ତେବେ ବନ୍ଧୁଗଣ ଆଜିକାଲି ର ଯୁବ ପିଢ଼ି ମାନଙ୍କ ପାଖରେ ସେ ପିଲା ହେଉ କି ବୟସ୍କ ଲୋକ ସମସ୍ତଙ୍କ ପାଖରେ ଆମ୍ବିଳ ବା ଆମ୍ବିଳ ହେକୁଡ଼ି ନାମକ ସମସ୍ୟା ଦେଖା ଦେଇଥାଏ | ଆଉ ଏହି ଭଳି ସମସ୍ୟା ଆମର ଶରୀରରେ ଦେଖା ଗଲେ ଆମକୁ ବିଭିନ୍ନ ପ୍ରକାରର ଅସୁବିଧା ପରିଲକ୍ଷିତ ହୋଇଥାଏ ଓ ଏହା ବ୍ୟତୀତ ଆମର ଶରୀର ମଧ୍ୟ ଭଲ ଲାଗେ ନାହିଁ | ତେବେ ଏହି ଭଳି ଆମ୍ବିଳ ହେକୁଡ଼ି କାହିଁକି ହୋଇଥାଏ , ଆଉ କେଉଁ କେଉଁ ସବୁ କାରଣ ଯୋଗୁଁ ଆମ ମାନଙ୍କ ଠାରେ ଏହି ଭଳି ଅସୁବିଧା ପରିଲକ୍ଷିତ ହୋଇଥାଏ ଆସନ୍ତୁ ଜାଣିବା |
ତେବେ ଆମେ ମାନେ ଜାଣିଛୁ କି ଆମର ଖାଦ୍ୟ ହଜମ ହେବା ପାଇଁ ଆମର ଶରୀରରେ ଥିବା ପାକସ୍ଥଳୀରେ ଏସିଡ କ୍ଷରଣ ହୋଇଥାଏ | ଆଉ ଯଦି କୌଣସି କାରଣ ରୁ ଏଥିରେ ବ୍ୟତିକ୍ରମ ଆସେ ତାହେଲେ ଏସିଡ ଆମର ପାକସ୍ଥଳୀ ରେ ନ ରହିକି ଆମର ଖାଦ୍ୟ ନଳୀ ଭିତରକୁ ଆସି ଯାଇଥାଏ | ଆଉ ଏହି ପ୍ରକାରର ସମସ୍ୟାକୁ ଆମେ ଆମ୍ବିଳ ହେକୁଡ଼ି ବୋଲି କହିଥାଉ |ତେବେ ଏହି ପ୍ରକାରର ରୋଗ ଯଦି ଆମେ ଫାଷ୍ଟ ଫୁଡ ବା ଭୋଜି ଭାତ ଖାଇ ଦେଇଥାଉ ତାହେଲେ ଦେଖା ଦେଇଥାଏ |ତେବେ ଆମେ ଏହାକୁ ସେତେ ସିରିୟସ ବୋଲି ନେଇ ନ ଥାଉ |
କିନ୍ତୁ ଏହି ଭଳି ସମସ୍ୟା ଯଦି ଦିନେ ଦୁଇ ଦିନ ଲାଗି ରହିଥାଏ ଆଉ ସପ୍ତାହ ସପ୍ତାହ ଧରିକି ଯଦି ଦେଖା ଯାଏ ତାହେଲେ ଏହି ପ୍ରକାରର ଅସୁବିଧା କୁ ସିଭିୟର ସମସ୍ୟା ବୋଲି ଆମେ କହିଥାଉ | ବେଳେ ବେଳେ କଣ ହୁଏ ନା ଆମର ଅନ୍ତନଳୀ ରେ ଯେଉଁ ସବୁ ଖାଦ୍ୟ ହଜମ ପାଇଁ ଯାଉଛି ତାହା ନ ଯାଇକି ପଛକୁ ବେକ କରିଥାଏ , ଆଉ ଯାହାକୁ ଆମେ ଆମ୍ବିଳ ହକୁଡି ବୋଲି କହୁ | ତେବେ ଏହି ଭଳି ସମସ୍ୟା ସବୁବେଳେ ଦେଖା ଗଲେ ଆମେ ତାହାକୁ ଷ୍ଟୋମାକ କ୍ୟାନ୍ସର ବୋଲି କହିଥାଉ | ଆଉ ଯାହା ଫଳରେ ଆମର ଛାତି ମଧ୍ୟ ଜଳା ପୋଡ଼ା ହେଲା ଭଳିଆ ଲାଗିଥାଏ | ଆଉ ଖାଦ୍ୟ ନଳୀ ର କ୍ୟାନ୍ସର ହେଲେ ଆମର ଓଜନ କମିଯିବ, ପେଟ ଯନ୍ତ୍ରଣା ଭଳି ସମସ୍ୟା ମାନ ଦେଖା ଦେଇଥାଏ |
ଚିକିତ୍ସା କେମିତି କରିବେ ଆମ୍ବିଳ ହେକୁଡ଼ି ର :-
ତେବେ ଏହି ଭଳି ରୋଗରୁ ମୁକ୍ତି ପାଇବା ପାଇଁ ଆମକୁ ଆମର ଓଜନ କମାଇବାକୁ ପଡିବ, ନିୟମିତ ଏକସେସାଇଜ କରିବାକୁ ପଡିବ, କମ କମ ବହୁତ ଥର ଖାଇବେ , ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇଯିବେନି, ଆଉ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ମଧ୍ୟ ପିଇବେ ନାହିଁ | ଏହା ଥିଲା ମେଡିସିନେ ନ ଖାଇକି ଉପାୟ | ଆଉ ଗୋଟେ ହେଉଛି ଡାକ୍ତର ଙ୍କ ପାଖରୁ ପରାମର୍ଶ ନେଇକି ମେଡ଼ିସିନ ନେଇ ପାରିବେ |
କଣ ଖାଇବେ ନାହିଁ :-
ଚାହା ଆଉ କଫି ପିଇବା କମେଇଦିଅନ୍ତୁ, ସ୍ମକିଙ୍ଗ ଅଲକହଲ ର ସେବନ ଜମାରୁ କରନ୍ତୁ ନାହିଁ,ତେଲ ମସଲା ଖାଦ୍ୟ, ସ୍ପାଇସି ଫୁଡ ଆଦି ଖାଇବା ଉଚିତ ନୁହଁ |
କଣ ଖାଇବା ଉଚିତ :-
ଆପଣ ତେଲ ମସଲା ଜାତୀୟ ଖାଦ୍ୟ ନ ଖାଇକି ହାଲକା ଖାଦ୍ୟ, ପନିପରିବା, ଫଳ ଇତ୍ୟାଦି ଖାଇ ପାରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।