Swastik Tv News Odisha

ଏହାକୁ କୁହନ୍ତି ଏମରଜେନ୍ସି ଏଣ୍ଟ୍ରି, ଏହି ଭିଡ଼ିଓ ଦେଖିଲେ ଆପଣ ନିଜ ହସକୁ ଅଟକାଇ ପାରିବେନି…ଦେଖନ୍ତୁ Viral ଭିଡ଼ିଓ

0

ଡିଜିଟାଲ ଯୁଗରେ କିଛି ଜିନିଷ ଆଉ ଲୋକଙ୍କୁ ଅଛପା ହୋଇ ରହୁନାହିଁ। ଦେଶ ବିଦେଶର ଅନେକ ଖବର ମୁହୂର୍ତ୍ତକେ ଆସି ସାମ୍ନାରେ ପହଞ୍ଚି ଯାଉଛି। ଆଉ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ସେଥିରେ ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ।

ସେହିଭଳି କିଛି ମଜାଳିଆ ଭିଡିଓ ଆମକୁ ବହୁତ୍ ପଶନ୍ଦ ଆସିଥାଏ ଏବଂ ବହୁତ୍ ଖୁସି ମଧ୍ଯ ଦେଇଥାଏ। ତେବେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ ଯାହା ଆପଣଙ୍କୁ ଚକିତ କରିବା ସହିତ ଖୁସି ମଧ୍ୟ କରାଇବ। ଆମେ କହୁଥିବା ଏହି ଘଟଣା ଠିକ୍ ସେହିପରି। ଯେଉଁ ଘଟଣା ରେ ଏକ ଭିନ୍ନ ଢ଼ଙ୍ଗର ଚିତ୍ର ଦେଖିବାକୁ ମିଳିଛି। ତେବେ ଏହି ଘଟଣାଟି ହେଉଛି ଏକ ରେଲୱେ ଷ୍ଟେସନ ର।ଏହି ଘଟଣାରେ ଜଣେ ମହିଳା ଯେଉଁଭଳି ଭାବେ କାମ କରୁଛନ୍ତି ତାହା ଦେଖିଲେ ଆପଣ ଆପଣଙ୍କ ହସକୁ ଅଟକାଇ ପାରିବେ ନାହିଁ।

ତେବେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ଟ୍ରେନ୍ ଭିତରକୁ ପ୍ରବେଶ କରିବା ପାଇଁ ଟ୍ରେନ ର ଦ୍ବାର ଦେଇ ନଯାଇ ଟ୍ରେନ୍ ର ଝରକା ଦେଇ ପ୍ରବେଶ କରୁଛନ୍ତି। ତେବେ ପରେ ଯାହା ଜଣା ପଡିଲା ଯେ ଏହି ମହିଳା ଜଣଙ୍କ ଥରେ ନୁହେଁ ବରଂ ବାରମ୍ଵାର ଏହିପରି କରନ୍ତି ଟ୍ରେନ୍ ଭିତରକୁ ପ୍ରବେଶ କରିବା ପାଇଁ। ମହିଳା ଜଣଙ୍କ ଏଥିପାଇଁ ନିଜର ସିଟ ବା ଟ୍ରେନ୍ ଭିତରେ ବସିବା ପାଇଁ ଥିବା ସ୍ଥାନକୁ ରଖିବା ପାଇଁ ସେ ଟ୍ରେନ୍ ର ଝରକା ପଟେ ତାଙ୍କ ଚପଲ କୁ ରଖି ଦିଅନ୍ତି ଆଉ ତାପରେ ସେହି ପଟ ଦେଇ ସେ ଟ୍ରେନ୍ ଭିତରକୁ ପ୍ରବେଶ କରନ୍ତି।

ଏହାକୁ ଦେଖି ସମସ୍ତେ ହସି ହସି ଗଡି ଯାଇଥାନ୍ତି ଏବଂ ଆଶ୍ଚର୍ଯ୍ୟ ବି ହୁଅନ୍ତି ମହିଳାଙ୍କ ଏଭଳି ଟ୍ରେନ୍ କୁ ପଶିବାର ତରିକା କୁ ଦେଖି।ତେବେ ଏହିଠାରେ କହି ରଖୁଛୁ ଯେ ଏଭଳି କରିବା ଆଦୌ ନିରାପଦ ନୁହେଁ। ଏପରି କରିବା ଦ୍ବାରା ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ। ତେଣୁ କେବେବି ଏମିତି ନକରି ସବୁବେଳେ ଟ୍ରେନ୍ ର ପ୍ରବେଶ ଦ୍ଵାର ଦେଇ ଭିତରକୁ ଯାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.