ଦର୍ଶକ ବନ୍ଧୁ ଆପଣ ମାନେ ତୋ ଜାଣିଥିବେ ଲେମ୍ବୁ ଭିଟାମିନ ସି, ଓ ପ୍ରଚୁର ପରିମାଣ ରେ ମିନେରାଲସ ମଧ୍ୟ ରହିଥାଏ | ହେଲେ ଏବେ ଆପଣ ଜାଣିନଥିବେ ଯେ ଲେମ୍ବୁ ଠାରୁ ଲେମ୍ଭୁ ଚୋପ ରେ ଅଧିକ ମାତ୍ର ର ଭିଟାମିନ ଦେଖିବାକୁ ମିଳିଥାଏ | ଏବଂ ଏହି ଲେମ୍ବୁ ଚପା କୁ ଆମେ ଯଦି ନ ଫିଙ୍ଗି ରଖିବା ତାହାଲେ ଏହି ଲେମ୍ବୁ ଚପା ଦ୍ୱାରାକିଛି ଏମିତି ଘରେଇ ଉପଚାର ପ୍ରସ୍ତୁତ କରାଯାଇପାରିବ | ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବ | କାରଣ ଏହି ଲେମ୍ଭୁ ଚପା କୁ ବ୍ୟବହାର କରି ଆମେ ଏକ ଘରେଇ ଉପଚାର ପ୍ରସ୍ତୁତ କରିବୁ ଯାହା ବ୍ୟବହାର କରିବା ଦ୍ୱାରା ଆପଣଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା, ମୁହଁର ଦାଗ,ପେଟର ଚର୍ବି, ଦାନ୍ତର ହଳଦିଆ ପଣ କୁ ଅତି ସହଜ ରେ କିଛି ଦିନ ମଧ୍ୟ ରେ ଭଲ କରିଦେବ | ତାହାଲେ ଆସନ୍ତୁ ଦର୍ଶକ ଜାଣିବା ଏହି ଘରେଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |
ଆବଶ୍ୟକୀୟ ଉପକରଣ :-
ଲେମ୍ବୁ ଚୋପା,ଅଲିଭ ତେଲ
ପ୍ରସ୍ତୁତି ପ୍ରଣାଳୀ :-
ତେବେ ଏହି ଉପଚାର ଟି ପ୍ରସ୍ତୁତ କରିବା ପାଇଁ ହେଲେ ପ୍ରଥମେ ଲେମ୍ବୁ ଚପା ରେ ଥିବା ଛିଦ୍ର ରେ ଯେଉଁ ତେଲ ବାହାରି ଥାଏ ସେଥିରେ ପ୍ରଚୁର ପରିମାଣ ରେ ଭିଟାମିନ ସି ଭରପୁର ହେଇ ରହିଥାଏ | ତେବେ ପ୍ରଥମେ ଏହି ଚପା କୁ ନିୟନ୍ତୁ ଓ ତାହାର ଉପର ପରସ୍ତା କୁ ବାହାର କରି ନିୟନ୍ତୁ ଓ ତାପରେ 30 ରୁ 40 ଏମ ଏଲ ଓଲିଭ ତେଲ ନେଇ ସେଥିରେ ମିକ୍ସ କରନ୍ତୁ | ତାପରେ ଏହାକୁ ଏକ କାଚ ବା ପ୍ଲାଷ୍ଟିକ ବୋତଲ ସାହାଯ୍ୟ ରେ ଏହି ତେଲ କୁ ଏକ ସପ୍ତାହ ପର୍ଯ୍ୟନ୍ତ ରୋଖନ୍ତୁ ଓ ତାପରେ ଏହାକୁ ବ୍ୟବହାର କରନ୍ତୁ|
ବ୍ୟବହାର :-
ଏହା ଆପଣଙ୍କର ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦୂର କରିବା ସହିତ ଆପଣଙ୍କର ତ୍ୱଚା ରେ ଥିବା କଳା ଦାଗ କୁ ମଧ୍ୟ ଭଲ କରିଦେବ | ଏହା ବ୍ୟତୀତ ଲେମ୍ବୁ ର ଚପା କୁ ମଧ୍ଯ ଶୁଖାଇ ବ୍ୟବହାର କରିପାରିବେ | ତେବେ ଲେମ୍ବୁ ର ଚପା କୁ ଭଲ ଭାବରେ ଧୋଇଦେଇ ଓ ଏହାକୁ 3 ରୁ 4 ଦିନ ଏହାକୁ ଶୁଖାଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ | ଏହି ପାଉଡର କୁ ଆପଣ ଆପଣଙ୍କ ମୁହଁରେ ଫେସପ୍ୟାକ ଭାବରେ ବ୍ୟବହାର କରିପାରିବେ | ଯାହା ଆପଣଙ୍କ ମୁଁହ ଥିବା ସମସ୍ତ ପ୍ରକାର କଳା ଦାଗ କୁ ମୂଳ ରୁ ସଫା କରିଦେବ | ଏହା ଛଡ଼ା ଲେମ୍ଭୁ ର ଚପା ମଧ୍ୟ ପେଟ ଚର୍ବି କୁ ମଧ୍ୟ କମେଇବା ବା ସାହାଯ୍ୟ କରିଥାଏ |
ଏଥି ଆପଣଙ୍କୁ କିଛି ତାଜା ଲେମ୍ବୁ ର ଚପା ଆବଶ୍ୟକ ହେବ ଓ ଏହାକୁ ଏକ ପାତ୍ର ସାହାଯ୍ୟ ଏକ ଗ୍ଲାସ ପାଣିରେ 4 ରୁ 5 ଟି ଲେମ୍ବୁ ଚପା ଓ ଏକ ଚାମଚ ଜିରା ରେ ପକାଇ ଏହି ପାଣି କୁ 10 ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ ଓ ଏହାକୁ ଥଣ୍ଡା ହେଇଗଲା ପରେ ଆପଣ ଏହାକୁ ସେବନ କରନ୍ତୁ | ଦେଖିବେ ମାତ୍ର କିଛି ଦିନ ପରେ ଏହା ଆମର ପେଟ ର ଚର୍ବି କୁ କମ କୋରାଇବା ସହିତ ଓଜନ କୁ ମଧ୍ୟ ହ୍ରାସ କରିଥାଏ |
ତାହେଲେ ଦର୍ଶକ ବନ୍ଧୁ ଏହା ଥିଲା ଲେମ୍ଭୁ ର କରାମତି, ଯାହାକୁ ଜାଣି ରଖିଲେ ଆପଣ ଙ୍କର ଲାଭ ହୋଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।