Swastik Tv News Odisha

ଆଶ୍ଚର୍ଯ୍ୟ ! 70 ଫୁଟ ଗଭୀର କୂଅ ଭିତରୁ କିପରି ଉଦ୍ଧାର ହେଲା ଏହି ଜଙ୍ଗଲି ଭୟଙ୍କର ଜୀବ….ଦୁର୍ବଳ ବ୍ୟକ୍ତି ଦେଖନ୍ତୁ ନାହିଁ….

0

ସମୟକ୍ରମେ ପଶୁମାନେ ବିପଦରେ ଥିଲେ କିମ୍ୱା ତାଙ୍କ ଉପରେ କୌଣସି ସମସ୍ୟା ଥିଲେ ସେମାନେ ପାଖ ଅଂଚଳରେ ଥିବା ଘର ମାନଙ୍କରେ ପ୍ରବେଶ କରିଥାନ୍ତି।ଏହାକୁ ଦେଖି ଜନବସତି ର ଲୋକେ ଭୟଭୀତ ଅବସ୍ଥାରେ ରୁହନ୍ତି। ଭୟଙ୍କର ସାପ ଘର ଭିତରେ ଖାଦ୍ୟ ସନ୍ଧାନରେ ଆସି ପ୍ରବେଶ କରିବା କଥା ତ ଆପଣ ଜାଣିଥିବେ। ଏହାକୁ ଦେଖି ଲୋକେ ସେମାନଂକୁ ଉଦ୍ଧାର କରିବା କଥା ଚିନ୍ତା କରିଥାନ୍ତି। ମଣିଷ ପଶୁ ପ୍ରତି ତାର ଉଦାରତା ଭାବନାକୁ କିପରି ପୋଷଣ କରିଥାଏ ତାହା ତ ଆପଣ ଅନେକ ଘଟଣାରୁ ଜାଣିବାକୁ ପାଇଥିବେ। କିନ୍ତୁ କିଛି ନିଷ୍ଠୁର ମଣିଷ ପଶୁପକ୍ଷୀ ପ୍ରତି ଆକ୍ରମଣା ତ୍ମକ ମନୋଭାବ ପୋଷଣ କରନ୍ତି।

ଅନେକ ସମୟରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଲୋକମାନେ ଜୀବଜନ୍ତୁ ମାନଙ୍କୁ ଆକ୍ରମଣ କରିଥାନ୍ତି। ସେମାନଂକୁ ଉଦ୍ଧାର ନକରି ମାରି ଦେଇଥାନ୍ତି। ଏବେ ଉତ୍ତରପ୍ରଦେଶ ର ଏକ ଅଞ୍ଚଳରୁ ଆସିଛି ଏମିତି ଏକ ଘଟଣାର ଦୃଶ୍ୟ ଯାହା ଯେତିକି ଭୟଂକର ଏବଂ ବିପଦଜନକ ଅଟେ, ସେତିକି ହୃଦୟସ୍ପର୍ଶୀ ମଧ୍ଯ ଅଟେ। ଏଠାରେ ଏକ ଜଂଗଲୀ ଜୀବକୁ ଉଦ୍ଧାର କରା ଯାଉଥିବାର ଦେଖିବାକୁ ମିଳିଛି। କୌଣସି କାରଣରୁ ଜଙ୍ଗଲରୁ ବାହାରି ଆସିଥିବା ଏକ ଜଂଗଲୀ ପଶୁ ଯାହାକୁ ଜଙ୍ଗଲି ବିଲେଇ ବୋଲି କୁହାଯାଇଥାଏ,ସେ ଏକ ଗଭୀର କୂଅ ଭିତରେ ପଡ଼ି ଯାଇଥିଲା।ଏହି କୂଅ ର ଗଭୀର ପାଖାପାଖି ୭୦ ଫୁଟ୍ ହେବ ବୋଲି ଅନୁମାନ କରା ଯାଉଛି।

ତେବେ ପଶୁଟି ସେଠାରେ ପଡ଼ିଯିବା ପରେ ଏହାକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇ ତାକୁ ଉଦ୍ଧାର କରିବା ପାଇଁ ଏକ୍ସପର୍ଟ କୁ ଫୋନ୍ କରିଥିଲେ।ତାପରେ ସାପ ଧରାଳି ଭାବରେ ବେଶ୍ ପରିଚିତି ଅର୍ଜନ କରିଥିବା ମୁରଲିବାଲା ହୌସଲା ଆସି ପହଂଚିଥିଲେ ଏବଂ ଏହି ଜଙ୍ଗଲି ବିଲେଇ କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ପ୍ରଥମେ ଏହି ପଶୁ କୁ ଉଦ୍ଧାର କରିବା ପାଇଁ କୂଅ ଭିତରକୁ ଦୌଡ଼ି ବଢ଼ା ଯାଇଥିଲା। କିନ୍ତୁ ଏହାକୁ ଦେଖି ପଶୁଟି ଲୁଚି ଯାଉଥିଲା ଏବଂ ଧରା ଦେଉ ନଥିଲା।ପରେ ତାକୁ କୂଅରୁ ବାହାର କରିବା ପାଇଁ ଏହି ଏକ୍ସପାର୍ଟ ଜଣଙ୍କ ନିଜେ ଉପଯୁକ୍ତ ସୁରକ୍ଷା ସହିତ ବେଲ୍ଟ ଏବଂ ଦୌଡ଼ି ବାନ୍ଧି କୂଅ ଭିତରକୁ ଯାଉଛନ୍ତି।

ସେ କୌଶଳ କ୍ରମେ କୂଅ ଭିତରକୁ ଯାଇ ଏହି ଜଙ୍ଗଲି ଜୀବଟିକୁ ଉଦ୍ଧାର କରିବାକୁ ସଫଳ ହେଉଛନ୍ତି। ପ୍ରଥମେ ସେ ପଶୁଟିକୁ ଭଲ ଭାବରେ ରଶିରେ ବାନ୍ଧି ଡେଉଛନ୍ତି ତାପରେ ତାକୁ ଟାଣି ଉପରକୁ ଅଣା ଯାଉଛି ଏବଂ ପରେ ଦୌଡ଼ି କୁ ଖୋଲିଦେବା ପରେ ଏହି ପଶୁଟିକୁ ଛାଡି ଦିଆ ଯାଉଛି। ଏହାପରେ ଏହି ଜଙ୍ଗଲି ଜୀବ ଟି ଜଙ୍ଗଲ ଭିତରକୁ ଖୁସିର ସହିତ ପଳେଇ ଯାଉଛି। ଏହାକୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକେ ବହୁତ୍ ଖୁସି ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.