ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ ବିନ୍ଧା ( Joint pain ) ଗୋଟେ ରାତିରେ ଭଲ ହେବ | Home remedy

ହଁ ବନ୍ଧୁଗଣ ବର୍ତମାନ ଆମ୍ଭମାନଙ୍କ ଶରୀରରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଉଛି l ତା ମାଧ୍ୟରୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏକ ମୁଖ୍ୟ ସମସ୍ୟା ଅଟେ l ଏହି ସମସ୍ୟା ପ୍ରାୟ ଯେକୌଣସି ବୟସର ଲୋକମାନଙ୍କ ଠାରେ ଦେଖାଯାଏ l ଏହି ଯନ୍ତ୍ରଣା ହେବାର ବିଭିନ୍ନ କାରଣ ରହିଥାଏ, ସାଧରଣତଃ ଶରୀରରେ କ୍ୟାଲସିଅମ କମିଯିବା ଯୋଗୁ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଯାଏ l ତେଣୁ ବନ୍ଧୁଗଣ ଆପଣଙ୍କର ଏହି ଯନ୍ତ୍ରଣା କମିବା ପାଇଁ ମୁଁ ଆପଣଙ୍କୁ ଏକ ଚମତ୍କାରୀ ଘରୋଇ ଉପଚାର ବିଷୟରେ ଜଣାଇବି ଯାହା ସମ୍ପୂର୍ଣ ପ୍ରାକୃତିକ ଓ ଆୟୁର୍ବେଦିକ ଚିକିତ୍ସା ଅଟେ l କେଉଁ ପତ୍ର ର ବ୍ୟବହାର ଦ୍ଵାରା ଆମେ ଏହି ଉପଚାର କରିବା l ଏହା ଦ୍ଵାରା ଆପଣଙ୍କର ସମସ୍ତ ବାହ୍ୟ ଓ ଅଭ୍ୟନ୍ତର ଯନ୍ତ୍ରଣା କୁ ରୋକଯାଇପାରିବ l ତେଣୁ ଆସନ୍ତୁ ବନ୍ଧୁ ଗଣ ମୁଁ ଆପଣଙ୍କୁ ଏହାର ଆବଶ୍ୟକ ସାମଗ୍ରୀ, ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜଣାଇବି l

ଆବଶ୍ୟକ ସାମଗ୍ରୀ :-

ସୋରିଷ ତେଲ, ପାନ ପତ୍ର

ହଁ ବନ୍ଧୁଗଣ ଆମେ ଏହି ରେମିଡ଼ିରେ ମାତ୍ର ଦୁଇଟି ସାମଗ୍ରୀ ନେବା, ପ୍ରଥମତ ପାନପାତ୍ର ଏହl ଆପଣଙ୍କୁ ଅତି ସହଜରେ ମିଳିଯାଇଥାଏ ଏବଂ ଏହି ପତ୍ର ମଧ୍ୟ୍ୟ ଆମ ନିତିଦିନିଆ ଜୀବନରେ ବହୁତ କାମରେ ଆସିଥାଏ l ସୋରିଷ ତେଲ ଏହା ପ୍ରାୟ ଆପଣଙ୍କ ଘରେ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବେ l କଠିନ ପରିଶ୍ରମ କରୁଥିବା ଲୋକ ପ୍ରତ୍ୟେକ ଦିନ ଏହାକୁ ଉଷମ କରି ମାଲିସ କଲେ ସେମାଙ୍କୁ ବହୁତ ଉପଶମ ମିଳିଥାଏ l

ପ୍ରସ୍ତୁତି :-

ଆସନ୍ତୁ ବନ୍ଧୁଗଣ ଏହାର ପ୍ରସ୍ତୁତି ବିଷୟରେ ଜାଣିବା, ପ୍ରଥମେ ଆପଣ ଅଳ୍ପ ସୋରିଷ ତେଲ ନିଅନ୍ତୁ ଏବଂ ଗୋଟିଏ ପାନ ପତ୍ର ନିଅନ୍ତୁ l ପାନ ପତ୍ରରେ ଚୂନ ଲଗାଇବା ପରି ସୋରିଷ ତେଲକୁ ପାନପାତ୍ରରେ ଭଲଭାବରେ ଲଗାନ୍ତୁ l ତାପରେ ଏକ ତାୱା ଆଣି ଗ୍ୟାସ ରେ ଅଳ୍ପ ଗରମ କରାନ୍ତୁ, ଏହା ଗରମ ହେବା ପରେ ତେଲ ମାରି ରଖିଥିବା ପାନପାତ୍ର କୁ ଏଥିରେ ସେକାନ୍ତୁ ଏହାକୁ ଅଧିକ ସେକାନ୍ତୁ ନାହିଁ ଏହା ପୁଡିଯାଇପାରେ l

ବ୍ୟବହାର :-

ଯନ୍ତ୍ରଣା ହେଉଥିବା ସ୍ଥାନରେ ସେକା ଯାଇଥିବା ପାନ ପତ୍ରକୁ ଉଷମ ଥିବା ସମୟରେ ଲଗାନ୍ତୁ ଏବଂ ଏହାକୁ ଏକ କପଡା ସାହାଯ୍ୟ ରେ ଯନ୍ତ୍ରଣା ହେଉଥିବା ସ୍ଥାନରେ ବାନ୍ଧି ଦିଅନ୍ତୁ l ରାତି ସାରା ଆପଣ ଏହାକୁ ଲାଗି ରଖିବା ପାଇଁ ଛାଡି ଦିଅନ୍ତୁ lଏହି ପରି ଭାବରେ କିଛି ଦିନ ଆପଣ ଏହାକୁ କରିବା ପାଇଁ ଚେଷ୍ଟା କରନ୍ତୁ ଦେଖିବେ ଆପଣଙ୍କର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଧୀର ଧୀରେ ସମ୍ପୂର୍ଣ ଭଲ ହୋଇଯିବ l ହଁ ବନ୍ଧୁଗଣ ଏହି ଉପଚାର ଟି ବହୁତ ପୁରୁଣା କାଳରୁ ଲୋକମାନେ କରି ଆସୁଛନ୍ତି l ଏହା ଚିକିତ୍ସା ଦ୍ଵାରା ଆପଣଙ୍କର କୌଣସି କ୍ଷତି ହେବ ନାହିଁ କାରଣ ଏହା ଏକ ପ୍ରାକୃତିକ ଓ ପୁରୁଣା ପଦ୍ଧତି ଅଟେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment