Swastik Tv News Odisha

ଏଠିକି ଆସିଲେ ବାଡ଼େଇକି ନଣ୍ଡା କରିଦେବି…. ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ବେଳେବେଳେ ସାମ୍ନାକୁ କିଛି ଏମିତି ଘଟଣାର ଦୃଶ୍ୟ ଆସିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ଚର୍ଚ୍ଚା ଏବଂ ସମାଲୋଚନା ର ବିଷୟ ପାଲଟିଯାଏ। ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ। ସେହିଭଳି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ପ୍ରସାରିତ ହୋଇଥିଲା ଓ ଟିଭି ର ଲୋକପ୍ରିୟ ସଚେତନ ଧର୍ମୀ କାର୍ଯ୍ୟକ୍ରମ ନ୍ୟୁଜ ଫ୍ୟୁଜ ରେ ଦେଖିବାକୁ ମିଳିଛି।

ତେବେ ଆମେ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ, ତାହା ହେଉଛି କଟକ ର ନୂଆପଡ଼ା ବାଲିସାହି ନିକଟରେ ରହୁଥିବା ବସ୍ତି ବାସିନ୍ଦା ମାନଙ୍କର। ସେମାନେ କିପରି ବ୍ଯବହାର ଦେଖାଉଛନ୍ତି ତାହା ଆପଣ ଏହି ଭିଡିଓ ରୁ ଦେଖି ପାରୁଥିବେ। ତେବେ ସୂଚନା ଅନୁସାରେ କଟକର ବଡ ମେଡିକାଲ ସମ୍ପ୍ରସାରଣ ହେବ ବୋଲି କହି ଏମାନଙ୍କର ବସ୍ତି ଉଚ୍ଛେଦ କରା ଯାଇଥିଲା। ଆଉ ସେମାନଂକୁ ଏଠାରେ ଆଣି ରଖା ଯାଇଥିଲା। ସରକାର୍ ସେମାନଙ୍କ ପାଇଁ ଘର ତିଆରି ବି କରି ଦେଇଥିଲେ। ତେବେ ଆପଣ ଭାବୁଥିବେ ଅସୁବିଧା ରହିଲା କେଉଁଠି। ନିକଟରେ ହୋଇଥିବା କାଳ ବୈଶାଖୀ ଝଡ଼ ପବନରେ ସେମାନଙ୍କ ଘର ଭାଙ୍ଗି ଯାଇଥିଲା।

ଆଉ ତାହାରି ପ୍ରତିବାଦ ରେ ସେମାନେ ଏପରି ରାଜରାସ୍ତାକୁ ଉଲ୍ହାଇ ଅଛନ୍ତି। ତେବେ ଆପଣ ଟିକେ ଭଲକରି ଦେଖନ୍ତୁ କିପରି ଘର ସେମାନଂକୁ ମିଳିଥିଲା। ବାଉଁଶ ବାନ୍ଧି ଛପର ଓ କନା ଟାଣି ଦିଆ ଯାଇଥିବା ବେଳେ କାଳ ବୈଶାଖୀ ରେ ସେମାନଙ୍କ ଘରର ଆଦୌ ଅବସ୍ଥା ନାହଁ। ଯାହାର ଚିତ୍ର ଆପଣ ଏଠାରେ ଦେଖି ପାରୁ ଥିବେ। ଏମିତି ଅବସ୍ଥା ହୋଇଛି ଯେ ଘରର ଚିହ୍ନ ବର୍ଣ୍ଣ ସେଠାରେ କିଛି ନାହିଁ। ବାଉଁଶ ଟେଣ୍ଡ ଯେମିତି ବାନ୍ଧି ଦିଆ ଯାଇଛି ସେମିତି ଲାଗୁଛି ଏହାକୁ ଦେଖି। ଆଉ ଏଥିରେ ରାଗି ପ୍ରତିବାଦ କରି ସେମାନେ ଧାରଣାରେ ବସିଛନ୍ତି ଏବଂ ପୋଲିସ୍ ବାବୁ ମାନେ ଆସି ଯେତେବେଳେ ବୁଝାଇବାକୁ ଚେଷ୍ଟା କରୁଛନ୍ତି ସେମାନେ ବାଡ଼ି ଠେଙ୍ଗା ଧରି ପୋଲିସ୍ ଉପରେ ମାଡ଼ି ଯିବା ଭଳି ସ୍ଥିତି ସୃଷ୍ଟି ହୋଇଛି।

ଆଉ ପରେ କିଛି ଯୁବକ ଲୋକ ମାନଙ୍କୁ ଅଟକାଉ ଅଛନ୍ତି ଏବଂ ଉତ୍ତେଜିତ ଲୋକଙ୍କୁ ପୋଲିସ୍ ତାପରେ ବୁଝାଇବା ପାଇଁ ଚେଷ୍ଟା କରୁଛି। କିଛି ସମୟ ପରେ ସ୍ଥିତି ସାଧାରଣ ଅବସ୍ଥା କୁ ଆସୁଛି। ତେବେ ଏଭଳି ସ୍ଥିତି ଦେଖି ଲୋକେ ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହି ବସ୍ତି ବାସିନ୍ଦା ମାନଙ୍କ ପାଇଁ ସୁଦୃଢ ଘର କରି ଯୋଗାଇଦେବା ପାଇଁ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.