Swastik Tv News Odisha

ଓଡ଼ିଶାର ନୂଆ ସ୍ୱର ର ବିଜେତା Sushil ପ୍ରଥମ ଥର ଗାଇଲେ ” ବିଦାୟ ଦିଅ ସଜନୀ “… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ କିଛି ଗୀତ ଏପରି ରହିଛି ଯାହାକୁ ଯେତେ ଥର ଶୁଣିଲେ ବି ଆପଣ ଆହୁରି ଶୁଣିବାକୁ ଇଚ୍ଛା କରିଥାନ୍ତି। କାରଣ ସେହି ଗୀତର ଭାବ ଏବଂ ସ୍ଵର ଆମକୁ ବେଶ୍ ପସନ୍ଦ ଆସିଥାଏ ଏବଂ ହୃଦୟକୁ ଛୁଇଁଲା ଭଳି ହୋଇଥାଏ। ତେବେ ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ସଙ୍ଗୀତ ଆମ ନିରସ ଜୀବନରେ ରସ ଭରି ଦେଇଥାଏ।ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ବହୁତ୍ ଖୁସି ହୋଇ ଯାଇଥାଉ। ତେଣୁ ଆପଣ ଏହିଭଳି ଭାବରେ ଅନେକ ସଙ୍ଗୀତକୁ ଶୁଣିଥିବେ ଯାହା ହୃଦୟକୁ ଛୁଇଁଲା ଭଳି ହୋଇଥାଏ।

କିଛି ସଙ୍ଗୀତ ଏପରି ରହିଛି ଯାହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ କିନ୍ତୁ ସେଥିରେ କୌଣସି ଭାବ ନଥାଏ। ବିଶେଷକରି ନବେ ଦଶକ ଏବଂ ତା ପୂର୍ବରୁ ପ୍ରସ୍ତୁତ ହେଉଥିବା ଗୀତ ଗୁଡିକ ବେଶ୍ ହୃଦୟସ୍ପର୍ଶୀ ହୋଇ ପାରୁଥିଲା। ଯାହା ଶୁଣିବାକୁ ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ତେବେ ନବେ ଦଶକର ପ୍ରତ୍ୟେକଟି ସଙ୍ଗୀତ ବହୁତ୍ ସୁନ୍ଦର ଥିଲା ଯାହାକୁ ଦର୍ଶକ ଏବଂ ଶ୍ରୋତା ଏବେବି ପସନ୍ଦ କରନ୍ତି। କାରଣ ସେହି ସବୁ ଗୀତର ଗାୟକ ଗାୟିକା ଏବଂ ଉଚ୍ଚ କୋଟୀର ଶବ୍ଦ ସଂଯୋଜନା ଆଦି ଅତୁଳନୀୟ।

ଯାହାକୁ ଶୁଣିଲେ ମନ ଏବଂ ହୃଦୟ ପୁରୀ ଉଠେ। ଗୀତର ଅର୍ଥ ବୁଝିଲା ଭଳି ଏବଂ ଜୀବନର ବାସ୍ତବତା ସହିତ ସମ୍ପର୍କ ରଖିବା ଭଳି ସେହିସବୁ ଗୀତକୁ ଏକୁଟିଆ ବସିବା ସମୟରେ ଶୁଣି ଦେଲେ ବହୁତ୍ ଦୁଃଖ କଷ୍ଟ ମଧ୍ୟ ଲାଘବ ହୋଇ ଯାଉଥିଲା। ତେବେ ସେହିଭଳି ଓଡ଼ିଆ ସିନେମା ଏବଂ ଆଲବମ ର ଅନେକ ଏପରି ଗୀତ ରହିଛି ଯାହାକୁ ଲୋକେ ଏବେବି ଶୁଣିଲେ ବହୁତ୍ ଖୁସି ହୁଅନ୍ତି ଏବଂ ଗୁଣୁଗୁଣୁ କରନ୍ତି। ସେହିଭଳି ଏକ ଗୀତ ହେଉଛି, ବିଦାୟ ଦିଅ ଏବେ ସଜନୀ, ଆଉ ଏ ଜୀବନେ କେବେ ଦେଖା ହେବନି”।ଏହି ଗୀତ ଏକ ଲୋକପ୍ରିୟ ଆଲବମ ଗୀତ। ଯାହାକୁ ଯେତେଥର ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହୁଏ,ସେହି ଗୀତର ଭାବ ଭିତରେ ହଜି ଯିବାକୁ ଇଛା ହୁଏ।

ତେବେ ଏହି ପୁରୁଣା ଗୀତକୁ ଏବେ ଗାଇଛନ୍ତି ଓଡ଼ିଶାର ନୂଆ ସ୍ୱର ଜୁନିଅର ର ବିଜେତା, ରାଇଯିଂ ଷ୍ଟାର ସୁଶିଲ କୁମାର। ତେବେ ଏହି ଗୀତଟି ସବୁବର୍ଗର ଲୋକଙ୍କ ବହୁତ୍ ପସନ୍ଦ। ଜଣେ ସୁନାମଧନ୍ୟ ଗାୟକ, ମହମ୍ମଦ ଅଜିଜ ଏହି ଗୀତକୁ ଗାଇଛନ୍ତି ଏବଂ ଏହି ଲୋକପ୍ରିୟ ଓଡ଼ିଆ ଆଲବମ ଗୀତଟି ଓଃ ମାଇଁ ଡାର୍ଲିଂ ଆଲବମ୍ ର ଗୀତ ଅଟେ। ଏହାକୁ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ ଏବଂ ସଙ୍ଗୀତରେ ସଜାଇଛନ୍ତି ସୁରେଶ ପଣ୍ଡା। ଆପଣମାନେ ଯଦି ଏହି ଗୀତକୁ ଶୁଣି ନାହାଁନ୍ତି ତେବେ ନିଶ୍ଚିତ ଥରେ ଶୁଣନ୍ତୁ, ଏହି ଗୀତ ଆପଣଙ୍କୁ ବହୁତ୍ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.