ଏହାକୁ ଚେଁଛି ଏହା ଭିତରେ ଥିବା ମଞ୍ଜି ବାହାର କରିନିୟନ୍ତୁ | ତାପରେ ଏହାର ହିରିଡା ଚପା କୁ ଗ୍ରାଇଣ୍ଡିଂ ସାହାଯ୍ୟ ଏହାକୁ ଗୁଣ୍ଡ କରି ରଖନ୍ତୁ | ଏହା ପରେ ଆବଶ୍ୟକ ହେବ ସନ୍ଦେବ ଲୁଣ ଏହାକୁ ଭଲ ଭାବରେ ଗୁଣ୍ଡ କରି ଏକ ପାତ୍ର ସାହାଯ୍ୟ ରଖନ୍ତୁ | ଏବେ ଜାଣିବା ତୃତୀୟ ସାମଗ୍ରୀ ବିଷୟରେ | ତେବେ ଏହି ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ତୃତୀୟ ଘରେଇ ଉପଚାର ଟି ହେଇଛି ଖାଣ୍ଟି ଗାଈଘିଅ |
ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ :-
ପ୍ରସ୍ତୁତି ପ୍ରଣାଳୀ :-
ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ଟି ପ୍ରସ୍ତୁତ ପାଇଁ ପାଇଁ ପ୍ରଥମେ ଆପଣ ଏକ କଢେଇ ନିୟନ୍ତୁ ଓ ତାକୁ ଗ୍ୟାସ ରେ ବସାନ୍ତୁ ଓ ସେଥିରେ ଖାଣ୍ଟି ଗାଇଘିଅ ଦିୟନ୍ତୁ | ଘିଅଟି ଗରମ ହେଇସାରିବା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ କରିଥିବା ହିରିଡା ଗୁଣ୍ଡ ଓ ସନ୍ଦେବ ଲୁଣ କୁ ସେଥିରେ ଭଲ ଭାବରେ ମିକ୍ସ କରନ୍ତୁ | ତାପରେ ଏହାର ରଙ୍ଗ ପରିବର୍ତ୍ତନ ହେଲେ ଏହାକୁ କାଢି ନିୟନ୍ତୁ | ତାପରେ ଏହାକୁ କିଛି ସମୟ ପାଇଁ ଥଣ୍ଡା ହେବା ପାଇଁ କାଢି ନିୟନ୍ତୁ | ଏବେ ପ୍ରସ୍ତୁତ ହେଇଗଲା ଆପଣଙ୍କ ଘରେଇ ଉପଚାର |
ଏବେ ଜାଣିବା ଏହାର ବ୍ୟବହାର :-
ତେବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟିକୁ ପ୍ରତ୍ୟେକ ଦିନ ସକାଳେ ଖାଇବା ପୂର୍ବରୁ ଏକ ଚାମଚ ଲେଖାଁ ସେବନ କରନ୍ତୁ | ଏମିତି ଦୁଇ ମାସ ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଆପଣଙ୍କର ସମସ୍ତ ପ୍ରକାର ଆଣ୍ଠୁ ଗଣ୍ଠି ବିନ୍ଧା, ହାତ ବିନ୍ଧା ସମସ୍ତ ଯନ୍ତ୍ରଣା ଅଳ୍ପ ଦିନ ମଧ୍ୟରେ ଦୂର ହେଇଯିବ |
ଏହା ଥିଲା ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ରୁ ମୁକ୍ତି ପାଇବାର ଘରେଇ ଉପଚାର |