Swastik Tv News Odisha

ଏହି ଜିନିଷର ସେବନ କରି ମାତ୍ର 10 ମିନିଟ ରେ ଥଣ୍ଡା, କାଶ ଓ ମୁଣ୍ଡବ୍ୟଥା ଭଳି ସମସ୍ୟାରୁ ତୁରନ୍ତ ମୁକ୍ତି ପାଆନ୍ତୁ – Special Tips

0

ସମୟ ର ପରିବର୍ତ୍ତନ ଯୋଗୁଁ ଆମକୁ ଥଣ୍ଡା , କାଶ , କଫ ଏବଂ ମୁଣ୍ଡବ୍ୟଥା ଭଳି ସମସ୍ୟା ର ସାମ୍ନା କରିବାକୁ ପଡିଥାଏ । କେତେବେଳେ ଏହି ସମସ୍ୟା ଠିକ୍ ହୋଇଯାଏ ତ ଆଉ କେତେବେଳେ ଏହି ସମସ୍ୟା ବହୁ ଲମ୍ୱା ସମୟ ପର୍ଯ୍ୟନ୍ତ ଆମର ପିଛା ଛାଡେ ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପାୟ ନେଇଆସିଛି , ଯାହାର ସେବନ କରି ଆପଣ ମାନେ ଆପଣ ମାନଙ୍କର ଥଣ୍ଡା , କାଶ , କଫ ଏବଂ ମୁଣ୍ଡବ୍ୟଥା ଭଳି ସମସ୍ୟାଠୁ 10 ମିନିଟ୍ ରେ ମୁକ୍ତି ପାଇଁ ପାରିବେ ।

1 . ତୁଳସୀ :-

ତୁଳସୀର ବ୍ୟବହାର ଆୟୁର୍ବେଦ ରେ କେତେ ବିମାରୀ କୁ ଠିକ୍ କରିବା ପାଇଁ ବ୍ୟବହାର କରାଯାଇଥାଏ । ଗୋଟେ କପ ପାଣିରେ 5 ରୁ 6 ଟି ତୁଳସୀ ପତ୍ର ଫୁଟାଇ ଦିଅନ୍ତୁ , ତାପରେ ଏହାକୁ ଥଣ୍ଡାକରି ଦିନକୁ 2 ରୁ 3 ଥର ପିଅନ୍ତୁ । ଏହାଦ୍ୱାରା ଥଣ୍ଡା , କାଶ , କଫରୁ ଶୀଘ୍ର ମୁକ୍ତି ମିଳିଥାଏ ।

2. ମେଥିଦାନା :-

ତୁଳସୀ ପରି ମେଥିଦାନା ମଧ୍ୟ ଥଣ୍ଡା , କାଶ , ଗଳାପେନକୁ ଦୂର କରିଥାଏ । ଏହାର ବ୍ୟବହାର ଦ୍ୱାରା ଶରୀରରେ ଗରମ ଆସିଥାଏ । ଗୋଟିଏ ଗ୍ଲାସ ପାଣିରେ ମେଥିଦାନା କୁ 10 ମିନିଟ ଫୁଟାନ୍ତୁ , ତାପରେ ଏହାକୁ ଥଣ୍ଡା କରି ପୂରା ଦିନରେ 2 ଥର ପିଅନ୍ତୁ । ଏହାଦ୍ୱାରା ଥଣ୍ଡାରୁ ମୁକ୍ତି ମିଳିବ ।

3. ଅଦା :-

ଗଳାର ପେନ ଆଉ କାଶ ହେବା ଦ୍ୱାରା ଅଦା ସବୁଠାରୁ ପ୍ରଭାବଶାଳୀ ହୋଇଥାଏ , ଅଦାକୁ ଛୋଟ ଛୋଟ କାଟି ତାକୁ ଗୋଟେ ଗ୍ଲାସ ପାଣିରେ ଫୁଟାଇ ଥଣ୍ଡା ହେବା ପରେ ଦିନରେ 2ରୁ 3 ଥର ସେବନ କରନ୍ତୁ । ଏହା କରିବା ଦ୍ୱାରା ଆମକୁ ଇନଫେକ୍ସନ ଓ ଭାଇରସ ଠାରୁ ଦୂରେଇ ରଖିଥାଏ ।

4. ହଳଦୀ :-

ଆୟୁର୍ବେଦ ରେ ଶରୀରକୁ ଶୁଦ୍ଧି କରଣ ପାଇଁ ପ୍ରାଚୀନ କାଳରୁ ବ୍ୟବହାର କରାଯାଉଛି । କେଉଁ ବି ପ୍ରକାର ର ଜ୍ୱର ବା ଶରୀରର ପେନ କୁ ହଳଦୀ ଶୀଘ୍ର ଠିକ୍ କରିଥାଏ । ଅଧିକ କାଶ ଏବଂ ଥଣ୍ଡା ହେବା ଦ୍ୱାରା ସକାଳେ ସନ୍ଧ୍ୟାରେ ହଳଦୀ ପାଉଡରକୁ ଗରମ କ୍ଷୀରରେ ମିଶାଇ ପିଅନ୍ତୁ । ତା ସହିତ ଯଦି ଆପଣ ଚା ପିଉଛନ୍ତି ତେବେ ସେଥିରେ ଟିକିଏ ହଳଦୀ ମିଶେଇ ସେବନ କଲେ ଗଳାର ପେନ ତୁରନ୍ତ ଭଲ ହୋଇଥାଏ ।

5. ଖିସମିସ୍ :-

ଥଣ୍ଡା ଏବଂ ବର୍ଷା ଦିନରେ କିସମିସ ଶରୀରରକୁ ଗରମ କରିବାରେ ସାହାର୍ଯ୍ୟ କରିଥାଏ । ଥଣ୍ଡା କାଶ ଯେମିତି ସମସ୍ୟାରୁ କିସମିସ୍ ର ସେବନ କରିବା ଦ୍ୱାରା ତୁରନ୍ତ ଲାଭ ମିଳିଥାଏ । ଗୋଟିଏ ମୁଠା ଖିସମିସକୁ ଦୁଇ ଚାମଚ ଅଦା ପାଉଡର ସହିତ ମିକ୍ସ କରି ଗୋଟିଏ ଗ୍ଲାସ ପାଣିରେ ଫୁଟେଇ ଦିଅନ୍ତୁ । ଟିକିଏ ଉଷମ କରି ଏହାକୁ ଦିନକୁ 2 ଥର ସେବନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.