Swastik Tv News Odisha

ଓଡିଶାରେ ରହିଛି ଏହି ରହସ୍ୟମୟ ମନ୍ଦିର , ପୂର୍ଣ୍ଣ ହୁଏ ସମସ୍ତଙ୍କର ମନଷ୍କାମନା ଏହି ମନ୍ଦିର ର ରହସ୍ୟ ବିଷୟରେ ଜାଣିଲେ ଆପଣ ବି ଚକିତ ହୋଇଯିବେ

0

ଆମ ବିଶ୍ଵ ରେ ଅନେକ ଅଜବ ଅଜବ ସ୍ଥାନ ରହିଛି । ଯାହା ବିଷୟରେ ଜାଣିଲେ ଆମେ ସବୁବେଳେ ଆଶ୍ଚର୍ଯ୍ୟ ହେବୁ । ଆଉ ସେହିପରି ଆଶ୍ଚର୍ଯ୍ୟ କରିବା ଏହି ଗୁମ୍ଫାର କାହାଣୀ । ଯାହାକୁ ସ୍ବର୍ଗ ର ଦ୍ୱାର ବୋଲି ଲୋକେ ବିଶ୍ୱାସ କରୁଛନ୍ତି ଲୋକେ। ତେବେ ଏହି ଗୁମ୍ଫା ଟି ଏତେ ଗୁରୁତ୍ୱପୂର୍ଣ୍ଣ ହେବାର କାରଣ ହେଉଛି ଏହି ଗୁମ୍ଫାରେ ଥିବା ଚମତ୍କାରୀ ଶିବ ମନ୍ଦିର ର ପାଇଁ।

ତେବେ ଆମେ ମଧ୍ୟ ଆପଣଙ୍କୁ କହିରଖୁଚୁ ଯେ, ଏହି ମନ୍ଦିର ର ରହସ୍ୟମୟ ଶକ୍ତି ବିଷୟରେ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ।
ତେବେ ଏହି ମନ୍ଦିର ଟି ହେଉଛି ଭଞ୍ଜନଗର ଗୁମ୍ଫାରେ ଅବସ୍ଥିତି କଟକେଶ୍ୱର ଶିବ ମନ୍ଦିର। ଏହା ପ୍ରାୟ ଗୁମ୍ଫା ର ଅଗ୍ର ଭାଗରେ ଅବସ୍ଥିତ ଅଟେ। ତେବେ ଏହାର ଚତୁପାର୍ଶ୍ୱ ରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଦେଖିଲେ ଆପଣ ମାନେ ଚକିତ ହୋଇଯିବେ।


ତେବେ ଆଶା କରାଯାଉଛି କି ସରକାର ଙ୍କର ଟିକିଏ ସାହାଯ୍ୟ ମିଳିଲେ ଏବଂ ତାଙ୍କର ଧ୍ୟାନ ଏହି ଗୁମ୍ଫା ଉପରେ ଥିବା ଠାକୁର ଙ୍କର ଉପରେ ତେବେ ଏହା ଓଡ଼ିଶା ର ଅନ୍ୟ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ବେଶ ଲୋକପ୍ରିୟତା ହାସଲ କରିବ।

ତେବେ ସେଠାରେ ଥିବା ପୂଜାରୀ ଙ୍କର କହିବା ଅନୁସାରେ, ସେମାନେ ପ୍ରଥମେ ଜାଣିନଥିଲେ କି ଏହି ଗୁମ୍ଫା ମଧ୍ୟରେ ଭଗବାନ ଶିବ ଅବସ୍ଥାନ କରିଛନ୍ତି ବୋଲି। କିନ୍ତୁ ଅନେକ ସମୟରେ ଦେଖା ଯାଇଥିଲା କି ଲୋକ ମାନେ ଏହି ଗୁମ୍ଫା କୁ ଯିବା ପୂର୍ବରୁ ସେଠାରେ ଥିବା ଏକ ପଥର କୁ ପ୍ରଣାମ କରି ଯାଆନ୍ତି ବୋଲି।

ତେବେ ଏକଦା ସେଠାରେ କେତେକ ବ୍ରାହ୍ମଣ ଲୋକ ଯିବା ବେଳେ ଗୁମ୍ଫା ଉପରେ ଥିବା ଭଗବାନ ଶିବ ଙ୍କର ମୃତ୍ତି କୁ ସେମାନେ ଦେଖିବାକୁ ପାଇଥିଲେ। ଏବଂ ସେହି ଦିନ ରୁ ବହୁତ କଷ୍ଟ ରେ ପାହାଡ଼ ଉପ କୁ ଚଢି ସେମାନେ ଭଗବାନ ଙ୍କୁ ପୂଜାର୍ଚ୍ଚନା କରନ୍ତି। ଏବଂ ତାଙ୍କର ନାମକରଣ କଟକେଶ୍ୱର ମହାଦେବ ବୋଲି ରଖିଛନ୍ତି।

କୁହାଯାଏ କି, ଏହି ପାଖ ଅଞ୍ଚଳରେ ଜଣେ ବ୍ୟକ୍ତି ଙ୍କର ଝିଅ ର ଦେହ ବହୁତ ଖରାପ ହୋଇଥିଲା ।ଯେତେ ଡାକ୍ତର ଦେଖାଇଲେ ମଧ୍ୟ ସେ ଠିକ ହେଉନଥିଲା। ତେବେ ତାର ବାପା ଦିନ ବାଟରେ ଯିବା ବେଳେ ନନା ଙ୍କୁ ଦେଖି ନିଜ ଦୁଖଃ କାହାଣୀ କହିଥିଲେ ।ତେବେ ତା ପର ଦିନ ତାଙ୍କର ଝିଅ ସୁସ୍ଥ ହୋଇଗଲା। ଏବଂ ସେମାନ କହନ୍ତି କି ଯିଏ ବି ଭଗବାନ କଟକେଶ୍ୱର ଙ୍କ ପାଖରେ ଯାହାବି ମାନସିକ କରିଥାନ୍ତି ତାହା ପୂରଣ ହୋଇଥାଏ।

ତେବେ ସୋସିଆଲ ମିଡ଼ିଆ ମାଧ୍ୟମରେ ସେ ଜଣେଇବାକୁ ଚାହୁଁଛନ୍ତି କି ଏହି ଗୁମ୍ଫା ଓ ଠାକୁର ଙ୍କୁ ବହୁତ ମାହାତ୍ମ୍ୟତା ରହିଛି। କିନ୍ତୁ ଏଠାରେ ରାସ୍ତା , ଆଲୋକ ଓ ପରିବେଶ ର ସୁବିଧା ନଥିବାରୁ ଏହା ବିଷୟରେ କେହି ଜାଣିପାରୁ ନାହାନ୍ତି। ତେବେ ସରକାର ଟିକେ ସାହାଯ୍ୟ କରି ଏଠାରେ ଆଲୋକ ବ୍ୟବସ୍ଥା , ରାସ୍ତା ଏବଂ ମନ୍ଦିର ଟିଏ କରିବାର ଅନୁମତି ଦେଲେ। ଏହା ଓଡ଼ିଶାର ଏକ ବିଶେଷ ପର୍ଯ୍ୟଟନ ସ୍ଥଳୀ ହୋଇପାରିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.