Swastik Tv News Odisha

ଏମିତି ନିଜର ଭାଗ୍ୟ ବଦଳାନ୍ତୁ – ଜିତୁ ଦାସ ଅମୃତ ବାଣୀ

0

ବନ୍ଧୁମାନେ ବହୁତ ସମୟରେ ଆମ ଜୀବନରେ କିଛି ଅଚାନକ ଘଟିଯାଏ ଯାହା କେଉଁ କାରଣ ପାଇଁ ହେଇ ଥାଏ ତାହା ଆମେ ଜାଣି ନଥାଉ ।ତେବେ ଏହି ସବୁ ବିଷୟରେ ଶାସ୍ତ୍ରରେ ବିଶେଷ ରୂପରେ ବର୍ଣ୍ଣନା କରାଯାଇଛି । ଆମ ଜୀବନ ସବୁବେଳେ ବହୁତ ସୁବିଧା ଓ ଅସୁବିଧା ଦେଇ ଗତି କରିଥାଏ କିନ୍ତୁ ବେଳେ କିଛି ଏମିତି କଥା ଯାହାକୁ ଆମ ଜୀବନରେ ପାଳନ କଲେ ଆମ ଜୀବନରେ ବହୁତ କିଛି ସୁଧାର ଆସି ପାରିବ ।ତେବେ ଆମେ କିଛି ଏପରି ଉପାୟ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ସେ ଗୁଡିକ ଭଲ ଭାବରେ ଜାଣି ପାଳନ କଲେ ଜୀବନରେ ମଙ୍ଗଳ ହେବ ।

ନିୟମ ଗୁଡିକ ହେଲା..

-ଘରେ ବହୁତ ସମୟରେ ଅଭାବ ରହିଥାଏ ଯେତେ ଅର୍ଥ ଆସିଲେ ବି ରହି ନଥାଏ ସେତେବେଳେ ଆପଣ ଗୋଟିଏ ଛୋଟ ପିତଳ ଡାଳରେ କିଛି ମୁଦ୍ରା ବା କଏନ ଭର୍ତି କରି ତାକୁ ନେଇ ଘରର ଦକ୍ଷିଣ ପାଖରେ ରଖି ସବୁଦିନ ମୁଣ୍ଡିଆ ମାରିଲେ ଧନ ସମାଗମରେ ମାର୍ଗ ଫିଟି ଥାଏ ।

-ଜାଣି ରଖନ୍ତୁ ଯେତେବେଳେ ବି ଲୁଣ ହାତରେ ଧରିଛନ୍ତି ସେହି ଲୁଣ ହାତ ଲୁଗାରେ ପୋଛିବେ ନାହିଁ ବରଂ ହାତ ଧୋଇଦେବେ ଆଉ ଲୁଣ ତଳେ ପକାଇଲେ ଓ ଲୁଗାରେ ଲୁଣ ହାତ ପୋଛି ଦେଲେ ଋଣ ବଡ଼ିଥାଏ ।

-ଯାଆଁଳା କଦଳୀ ଶିବ ଲିଙ୍ଗରେ ଦେଲେ ବହୁତ ଶୁଭ ଫଳ ମିଳିଥାଏ କାରଣ ଏଥିରେ ମାତା ଲକ୍ଷ୍ମୀ ଓ ନାରାୟଣ ଙ୍କର ବାସ ହେଇଥାଏ ।

-ନାରୀର ଋତୁସ୍ରାବ ସମୟରେ ଚତୁର୍ଥ ଦିନ,ଷଷ୍ଠ ଦିନ,ଅଷ୍ଟମ ଦିନ,ଦଶମ ଦିନ,ଦ୍ବାଦଶ ଦିନ ଯଦି ସ୍ୱାମୀ ସ୍ତ୍ରୀର ମିଳନ ହୁଏ ତେବେ ଆଉ ନାରୀ ଗର୍ଭବତୀ ହୁଅନ୍ତି ତେବେ ଗର୍ଭରେ ଥିବା ଶିଶୁ ପୁତ୍ର ହେଇଥାଏ ।

-ଯଦି କୌଣସି ଘରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସବୁବେଳେ ଝଗଡା ହେଉଥିଲେ ଯୋଡିଏ ମୟୁର ପୁଚ୍ଛ ଆଣି ବିବାହର ଆଲବମ ଭିତରେ ରଖିଲେ ଝଗଡା କମିଯିବ ।

-ସବୁ ମାଆ ମାନେ ନିଜ ପିଲାର ଜନ୍ମଦିନ ଦିନ ତାଙ୍କୁ ଖୋଷା ତେଲ ଲଗାନ୍ତୁ ନହେଲେ ଖୋଷା ଲଡୁ ଖାଇବାକୁ ଦିଅନ୍ତୁ ଏହା କଲେ ବର୍ଷେ ଯାଏ ପିଲାର ବିଘ୍ନ ବିନାଶ ହେଇଥାଏ ।

-କେବେବି ଜନ୍ମ ମାସ,ଜନ୍ମଦିନ ,ଜନ୍ମ ନକ୍ଷତ୍ରରେ ପୁଅ ଝିଅଙ୍କର ବିବାହ କେବେ କରନ୍ତୁ ନାହିଁ ଏହା କଲେ କ୍ଷତି କାରକ ହେଇଥାଏ ।

-ଘରେ ପୂଜା କଲା ବେଳେ ଯଦି ବିନା କାରଣରେ ପିଲା କାନ୍ଦେ ତେବେ ଆଗକୁ କିଛି ଖରାପ ହେବାକୁ ଯାଉଛି ବୋଲି ଯାଣନ୍ତୁ ତେଣୁ ଟିକିଏ ହଳଦୀ ଆଣି ଠାକୁର ଘର କାଁଥରେ ଲଗେଇ ଦେଲେ ସେହି ବିପଦ ଟଳି ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.