Swastik Tv News Odisha

ଉଠ ଧନ ଉଠ ମୁଁ ଥାଉ ଥାଉ ତୁ ମରିପାରିବୁନି, ଗୋଟେ ମା” ର ଏଭଳି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ….

0

ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ସାରୁ ପତ୍ରରେ ପାଣି ପଡିଲେ ଯେମିତି ଢଳ ଢଳ ହୋଇ ତଳକୁ ଖସି ପଡେ, ଜୀବନ ମଧ୍ୟ ଠିକ ସେମିତି ଅଟେ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରିବେ ନାହିଁ। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ବି ଅଟକାଇ ପାରିବେ ନାହିଁ। ଯେତେବେଳେ ଆକସ୍ମିକ ଘଟଣା ହୋଇଥାଏ ଓ ସେତେବେଳେ ମେଡିକାଲକୁ ନେଇ ଥାଆନ୍ତି କିନ୍ତୁ ମେଡିକାଲରେ କର୍ମଚାରୀ ମାନଙ୍କ ଅଭହେଳା ଯୋଗୁ ମଧ୍ୟ ଜୀବନ ଥାଉ ଥାଉ ମଧ୍ୟ ଜୀବନ ଚାଲି ଯାଇଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ଡାକ୍ତରଙ୍କ ଅବହେଳା ଯୋଗୁଁ ପିଲାର ମୃତ୍ୟୁ ହୋଇଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;

ଏଭଳି ଏକ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକସ୍ଥିତ ସୁଦର୍ଶନ ପୁର ପଞ୍ଚାୟତର ସୁଦର୍ଶନ ପୁର ଗାଁ ରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେହି ଗାଁ ର ସୁଶାନ୍ତ ସାହୁ ନାମକ ଜଣେ ଯୁବକ, ତାଙ୍କର ଅଂଶୁମାନ ନାମକ ଜଣେ ପୁଅଟିଏ ଅଛି ଯାହାର ବୟସ ମାତ୍ର ୩ ବର୍ଷ ଅଟେ। ସେହି ଛୋଟ ପିଲାଟି ଘର ପାଖରେ ଖେଳୁଥିବା ସମୟରେ ନିକଟରେ ଥିବା ପୋଖରୀ ଭିତରକୁ ଖସି ପଡ଼ି ଥିଲା। ପରିବାର ଲୋକ ମାନେ ପୁଅକୁ ନପାଇ ବହୁତ ଖୋଜା ଖୋଜି ଆରମ୍ଭ କରିଲେ ଓ ଶେଷରେ ପୋଖରୀରୁ ଗୁରୁତ୍ବର ଅବସ୍ଥାରେ ପୁଅଟିକୁ ଉଦ୍ଧାର କରିଥିଲେ।

ପରିବାର ଲୋକ ମାନେ ସଙ୍ଗେ ସଙ୍ଗେ ପୁଅକୁ ନେଇ ୭ କିଲୋ ମିଟର ଦୂରରେ ଥିବା ବାସୁଦେବ ପୁର ମେଡିକାଲରେ ୪ ମିନିଟରେ ପହଁଛି ଯାଇ ଥିଲେ। ମେଡିକାଲରେ ପହଁଚିବା ପରେ ଠିକ ସେହି ସମୟରେ ସେଠାରେ ଡାକ୍ତର ନଥିଲେ। ପରିବାର ଲୋକ ମାନେ ଡାକ୍ତରଙ୍କୁ ବହୁତ ଖୋଜା ଖୋଜି କରିଲେ କିନ୍ତୁ ଡାକ୍ତରଙ୍କୁ ପାଇ ନଥିଲେ। ଡାକ୍ତରଙ୍କୁ ନପାଇ ପୁଅକୁ ବଞ୍ଚାଇବା ପାଇଁ ବହୁତ ବ୍ୟସ୍ତ ବିବ୍ରତ ହୋଇ ପଡିଲେ। ବାପା ପୁଅର ପେଟ ଓ ଛାତିକୁ ବହୁତ ଚିପିଲେ ଓ ପିଠିକୁ ଘଷିଲେ କିନ୍ତୁ ପୁଅକୁ ବଞ୍ଚାଇ ପାରିଲେ ନାହିଁ। ଏହି ଘଟଣା ଦେଖି ମେଡିକାଲରେ ଥିବା ସମସ୍ତ ଲୋକ ମାନେ ମଧ୍ୟ ସ୍ତବ୍ଧ ହୋଇ ଯିବା ସହିତ ଦୁଃଖ ପ୍ରକାଶ କରିଥିଲେ।

ପାଖା ପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରଙ୍କ ଦେଖା ନଥିଲା।ଡ଼ାକ୍ତରଙ୍କ ପାଇଁ ପୁଅର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ମାନେ ଅଭିଯୋଗ କରିଛନ୍ତି। ସମ୍ପର୍କୀୟଙ୍କ ତରଫୁରୁ ମେଡିକାଲ ଭିତରେ ଜୋର ଭାବରେ ପାଟି ତୁଣ୍ଡ କରିଥିଲେ। ଏହି ଖବର ପାଇ ପୋଲିସ ଘଟଣା ସ୍ଥଳରେ ଆସି ପହଁଛି ଯାଇ, ଲୋକ ମାନଙ୍କୁ ବୁଝା ବୁଝି କରିଲେ। ଏହା ପରେ ମେଡ଼ିକାଲ ପରିସର ଶାନ୍ତ ପଡିଲା। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.