ବନ୍ଧୁଗଣ ବ୍ଲଗ୍ ଭିଡିଓ କରୁଥିବା ଓଡ଼ିଶାର ଝିଅ ବର୍ଷା ସାହୁଙ୍କୁ ଆପଣ ଜାଣିଥିବେ। ଯିଏକି ଅନେକ ବ୍ଲଗ୍ ଭିଡିଓ କରି ଲୋକଙ୍କ ନଜରକୁ ଆସିଛନ୍ତି ଏବଂ ଜଣେ ପରିଚିତ ଚେହେରା ପାଲଟି ଛନ୍ତି। ତାଙ୍କର ବ୍ଲଗ୍ ଭିଡିଓ ଆପଣ ନିଶ୍ଚୟ ଦେଖିଥିବେ। ବର୍ଷା ସାହୁ ଲାଇଫ ଷ୍ଟାଇଲ ନାମରେ ରହିଛି ତାଙ୍କର ଏହି ୟୁ ଟ୍ୟୁବ୍ ଚ୍ୟାନେଲ। ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ସମସ୍ତ ଙ୍କୁ ଦୁଃଖିତ କରିବା ଭଳି ଅଟେ। କାରଣ ଏହି ଭିଡିଓ ତାଙ୍କ ଭାଇ କରିଛନ୍ତି। ଏବେ ବର୍ଷା ଅସୁସ୍ଥ ଥିବା କଥା ତାଙ୍କ ଭାଇ ଏହି ଭିଡିଓ ରେ ପ୍ରଶଂସକ ମାନଙ୍କୁ ଜଣାଇଛନ୍ତି। ଏବେ ସେ ଗୁରୁତର ଅଛନ୍ତି ଏବଂ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି ବୋଲି ତାଙ୍କ ଭାଇ କହିଛନ୍ତି।
ହଠାତ୍ ତାଙ୍କର ଏପରି ଅସୁସ୍ଥତା କିପରି ହେଲା ଏବଂ ତାଙ୍କର ସ୍ଥିତି କିପରି ଥିଲା ସେ ବିଷୟରେ ତାଙ୍କ ଭାଇ ଏହି ଭିଡିଓ ରେ ଜଣାଇଛନ୍ତି। ପ୍ରଥମେ ତାଙ୍କୁ ଜ୍ଵର ଥିବା ବେଳେ ଧୀରେ ଧୀରେ ବର୍ଷା ଅସୁସ୍ଥ ହୋଇ ପଡ଼ିଥିଲେ ଏବଂ ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ନେଇ ହସ୍ପିଟାଲ୍ ରେ ଭର୍ତ୍ତି କରା ଯାଇଛି। ଏବେ ତାଙ୍କର ଚିକିତ୍ସା ଚାଲିଛି। ତେବେ ବର୍ଷା ଙ୍କ ଏଭଳି ସ୍ଥିତି ରେ ତାଙ୍କ ମାଆ ଏବଂ ଭାଇ ସମସ୍ତେ ବହୁତ୍ ଦୁଃଖିତ ଅଛନ୍ତି ଏବଂ ଭାଂଗି ପଡିଛନ୍ତି। ଏହାଛଡା ଦର୍ଶକ ମାନଙ୍କୁ ତାଙ୍କ ଭାଇ ଏହି ଭିଡିଓ ମାଧ୍ଯମରେ ଅନୁରୋଧ କରିଛନ୍ତି ଯେ ବର୍ଷା କିପରି ଜଲଦି ଭଲ ହୋଇଯିବେ ସେଥିପାଇଁ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ।
ଏବେ ସୁଦ୍ଧା ବର୍ଷା ଙ୍କ କୌଣସି ଟେଷ୍ଟ ର ରିପୋର୍ଟ ଆସିନାହିଁ ବୋଲି ତାଙ୍କ ଭାଇ କହିଛନ୍ତି। ତେଣୁ ବର୍ଷାଙ୍କ ଏଭଳି ସ୍ଥିତିରେ ତାଙ୍କର ପ୍ରସଂଶକ ମାନଙ୍କୁ, ତାଙ୍କୁ ଭଲ ପାଉଥିବା ଲୋକଙ୍କୁ ଏହା ଜଣାଇ ଦେବା ଉଚିତ୍ ବୋଲି ସେ ଭାବି ଏହି ଭିଡିଓ କରି ଏ ବିଷୟରେ କହିଛନ୍ତି। ତେବେ ତାଙ୍କ ଭାଇ ଏ ଭିଡିଓ ବନାଇବା ବେଳେ ନିଜେ କାନ୍ଦି ପକାଉଛନ୍ତି। ଭଉଣୀ କିପରି ଭଲ ହୋଇ ଘରକୁ ଫେରି ଆସୁ ବୋଲି ସେ ବି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ତେବେ ଆପଣ ମାନେ ଯଦି ବର୍ଷା ସାହୁ ଲାଇଫ ଷ୍ଟାଇଲ ଚ୍ୟାନେଲ କୁ ଦେଖିଥିବେ ତେବେ ଜାଣିଥିବେ କେତେ ଚୁଲବୁଲି ଭାବରେ ବର୍ଷା ତାଙ୍କର ଭିଡିଓ ସବୁ କରନ୍ତି।
ତାଙ୍କର ଅସୁସ୍ଥତା ଖବର ଶୁଣି ଦର୍ଶକ ମାନେ ମଧ୍ୟ ଦୁଃଖିତ ହୋଇ ପଡିଛନ୍ତି। ଏହାଛଡା ଅନେକ ଜଣ ପ୍ରତିକ୍ରିୟାରେ ଲେଖିଛନ୍ତି ଯେ ବର୍ଷା ଜଲଦି ଭଲ ହୋଇ ଘରକୁ ଫେରି ଆସନ୍ତୁ। ଭଗବାନ ତାଙ୍କୁ ଜଲଦି ଭଲ କରି ଦିଅନ୍ତୁ। ଆପଣବି ବର୍ଷାଙ୍କ ଆରୋଗ୍ୟ ଲାଭ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।