ତେବେ ବନ୍ଧୁଗଣ ଆଜିର ସମାଜରେ ମୋବାଇଲ ଗୋଟିଏ ଏପରି ଜିନିଷ ଆମ ଯୁବ ସମାଜ ସହିତ ଆମର ନିଉ ଜେନେରେସନ ପାଇଁ , ଯାହାକୁ ଛାଡିଦେଲେ ମଣିଷ ର ଜୀବନ ଟା ବହୁତ କଷ୍ଟ କର ହେଇଗଲାଣି | ଆଉ ସାଧାରଣ ତ ଆମେ ଦେଖୁଛୁ କି ମୋବାଇଲ ଆମକୁ ବହୁତ ଭାବରେ ସାହାଯ୍ୟ କରୁଛି ଆମର ଡେ ତ ଡେ ଲାଇଫ ରେ | କିନ୍ତୁ ଅଧିକ ପରିମାଣରେ ମୋବାଇଲ ର ବ୍ୟବହାର ଆମ ଯୁବ ପିଢ଼ି ଉପରେ ବହୁତ ଖରାପ ପ୍ରଭାବ ମଧ୍ୟ ପକାଉଛି | ଆଉ ଯାହା ଭବିଷ୍ୟତ ରେ ଆମର ଆଗକୁ ଆସୁଥିବା ଜେନେରେସନ କୁ ଖରାପ କୋରାଇଉଛି | ତେବେ ଆସନ୍ତୁ ବନ୍ଧୁ ଗଣ ଆଜି ଆମେ ଜାଣିବା ଏହି ମୋବାଇଲ ର ବ୍ୟବହାର ଆମ ଜୀବନ ଉପରେ କଣ ସବୁ ଖରାପ ପ୍ରଭାବ ପକାଉଛି |
ଛୋଟ ପିଲା ମାନଙ୍କର କାହିଁକି ବଢୁଛି ମୋବାଇଲ ନିଶା :-
ତେବେ ଆଜିକାଲି ଆମେ ସମସ୍ତେ ଯିଏ ଯାହା କାମରେ ବ୍ୟସ୍ତ | ତେଣୁ ନିଜର ଛୁଆଁ ପ୍ରତି ସମୟ ବାହାର କରିକି ସେମାନଙ୍କୁ ସମୟ ଦେବା ପାଇଁ ଆମର ଟାଇମ ନାହିଁ | ଆଉ ଯାହା ଫଳରେ ପିଲା ମାନେ ମୋବାଇଲ ପ୍ରତି ବେଶି ଏଡିକଟେଡ ହେଉଛନ୍ତି | ତାହା ବ୍ୟତୀତ ଆମେ ଯଦି ଦେଖିବା ତାହେଲେ ପିଲା ଜନ୍ମ ହେବା ପାଖରୁ ଆମେ ପିଲା ଙ୍କୁ ଜାଣି ଜାଣି ମୋବାଇଲ ସହିତ ଏଡିକଟେଡ କରେଇଥାଉ | କାରଣ ଆମେ ମାନେ ବେଶ ଭଲ ଭାବରେ ଜାଣିଛୁ କି ପିଲାଙ୍କୁ ଯଦି ଆମେ ମୋବାଇଲ ଟେ ଧରେଇ ଦେଉଚ୍ଛେ ତାହେଲେ ପିଲା ଆଉ କାନ୍ଦୁନାହିଁ ଆଉ ଖାଇବା ଖାଇଦେଉଛି ମୋବାଇଲ ଦେଖିକି | ତେବେ ପିଲା ର ହେବିଟ ହେଇଯାଉଛି କି ଖାଇବା ସହିତ ମୋବାଇଲ ଦେଖିବା ଟା | ଆଉ ଯାହା ଯୋଗୁଁ ପିଲା ଲୋକ ମାନଙ୍କ ସହିତ କଥା ବାର୍ତ୍ତା ନ ହେଇକି ମୋବାଇଲ ସହିତ ଦିନ ରାତି ଲାଗୁଛି |
ମୋବାଇଲ ଆପଣଙ୍କ ଉପରେ କଣ ଖରାପ ପ୍ରଭାବ ପକାଉଛି :-
ସାଧାରଣତଃ ମୋବାଇଲ ରେ ଆମେ ସବୁ ଜିନିଷ ପାଇଁ ପାରୁଛେ ଆଉ ଯାହା ପାଇଁ ପିଲା ମାନେ ଫିଜିକାଲ ଏକ୍ଟିଭିଟିଜ କୁ ନ ଦେଖିକି ସବୁବେଳେ ମୋବାଇଲ ସହିତ ଏଡିକଟେଡ ହେଇ ପଡୁଛନ୍ତି | ଆଉ ଆପଣ ଜାଣି ରଖିବା ଉଚିତ କି 3 ବର୍ଷରୁ କମ ବୟସର ପିଲା ମାନଙ୍କୁ ମୋବାଇଲ ଠାରୁ ଦୂରେଇ ରଖିବା ଉଚିତ, ଆଉ ଅତି ବେଶୀରେ 10 ମିନିଟ ମୋବାଇଲ ଦେବା ଦରକାର ଅତି ଦରକାର ବେଳେ | ତାହା ସହିତ 5-10 ବର୍ଷର ପିଲା ମାନଙ୍କ ପାଇଁ ଅତି ବେଶୀରେ 30 ମିନିଟ ମୋବାଇଲ ଦେବା ଉଚିତ | କାରଣ ଅଧିକ ମୋବାଇଲ ର ବ୍ୟବହାର ଫଳରେ ଛୋଟ ପିଲା ମାନେ କଥା କହିବାରେ ଅସୁବିଧା ହୁଏ ଆଉ ଲେଟ ମଧ୍ୟ ହୋଇଥାଏ |ଆଉ ଆମର ଧ୍ୟାନ ରଖିବା ଉଚିତ କି ପିଲା ମାନେ ମୋବାଇଲ ରେ କେଉଁ ଭିଡିଓ ଦେଖୁଛନ୍ତି କିଛି ଖରାପ ଦେଖିବାକୁ ବାରଣ କରିବା |
ତେବେ ମୋବାଇଲ ଠୁ ପିଲାଙ୍କୁ କେମିତି ଦୂରେଇବେ :-
ତେବେ ପିଲା ମାନଙ୍କର ଯେତିକି ଆବଶ୍ୟକ ସେତିକି ସମୟ ମୋବାଇଲ ଦେବା ଦରକାର, ଆଉ ପିଲା ଙ୍କର ସମସ୍ତ କାର୍ଯ୍ୟରେ ତାଲିକା କରିବା ଦରକାର ଯାହା ଫଳରେ ପିଲା ମୋବାଇଲ ସହିତ କମ ଧ୍ୟାନ ଦେବ | ତାହା ସହିତ ଖାଇବା ସ୍ଥାନ, ଶୋଇବା ଜାଗା ଓ ପାଠ ପଢିବା ଜାଗା ରେ ମୋବାଇଲ ଜମାରୁ ବ୍ୟବହାର କରିବା ନାହିଁ |
ଏହି ଭଳି ଭାବରେ ଆମେ ପିଲାଙ୍କୁ ମୋବାଇଲ ଠୁ ଦୂରେଇ ପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।