ବନ୍ଧୁଗଣ ମାଳିକା ବଚନ ସବୁବେଳେ ଅକ୍ଷରେ ଅକ୍ଷରେ ସତ ବୋଲି ପ୍ରମାଣିତ ହୋଇଛି। ଅନେକ ଏହାକୁ ବିଶ୍ୱାସ କରୁ ନଥାଇ ପାରନ୍ତି କିନ୍ତୁ ଅନେକ ଜଣ ଏବେବି ଏହାକୁ ବିଶ୍ୱାସ କରନ୍ତି। ଆପଣଙ୍କୁ କହି ରଖୁଛୁ ଯେ ମାଳିକା ଶାସ୍ତ୍ର ଏମିତି ଏକ ଜିନିଷ ଯାହାଦ୍ଵାରା ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି। ଆଉ ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।
ସେହିପରି ଏକ ବିଶେଷ, ମହତ୍ କଥା ବିଷୟରେ ଆମେ ଆଜି ଆଲୋଚନା କରିବା।ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ।ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ଯାହାକୁ ଜାଣିବା ପାଇଁ ସମସ୍ତଂକ ମନରେ ଏକ ଭିନ୍ନ ଆଗ୍ରହ ରହିଚି। ଏଠାରେ ଜଣେ ମାଳିକା ଗବେଷକ କିପରି ଭାବରେ ଏକ ଆଚମ୍ବିତ କଥା ଯାହା ମାଳିକା ରେ ବର୍ଣ୍ଣିତ ତାହା ସତ ହୋଇଛି ସେ ବିଷୟରେ ସେ ଏଠାରେ କହିଛନ୍ତି।
ମାଳିକା ରେ ବର୍ଣ୍ଣିତ ରହିଛି ଯେ ଏମିତି ସମୟ ଆସିବ ଯେତେବେଳ ପାହାଡ଼ ଉପରେ ଫୁଟିବ କଇଁ। ଯେତେବେଳ ଯୁଗର ଅନ୍ତ ଘଟିବ ଏଭଳି ସଙ୍କେତ ଦେଖିବାକୁ ମିଳିବ ବୋଲି ମାଳିକା ରେ ଲେଖାଥିଲା। ଯାହା ସତ ହୋଇଛି। ମାଳିକା ବଚନ କେବେ ଟଳିବ ନାହିଁ,ଏହି ଉକ୍ତିଟି ସତ୍ୟ ହୋଇଛି। ତେବେ ଏହିଭଳି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ ଥିବା ଏକ ପାହାଡ ର ଶିଖରରେ। ସେଠାରେ ଏକ ଜଙ୍ଗଲ ଭିତରେ ଏହି ପାହାଡ ରହିଛି। ଯାହାର ନାମ ହେଉଛି ବାଙ୍କେଶ୍ୱରି କେଲାଙ୍ଗିମାଳି ପାହାଡ। ତେବେ ଗଂଜାମ ରେ ଖମ୍ବେଶ୍ୱର ମହାଦେବ ମଧ୍ୟ ରହିଛନ୍ତି।
ସେଠାରେ ଯେଉଁ ସୁବର୍ଣ୍ଣ ଲିଙ୍ଗ ରହିଛି ତାହା ପର୍ବତ ର ଗୁମ୍ଫା ଭିତରେ ବିରାଜମାନ। ତେବେ ଏହି ସୁବର୍ଣ୍ଣ ଲିଙ୍ଗକୁ ଆଦିବାସୀ ସୌରା ପୂଜକ ମାନେ ଆଜି ପର୍ଯ୍ୟନ୍ତ ପୂଜା କରି ଆସୁଛନ୍ତି। ତେବେ ଏହି ଜାଗା ଟି ହେଉଛି ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଳକ ଏବଂ ମହାଦେବ ଙ୍କ ନାମ ହେଉଛି ଖମ୍ବେଶ୍ୱର ମହାଦେବ, ସୁବର୍ଣ୍ଣ ଲିଙ୍ଗ। ତେବେ ଏହା ଠିକ୍ କି ଭୁଲ୍ ଆପଣ ମାନେ ଯଦି ସେହି ଅଂଚଳର ହୋଇଥିବେ ତେବେ ଜାଣି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।