Swastik Tv News Odisha

ଏ ଝିଅ ଜଣଙ୍କ ପୁଅ ମାନଙ୍କ ବିଷୟରେ ଏପରି କହୁଛନ୍ତି ଯେ, ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ…ଦେଖନ୍ତୁ ଭିଡ଼ିଓ

0

ସେ କହିଛନ୍ତି ଯେ, ସମସ୍ତେ କୁହନ୍ତି ଜଣେ ଝିଅ ଜୀବନରେ ବହୁତ୍ କଷ୍ଟ, ହଁ ସତରେ ବହୁତ୍ କଷ୍ଟ। ଯେତେ ପର୍ଯ୍ୟନ୍ତ ଜଣେ ଝିଅ ବିବାହ କରି ନଥାଏ ସେତେ ପର୍ଯ୍ୟନ୍ତ ସେ ବହୁତ୍ ଖୁସିରେ ରହିଥାଏ।ସେହିପରି ଜଣେ ପୁଅ ଯେତେ ପର୍ଯ୍ୟନ୍ତ ଘରେ ରହିଥାଏ, ତା ଉପରେ କୌଣସି ଦାୟିତ୍ଵ ଆସି ନଥାଏ, ସେତେ ପର୍ଯ୍ୟନ୍ତ ସେ କୌଣସି ଚିନ୍ତା ନେଇ ନଥାଏ, ବହୁତ୍ ଖୁସିରେ ରହିଥାଏ। ତା ଉପରେ କୌଣସି ବୋଝ ବା ଜିମେଦାରି ନଥାଏ। ସେତେ ପର୍ଯ୍ୟନ୍ତ ସେ ବହୁତ୍ ଖୁସିରେ ରହିଥାଏ। କିନ୍ତୁ ସେହି ପୁଅକୁ ଥରେ ପଚାର ଯିଏ ଘରଠାରୁ ଦୂରରେ, ବାହାରେ ଯାଇ ରହୁଚି, ଯିଏକି ଖାଇ ସାରିବା ପରେ ମାଆ ର ପଣତ କାନି ରେ ତାର ମୁହଁ ପୋଛୁ ଥିଲା।

ଆଉ ଆଜି ସେ ସକାଳୁ ଟିକେ ବିସ୍କୁଟ, ଚୁଡ଼ା ଖାଇ ତାର କାମରେ ଲାଗି ଯାଉଛି, ନିଜର କର୍ମସ୍ଥଳୀ କୁ ଯାଉଛି। ସେହି ପୁଅ ଯିଏ ଖାଇବା କୁ ନେଇ କେତେ କଣ ନଖରା ବାହାର କରୁଥିଲା ଆଜି ସିଏ ସବୁ କିଛି କୁ ଚଳାଇ ନେଉଛି। ଯେଉଁ ପୁଅ ଘରେ ରହିଲେ ବାପା ର ପଇସାକୁ ବାଆଁ ବାଆଁ କରି ଉଡ଼ାଇ ଦେଉଥିଲା, ଆଜି ସେହି ପୁଅ ବାହାରେ ରହି ଟଙ୍କା ରୋଜଗାର କରି ନିଜେ ଅଳ୍ପ ଖର୍ଚ୍ଚ କରି ଘରକୁ ଅଧିକ ଟଙ୍କା ପଠାଉଛି। ଆଜି ଯଦି ପୁଅର ଦେହ ଖରାପ୍ ହୁଏ, ତେବେ ସେ ଲୁଚାଇ ଦେଉଛି ଏଵଂ କହୁଛି ମୋର କିଛି ହେଇନି। କାଳେ ଜାଣିଲେ ଘରେ ସମସ୍ତେ ବ୍ୟସ୍ତ ହେବେ, ମାଆ ଦୁଃଖ କରିବ, ତାର ମନ ଭଲ ଲାଗିବ ନାହିଁ, ବାହାରେ ରହୁଥିବା ପୁଅର ଦେହ ଖରାପ୍ ହେବା କଥାକୁ ଶୁଣି।

କିନ୍ତୁ ସେହି ପୁଅ ଘରେ ଯେତେବେଳେ ରହୁଥିଲା, ସେତେବେଳେ ତାର ଯଦି ଦେହ ଖରାପ୍ ହୁଏ ତେବେ ମାଆ ତା ପାଖକୁ ଗଲେ ସେ ଚିଡି ଯାଏ ଏବଂ କୁହେ ତୁ ମୋ ପାଖକୁ ବାରମ୍ଵାର ଆସେନା, ମୋତେ ଭଲ ଲାଗୁନି। ମାଆ କିଛି କହିଲେ ସେତେବେଳ ଚିଡି ଯାଉଥିବା ପୁଅଟି ଆଜି ବାହାରେ ରହିବା ପରେ ମାର, ସ୍ନେହ, ମମତା ର ମୂଲ୍ୟକୁ ବୁଝି ପାରିଛି। ମାର ମନ କଷ୍ଟ ନହେଉ ବୋଲି ଏବେ ଯାହାବି ହେଲେ ସେ ମାଆ କୁ ଜନାଉ ନାହିଁ। ନିଜ କାମ ସବୁ ନିଜେ କରି ମଧ୍ଯ ସେ ନିଜକୁ ବାହାରେ ରହି ଦାୟିତ୍ଵ ସମ୍ପନ୍ନ କରି ପାରିଛି।

ତେବେ କଣ ଭାବୁଛନ୍ତି, କେବଳ ଝିଅ ମାନଙ୍କ ଜୀବନରେ କଷ୍ଟ ଅଛି, ଆଉ ପୁଅ ମାନଙ୍କର କୌଣସି କଷ୍ଟ ନାହିଁ। ଯଦି ଏମିତି ଭାବୁଛନ୍ତି ତେବେ ଏହା ଭୁଲ। ପୁଅ ମାନେ ମଧ୍ଯ ନିଜ ପରିବାରକୁ ଖୁସିରେ ରଖିବାକୁ ଯାଇ ବହୁତ୍ କଷ୍ଟ ସହି ଥାଆନ୍ତି ଏବଂ ବହୁତ୍ କଷ୍ଟ ମଧ୍ଯ କରିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.