Swastik Tv News Odisha

ଏହି ବ୍ରିଜ ଉପରେ ଯିବା ବେଳେ ଛାତି ଭୟରେ ଥରି ଉଠେ, ଜାଣନ୍ତୁ ଦୁନିଆର ସବୁଠୁ ବିପଦପୂର୍ଣ୍ଣ ବ୍ରିଜ

0

ଦେଶ ବିଦେଶରେ ଏମିତି ଅନେକ ସ୍ଥାନ ରହିଛି , ଯାହା ପର୍ଯ୍ୟଟକ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ସେ ସହଜ ହେଉ ଅବା ବିପଦପୂର୍ଣ୍ଣ , ଏହାରି ମଧ୍ୟରେ କିଛି ଏମିତି ସ୍ଥାନ ରହିଛି ଯାହା ପଛରେ ଅନେକ ରହସ୍ୟ ଲୁଚି ରହିଛି । ପୃଥିବୀ ରେ ଏମିତି ଅନେକ ସ୍ଥାନ ରହିଛି ଯାହା ଡେଞ୍ଜରଜୁନ ରେ ଆସିଥାଏ , ଏହି ସ୍ଥାନ ଗୁଡିକ ବିପଦଜନ୍ନକ ହୋଇଥିଲେ ମଧ୍ୟ ପର୍ଯ୍ୟଟକ ମାନଙ୍କ ମନରେ ଅଧିକ ଉତ୍କଣ୍ଠା ସୃଷ୍ଟି କରେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିପଦଜନ୍ନକ ବ୍ରିଜ ବିଷୟରେ କହିବୁ , ଯେଉଁଠାକୁ ଗଲା ପରେ ଲୋକମାନଙ୍କର ଲୋମ ଟାଙ୍କୁରି ଉଠେ ।

1. କେସୱାଚୋକା :-

ଏହି ବ୍ରିଜ କୁଜୋକ ନାମକ ଗାଁକୁ ପେରୁ ସହ ଯୋଡିଥାଏ , ଏହା ଦୁନିଆର ସବୁଠାରୁ ବିପଦଜ୍ଜନକ ବ୍ରିଜ ଅଟେ । ଏହି ପୋଲ ଉପରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଲୋମ ଟାଙ୍କୁରି ଯାଇଥାଏ , ଏହା ଏକ ଦଉ଼ଡିରେ ତିଆରି ହୋଇଥାଏ। ଏହାର ମଝିରେ ପହଞ୍ଚିଲେ ଏହା ଦୋହଲିବା ଆରମ୍ଭ କରିଥାଏ , ଏଥିପାଇଁ ଲୋକମାନେ ଯିବା ପରେ ମଝିରେ ହିଁ ଭୟରେ ଚିତ୍କାର କରିବା ଆରମ୍ଭ କରିଥାନ୍ତି । ମାଟି ଉପରୁ 120 ଫୁଟ ଉପରେ ରହିଛି ଏହି ଭୟନକ ବ୍ରିଜ , ଏଥିରେ ଏକ ପ୍ରକାର ଜଙ୍ଗଲି ଘାସରୁ ପ୍ରସ୍ତୁତ ରସିକୁ ବ୍ୟବହାର କରାଯାଇଥାଏ ।

2. ଏସିମା ହୋଆସି ବ୍ରିଜ :-

ଜାପାନ ନଦ ଏସିମା ହୋଆସି ବ୍ରିଜ , ଏହାକୁ ଦେଖିବା ମାତ୍ରେ ମନରେ ଭୟ ଆସିଥାଏ । ଯେତେ ଦକ୍ଷ ଡ୍ରାଇଭର ହେଲେ ମଧ୍ୟ ଏଠାରେ ଭୟ ପାଇ ଯାଇଥାନ୍ତି , ଏହା ତଳେ ଯେମିତି ଏକ ଜାହାଜ ଯାଇ ପାରିବ ତାକୁ ଦୃଷ୍ଟିରେ ରଖି ଏହି ପୋଲ ନିର୍ମାଣ କରାଯାଇଛି । ପୋଲଟି ଉପରକୁ ଉଠିଛି ଏବଂ ପୁଣି ତଳକୁ ଯାଇଛି ।

3. ଟ୍ରିଟ୍ ବ୍ରିଜ :-

ବିପଦଜନ୍ନକ ବ୍ରିଜ କଥା ଆସିଲେ ସୁଇଜରଲ୍ୟାଣ୍ଡର ଟ୍ରିଟ୍ ବ୍ରିଜ ମନକୁ ଆସେ ଏବାକୁ ଦେଖିଲେ ଦୂରରୁ ଡର ଲାଗେ । ଏହାକୁ 6 ସପ୍ତାହରେ ତିଆରି କରାଯାଇଥିଲା , ଆଲପସ୍ ପର୍ବତମାଳା ର ଦୁଇଟି ପାହାଡକୁ ଯୋଡିଛି ଏହି ପୋଲ । ଭୂମି ଠାରୁ 100 ମିଟର ବା 330 ଫୁଟ ଉଚ୍ଚତାରେ ଥିବା ଏହି ପୋଲର ଲମ୍ୱ 170 ମିଟର । ଏହା ଏକ ଝୋଲନ୍ତା ପୋଲ ଭାବରେ ମଧ୍ୟ ପରିଚିତ ।

4. ହୁସେନି ହେଙ୍ଗିଗ୍ ବ୍ରିଜ :-

ଏହି ବ୍ରିଜ ପାକିସ୍ଥାନରେ ରହିଛି , ଦୁନିଆର ସବୁଠାରୁ ଏହା ବିପଦଜ୍ଜନକ ବ୍ରିଜ ଯାହାକି ସମ୍ପୂର୍ଣ୍ଣ ରୂପେ କାଠରେ ତିଆରି ହୋଇଛି । ଖାସ୍ କରି ବର୍ଷା ପବନ ସମୟରେ ଏହାରି ମଧ୍ୟରେ ଯିବା ସବୁଠାରୁ ବିପଦ ହୋଇଥାଏ ।

5. ଲାଙ୍କ୍ୱାଇ ସ୍କାଏ ବ୍ରିଜ :-

ଏହି ବ୍ରିଜ ମାଲେସିଆ ରେ ରହିଛି , ଏହାକୁ ବିପଦପୂର୍ଣ୍ଣ ଭାବରେ ତିଆରି କରାଯାଇଛି । ଏଥିରେ କାଚର ପରସ୍ତ ମଧ୍ୟ ଦିଆଯାଇଛି , ଯାହାଦ୍ୱାରା ଆପଣମାନେ ଉପରେ ଥାଇ ତଳେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ । ଏହା ସମୁଦ୍ର ପତ୍ତନ ଠାରୁ 700 ଫୁଟ ଉପରେ ରହିଛି , ଏହାକୁ ପ୍ରଥମେ ଭୂମିରେ ତିଆରି କରି ହେଲିକେପ୍ଚର ରେ ଉଠାଯାଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.