Swastik Tv News Odisha

ଏବେ ଯାଇ ମିଳିଲା ସମୁଦ୍ରରେ ବୁଡିଯାଇଥିବା ଶ୍ରୀକୃଷ୍ଣଙ୍କର “ଦ୍ଵାରିକା” ନଗରୀ (ଭିଡିଓ) ଦେଖି ନଥିବା ଲୋକ ନିଶ୍ଚୟ ଦେଖନ୍ତୁ…ଦେଖନ୍ତୁ ଭିଡ଼ିଓ

0

ଭାରତ ଏକ ଧର୍ମପରାୟଣ ଦେଶ , ଏଠାରେ ସମସ୍ତ ପ୍ରକାର ଦେବା ଦେବୀ ମାନେ ପୂଜା ପାଇଥାନ୍ତି । ଯୁଗ ଆମର 4 ପ୍ରକାର ହୋଇଥାଏ , ସତ୍ୟଯୁଗ , ତ୍ରେତୟା ଯୁଗ , ଦ୍ୱାପର ଯୁଗ , କଳିଯୁଗ । ବର୍ତ୍ତମାନ ଏବେ ଆମେ କଳିଯୁଗରେ ବସବାସ କରୁଛୁ କିନ୍ତୁ କଳିଯୁଗର ସମସ୍ତ ଲୋକମାନେ ପୌରାଣିକ ସମୟରେ ଘଟିଥିବା ଲୀଳା ସମ୍ପର୍କରେ ଜାଣିବା ପାଇଁ ଆଗ୍ରହୀ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣେଇବୁ ଦ୍ୱାପର ଯୁଗ ସମ୍ୱନ୍ଧୀୟ କିଛି ରୋଚକ କଥା ।

ଦ୍ୱାପର ଯୁଗରେ ମହାଭାରତ ଯୁଦ୍ଧର 36 ବର୍ଷ ପରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ୱାରିକା ନଗରୀ ସମୁଦ୍ର ମଧ୍ୟରେ ଲୁପ୍ତ ହୋଇଥିବାର ସୂଚନା ମିଳିଛି । ପବିତ୍ର ଦ୍ୱାରିକା ନଗରୀ ଗଭୀର ସମୁଦ୍ର ତଳେ ଲୀନ ହେବା ପୂର୍ବରୁ ଭଗବାନ ଶ୍ରୀକୃଷ୍ଣ ଦେହତ୍ୟାଗ କରିଥିଲେ । ତେବେ ସୂଚନା ଅନୁସାରେ ଦ୍ୱାରକା ଲୁପ୍ତ ହେବା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି ବୋଲି ଜଣା ପଡିଛି । ପ୍ରଥମତଃ କାରଣ ହେଉଛି ମାତା ଗାନ୍ଧାରୀ ଭଗବାନ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇଥିଲେ । ଦ୍ୱିତୀୟ କାରଣଟି ହେଉଛି ପ୍ରଭୁ ଶ୍ରୀକୃଷ୍ଣ ଙ୍କ ପୁତ୍ର ଶାମ୍ୱଙ୍କୁ ମୁନିଋଷି ମାନେ ଅଭିଶପ୍ତ କରିଥିଲେ ।

ସୂଚନା ଅନୁସାରେ ପ୍ରଭୁ ଶ୍ରୀକୃଷ୍ଣ ଦେହ ତ୍ୟାଗ ପରେ ପଣ୍ଡୁ ପୁତ୍ର ଅର୍ଜୁନ ତଥା ଦ୍ୱାରକାସ୍ଥ ସମସ୍ତ ନଗରବାସୀ ତଥା ହସ୍ତିନାପୁରର ସମସ୍ତ ସ୍ତ୍ରୀ ମାନଙ୍କୁ ନେବା ସମୟରେ ହିଁ ଦ୍ୱାରକା ସମୁଦ୍ରରେ ଲୁପ୍ତ ହୋଇଯାଇଥିଲା । କୁହାଯାଏ କି ଭଗବାନ କୃଷ୍ଣଙ୍କ ଲୀଳା ଜାଣିବା ଏତେ ସହଜ ନୁହଁ , କାରଣ ସେ ହିଁ ସୃଷ୍ଟି କର୍ତ୍ତା । ଭଗବାନ ଶ୍ରୀକୃଷ୍ଣ ଙ୍କ ଲୀଳା ଅସ୍ତିତ୍ୱ ଓ କାର୍ଯ୍ୟକଳାପ ସମ୍ପର୍କରେ ଜାଣିବା ପାଇଁ ବୈଜ୍ଞାନିକ ମାନେ ବହୁ ପ୍ରଚେଷ୍ଟା କରିଥଲେ । ଦୀର୍ଘ ବର୍ଷ ଧରି ବୌଜ୍ଞାନିକ ମାନଙ୍କର ପ୍ରଚେଷ୍ଟା ବଳରେ ସମସ୍ତ ତଥ୍ୟ ଅନ୍ୱେଷଣ କରିଥିଲେ , ଅନ୍ୱେଷଣରୁ ଜଣା ଯାଇଥିଲା ଯେ ସମୁଦ୍ରର 100 ଫୁଟ ତଳେ ଦ୍ୱାରକା ଲୁପ୍ତ ଅବସ୍ଥାରେ ଥିବାର ଜଣା ପଡିଛି ।

ଭଗବାନ ଶ୍ରୀକୃଷ୍ଣ ଙ୍କୁ ନ୍ୟାୟବନ୍ତ ଓ ମହାଜ୍ଞାନୀର ପ୍ରତୀକ ବୋଲି କୁହାଯାଏ । ଯେଉଁଠାରେ ଅଧର୍ମର ମାତ୍ରା ବଢିଥାଏ , ସେତେବେଳେ ସ୍ୱୟଂ ଭଗବାନ ଅବତାର ଗ୍ରହଣ କରିଥାନ୍ତି । ସଂସାରରେ ସର୍ବଦା ଧର୍ମର ହିଁ ଜୟ ହୋଇଥାଏ , କାରଣ ସେ ହିଁ ସଂସାରର ହର୍ତ୍ତା କର୍ତ୍ତା ଅଟନ୍ତି । କିନ୍ତୁ ବୈଜ୍ଞାନିକ ମାନଙ୍କ ତତ୍ତ୍ୱ ଅନୁଯାୟୀ ଦୀର୍ଘ ବର୍ଷର ଲୁପ୍ତ ଜିନିଷ ଆଜି ଅନ୍ୱେଷଣ ହେବାରେ ସଫଳ ହୋଇଛି । ତେବେ ଏହି ଦ୍ୱାରକା ନଗର ଦେଖିଲେ ଆଖି ଲାଖି ଯାଉଛି , କାରଣ ସେହି ନଗରରେ ଅନେକ ପ୍ରକାର କାରୁକାର୍ଯ୍ୟ ରେ ନିର୍ମିତ କରାଯାଇଛି । ଯହା ଆପଣ ମାନେ ଏହି ଭିଡିଓ ରେ ଗଭୀର ସମୁଦ୍ର ଲୀନରେ ବୁଢି ହୋଇ ରହିଥିବାର ଦେଖିବାକୁ ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.