Swastik Tv News Odisha

ଓଡ଼ିଶାର ଏହି ପୋଲିସ ବାବୁଙ୍କର ଏପରି କାର୍ଯ୍ୟ ଦେଖି ଆପଣବି ତାଙ୍କୁ କରିବେ ସାଲ୍ୟୁଟ…ଦେଖନ୍ତୁ ଭିଡ଼ିଓ

0

ଅନେକ ସମୟରେ ପୋଲିସ୍ କୁ ନେଇ ଆପଣ ଅନେକ ଖବର ସଂସ୍ପର୍ଶରେ ଆସୁଥିବେ। କାହାର ପୋଲିସ୍ ପ୍ରତି ଭଲ ଭାବନା ରହିଥାଏ ତ ପୁଣି କାହାର ଚିନ୍ତାଧାରା ପୋଲିସ୍ ପ୍ରତି କୋହଲପୂର୍ଣ୍ଣ ହୋଇଥାଏ। ତେବେ ପୋଲିସ୍ ଲୋକଙ୍କ ସୁରକ୍ଷା ଏବଂ ଏକ ନ୍ୟାୟପୂର୍ଣ୍ଣ, ଅପରାଧ ମୁକ୍ତ ସମାଜ ତିଆରି ପାଇଁ ତାର ପ୍ରଚେଷ୍ଟା ଜାରି ରହିଥାଏ। ତେବେ ସମୟକ୍ରମେ କିଛି ଏମିତି ପୋଲିସ୍ କର୍ମଚରୀ ମାନଙ୍କ ପାଇଁ ଲୋକଙ୍କ ଧାରଣା ରେ ପରିବର୍ତ୍ତନ ଆସିଥାଏ କାରଣ ସେମାନେ ସମାଜକୁ ଏକ ଭିନ୍ନ ଦିଗରେ, ଅନ୍ୟାୟ ଭିତ୍ତିରେ ନେଇ ଥାଆନ୍ତି। କିନ୍ତୁ ସେଥିପାଇଁ ସମସ୍ତ ପୋଲିସ୍ କର୍ମଚାରୀ ଙ୍କୁ ଖରାପ କହିବା ଯୁକ୍ତି ଯୁକ୍ତ ନୁହେଁ।

ତେବେ ପୋଲିସ ବିଭାଗରେ କାର୍ଯ୍ୟରତ କିଛି ଏମିତି ପୋଲିସ୍ କର୍ମଚାରୀ ରହିଛନ୍ତି ଯେଉଁମାନେ ସେମାନଙ୍କ ମହାନତା, ମାନବିକତା ପୂର୍ଣ୍ଣ କାର୍ଯ୍ୟ କରି ଲୋକ ଲୋଚନକୁ ଆସିଥାନ୍ତି ଏବଂ ଅନେକ ପ୍ରଶଂସା ସାଉଁଟି ଥାଆନ୍ତି। ଏଭଳି ଅନେକ ଖବର ତ ଆପଣ ନିଶ୍ଚୟ ଦେଖିଥିବେ। ଆପଣ ଜାଣିଛନ୍ତି କିପରି ବେଳେବେଳେ ସାମ୍ନାକୁ ଆସିଥାଏ କିଛି ଏଭଳି ଘଟଣା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇ ଯାଇଥାନ୍ତି। ସେହିପରି ଏ ଘଟଣାରେ ସମାନ ଜିନିଷ ଘଟିଛି। ତେବେ ଏ ଘଟଣାଟି କେଉଁ ସ୍ଥାନର ଅଟେ ତାହା ଜଣା ନାହିଁ କିନ୍ତୁ ଏ ଭିଡିଓ ରେ ଯାହା ଘଟିଛି ତାହା ଦେଖିଲେ ନିଶ୍ଚିତ ଆପଣ ଖୁସି ହେବେ।

ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା, ତାଙ୍କର ଛୋଟ ଶିଶୁକୁ ଧରି ରାସ୍ତାରେ ବ୍ୟସ୍ତ ହୋଇ ଆସୁଛନ୍ତି ଏବଂ ସେଠାରେ ଡ୍ୟୁଟି କରୁଥିବା ଜଣେ ମହିଳା ପୋଲିସ୍ ଙ୍କ ସହ କଣ କଥାବାର୍ତ୍ତା କରୁଛନ୍ତି। ତାପରେ ଏହି ମହିଳା ପୋଲିସ ଜଣଙ୍କ ତାଙ୍କ କଥା ଶୁଣିବା ପରେ ଆଉ ଜଣେ ପୋଲିସ୍ ବାବୁଙ୍କୁ ଡାକୁଛନ୍ତି ଏବଂ ମହିଳାଙ୍କ ଅସୁବିଧା ସଂପର୍କରେ କହୁଛନ୍ତି। ମହିଳାଂକ କଥାର ଗୁରୁତ୍ୱକୁ ବୁଝି ପୋଲିସ୍ ବାବୁ ଜଣଙ୍କ ଏକ ଗାଡ଼ି ଠିକ୍ କରିବାକୁ ଲାଗୁଛନ୍ତି ଏବଂ ଶେଷରେ ସେ ଏକ ଅଟୋ କୁ ଡାକି ମହିଳା ଜଣଙ୍କୁ ଅଟୋରେ ବସାଇ ଅଟୋ ଡ୍ରାଇଭର ଙ୍କୁ କିଛି କହୁଛନ୍ତି।

ଏହାପରେ ପୋଲିସ୍ ବାବୁ ଜଣଙ୍କ ନିଜ ପର୍ସ ରୁ ଟଙ୍କା କାଢି ଡ୍ରାଇଭର ଙ୍କୁ ଦେଉଛନ୍ତି ଏବଂ ମହିଳାଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ଛାଡ଼ିବା କଥା କହୁଛନ୍ତି। ତେବେ ଏହିଭଳି ଏକ ଦୃଶ୍ୟ ସେଠାରେ କ୍ୟାମେରା ରେ ରେକର୍ଡ ହେବା ପରେ ଏହାକୁ ଦେଖି ସାଧାରଣରେ ପୋଲିସ୍ ପ୍ରତି ଲୋକଙ୍କ ସମ୍ମାନ ଆହୁରି ବଢି ଯାଇଛି। ଯିଏ ବି ଏହାକୁ ଦେଖୁଛନ୍ତି ସେମାନେ ପୋଲିସ୍ ବାବୁଙ୍କ ଏପରି କାର୍ଯ୍ୟକୁ ସଲାମ କରୁଛନ୍ତି ଏଵଂ ତାଂକୁ ସାବାସ ଦେଉଛନ୍ତି।ଲୋକଙ୍କୁ ଅସୁବିଧା ସମୟରେ ଏପରି ସାହଯ୍ୟ କରିବା ର ମନୋବୃତ୍ତି ରଖୁଥିବା ପୋଲିସ୍ କର୍ମଚାରୀ ମାନଙ୍କୁ ଆମେ ମଧ୍ଯ ଏ ଲେଖା ମାଧ୍ଯମରେ ସମ୍ମାନ ଜଣାଉଛୁ ଏବଂ ସାଲ୍ୟୁଟ୍ କରୁଛୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.