ଋତୁସ୍ରାବରେ ( Irregular Periods ) ଅନିୟମିତତା କାହିଁକି ହୁଏ ? | Dr Sarojiniamma

ତେବେ ବନ୍ଧୁଗଣ ଆମେ ମାନେ ଜାଣିଛୁ କି ଆମର ସ୍ୱାସ୍ଥ୍ୟ ହିଁ ଆମର ଅମୂଲ୍ୟ ସମ୍ପଦ ହୋଇଥାଏ | ତେବେ ଏହି ସ୍ୱାସ୍ଥ୍ୟ ର ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ | ତାହା ବ୍ୟତୀତ ଆମେ ଜାଣିଛୁ କି ମହିଳା ମାନଙ୍କ ପାଖରେ ପିରିୟଡ଼ସ ଜଣିତ ସମସ୍ୟା ମାନ ବିଶେଷ କରିକି ଦେଖା ଯାଇଥାଏ | ଆଉ ବେଳେ ବେଳେ ଦେଖା ଯାଇଥାଏ କି କୌଣସି କାରଣ ନ ଥାଇକି ମଧ୍ୟ ଆମର ପିରିୟଡ଼ସ ବନ୍ଦ ହୋଇଯାଇଥାଏ | ତେବେ ଏହିଭଳି ସମସ୍ୟା ଦେଖା ଯିବାର ମଧ୍ୟ ବିଭିନ୍ନ ପ୍ରକାରର କାରଣ ମାନ ରହିଥାଏ | ତାହେଲେ ଆସନ୍ତୁ ବନ୍ଧୁଗଣ ସେ ସମସ୍ତ ସମସ୍ୟା ବିଷୟରେ ଅଧିକ ଆଲୋଚନା କରେଇବା |

ପିରିୟଡ଼ସ ରେ ଅନିୟମିତତା କାହିଁକି ଦେଖା ଯାଇଥାଏ :-

ସାଧାରଣତଃ ଆମର ପିରିୟଡ଼ସ ରେ ଅନିୟମିତତା ଦୁଇ ପ୍ରକାରର ହୋଇଥାଏ | ତେବେ ପ୍ରଥମ ଟି ହେଉଛି ଯେତେବେଳେ ଆମର ପିରିୟଡ଼ସ ପ୍ରଥମେ ପ୍ରଥମେ ଷ୍ଟାର୍ଟ ହୋଇଥାଏ | ସେତେବେଳେ ଗୋଟିଏ ମାସ ପିରିୟଡ଼ସ ହେବା ପରେ 1-2 ମାସ ବନ୍ଦ ହୋଇଯାଏ, ଆଉ ତାହା ପରେ ପୁଣି ଷ୍ଟାର ହୋଇଥାଏ | ଏହା ବ୍ୟତୀତ ଯଦି ଆମର ବୟସ ହୋଇଯାଇଥିବ ଆଉ ପିରିୟଡ଼ସ ଵନ୍ଦ ହେବାକୁ ଥିବ ତାହେଲେ ମଧ୍ୟ ଏହିଭଳି ସମସ୍ୟା ମାନ ଦେଖା ଦେଇଥାଏ |

ଏହା ବ୍ୟତୀତ ମହିଳା ମାନେ ଯଦି ଗର୍ଭବତୀ ଥାଆନ୍ତି ତାହେଲେ ମଧ୍ୟ ପିରିୟଡ଼ସ ଵନ୍ଦ ହୋଇଥାଏ | ତେବେ ଏହା ହେଉଛି ନେଚୁରାଲ ପ୍ରୋସେସ | ତେବେ ଦ୍ଵିତୀୟ ସମସ୍ୟାଟି ହେଉଛି ଯଦି ଆପଣଙ୍କର ଓଜନ ହଠାତ ବଢିଯିବ ବା କମିଯିବ, ଅଧିକ ଏକସେସାଇଜ କରିଲେ ଯଦି ଆପଣ ଅଧିକ ଷ୍ଟ୍ରେସ ନେଉଥିବେ , ତାହା ବ୍ୟତୀତ PCOS ଭଳି ସମସ୍ୟା ଯଦି ଥିବ ଓ ଟିବି ଭଳି ରୋଗ ଦେଖା ଗଲେ ଓ ଇଉଟେରସ ରେ ଯଦି କିଛି ଅସୁବିଧା ଦେଖା ଯାଏ ତାହେଲେ ମଧ୍ୟ ପିରିୟଡ଼ସ ଵନ୍ଦ ହେବ |

କେତେବେଳେ ଡାକ୍ତର ଙ୍କ ପାଖକୁ ଯିବା ଜରୁରୀ :-

ଯଦି ଆମର ପିରିୟଡ଼ସ ର ଡେଟ 24-38 ଦିନ ଭିତରେ ନ ରହି ଆଗରୁ ବା ପରେ ହେବ ତାହେଲେ ଆମେ ଡାକ୍ତର ଙ୍କ ପାଖକୁ ଯାଇ ପାରିବା | ଯଦି ଆପଣଙ୍କ ର ଗୋଟିଏ ବର୍ଷ ରେ 3-4 ଥର ଅନିୟମିତତା ଦେଖା ଦେଉଛି ତାହେଲେ ମଧ୍ୟ ଆମେ ଡାକ୍ତର ଙ୍କ ପାଖକୁ ଯାଇକି ପରାମର୍ଶ ନେଇ ପାରିବ |ତାହା ବ୍ୟତୀତ ପେଟ କାଟିବା ଆଉ ଅନ୍ୟ ଲକ୍ଷଣ ଦେଖା ଗଲେ ମଧ୍ୟ ଆମେ ଯାଇ ପାରିବା |

ଅନିୟମିତ ପିରିୟଡ଼ସ ର ଚିକିତ୍ସା କେମିତି କରିବା :-

ତେବେ ଆମେ ଡାକ୍ତର ଙ୍କ ପାଖକୁ ଗଲା ପରେ ଡାକ୍ତର ଆମର ପିରିୟଡ଼ ଡ ର ଡେଟ ପଚାରିବେ ତାହା କହିଲା ପରେ ଆମର ବ୍ଲଡ ଟେଷ୍ଟ କରିବା ପାଇଁ କହିବେ | ଆଉ ସେହି ଅନୁସାରେ ଚିକିତ୍ସା କରିବେ | ତାହା ବ୍ୟତୀତ ଆମର ଅଲଟ୍ରାସାଉଣ୍ଡ ମଧ୍ୟ କରିକି ସେହି ଅନୁସାରେ ଚିକିତ୍ସା କରିବେ ଓ ଉପାୟ ମାନ ଦେବେ |

ତେବେ ଏହା ଥିଲା ଅନିୟମିତ ପିରିୟଡ଼ସ ବିଷୟରେ କିଛି ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

1 thought on “ଋତୁସ୍ରାବରେ ( Irregular Periods ) ଅନିୟମିତତା କାହିଁକି ହୁଏ ? | Dr Sarojiniamma”

Leave a Comment