କ’ଣ ଖାଇଲେ ବଢ଼ିବ ଓଜନ ? ଏଥିପାଇଁ କଣ କଣ ଖାଇବା ଜରୁରୀ ଅଟେ । Dr. Shruti Shah

ଅଧିକାଂଶ ଲୋକମାନଙ୍କର ଶରୀରର ଓଜନ ବହୁତ କମ ହୋଇଥାଏ , ଯାହାଫଳରେ ସେମାନଙ୍କର ବହୁତ ଗୁଡିଏ ପ୍ରବ୍ଲେମ ମଧ୍ୟ ଦେଖାଯାଏ । ଯେମିତିକି ନିଜର ସେଲ୍ଫକନଫିଡେଣ୍ଟ ଲୋ ହୋଇଥାଏ , ତା ଛଡା ଉଚ୍ଚତା ଅନୁସାରେ ଓଜନ ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏମିତି ବି ଦେଖାଯାଏ ଯେ ଆମେ ଚାହିଁଲେ ବି ଶରୀରର ଓଜନ ବୃଦ୍ଦି କରି ପାରି ନଥାଉ ଏହାର ମଧ୍ୟ କିଛି କାରଣ ରହିଛି । ଯଦି ଆପଣଙ୍କ ଫ୍ୟାମିଲିରେ ବାପା ମା କିମ୍ୱା ଜେଜେବାପା ଙ୍କର ଷ୍ଟ୍ରକଚର ସେମିତି ଥାଏ ତେବେ ପିଲାମାନେ ମଧ୍ୟ ସେମିତି ହେବାର ଅଧିକ ଚାନ୍ସସେସ୍ ଥାଏ ।

ସେକେଣ୍ଡ କାରଣଟି ଯେତିକି ପରିମାଣରେ ଆପଣଙ୍କୁ କ୍ୟାଲେରୀ ଆବଶ୍ୟକ , ସେତିକି ପରିମାଣରେ ନେଉ ନାହାନ୍ତି ତେବେ ଆପଣଙ୍କର ଓଜନ ବହୁତ କମ ହେବ । ଓଜନ ବୃଦ୍ଧି କରିବା ପାଇଁ ପ୍ରଥମତଃ ନିଜର କ୍ୟାଲେରୀ କଣ୍ଟେଣ୍ଟ ବଢେଇବା ଦରକାର , ଯେଉଁମାନେ ଅଧିକ ପତଳା ଥାନ୍ତି ସେମାନଙ୍କର ଖାଦ୍ୟର ପରିମାଣ ମଧ୍ୟ ବହୁତ କମ ଥାଏ । ଯଦି ଆପଣ ଦୁଇଟି ରୁଟି ନେଉଛନ୍ତି ତାହାକୁ ବଢେଇକି 3 ଟି ବା ସାଢେତିନିଟି ନେଇ ପାରିବେ । ଏଥିସହିତ ଦିନ ଯାକ 5 ଥର ଖାଦ୍ୟ ଖାଇପାରିବେ ଏବଂ ସଠିକ୍ ଟାଇମରେ ଖାଇବା ମଧ୍ୟ ବହୁତ ଜରୁରୀ ଅଟେ ।

ପତଳା ଥିବା ବ୍ୟକ୍ତି ମାନେ ସେମାନଙ୍କ ପ୍ରତ୍ୟେକ ଖାଦ୍ୟରେ ଭଲ ଏମାଉଣ୍ଟର ପ୍ରୋଟିନ ଖାଇବା ଜରୁରୀ । ଯଦି ଆପଣ ବ୍ରେକଫାଷ୍ଟ ଖାଉଛନ୍ତି ତା ସହିତ ଗୋଟେ କପ ଦହି ହେଉ ବା ଗୋଟେ ଗ୍ଲାସ କ୍ଷୀର ଜାତୀୟ ଜିନିଷ ରଖିବେ । ଯଦି ଆପଣ ଇଟିଲୀ ଖାଉଛନ୍ତି ତା ସହିତ ଭଲ ବଡ କଟୁରୀରେ ସାମ୍ୱର କିମ୍ୱା ମଟର ତରକାରୀ ଖାଇପାରିବେ । ଯଦି ରୁଟି ଖାଉଛନ୍ତି ତେବେ ଡାଲମା ଖାଇପାରିବେ , ଖାଦ୍ୟରେ ପ୍ରୋଟିନ ସରସ୍ ନିହାତି ରହିବା ଦରକାର । ନନଭେଜ୍ ରେ ଅଣ୍ଡା ନିହାତି ଖାଇବା ଆପଣଙ୍କୁ ପ୍ରୋଟିନ ବଢିବାରେ ଜରୁରୀ ଏବଂ ଅଣ୍ଡାର ହ୍ୱାଇଟ୍ ନେଲେ କେବଳ ଆପଣଙ୍କୁ ପ୍ରୋଟିନ ପାର୍ଟଟି ମିଳିବ ।

ଅଣ୍ଡାର ହ୍ୱାଇଟ ଅଂଶ ଓଜନ ବଢିବାରେ ବହୁତ ହେଲ୍ପଫୁଲ ହୋଇଥାଏ , ଦ୍ୱିପହରରେ ସେମିତି ଡାଲି ନିହାତି ଖାଇବେ । ତା ସହିତ କିଛି ନନଭେଜ ମାଛ ହେଉ ବା ଚିକେନ ତା ସହିତ ଏଡ୍ କରି ପାରିବେ । ବ୍ରେକଫାଷ୍ଟ ଆଉ ଲଞ୍ଚ ମଝିରେ ଆପଣ ଟିକିଏ ଡ୍ରାଏ ଫ୍ରୁଟ 50 ରୁ 80 ଗ୍ରାମ ପାଖାପାଖି ଖାଇପାରିବେ । ଇଭନିଙ୍ଗ ଟାଇମରେ ଆପଣଙ୍କୁ ନିହାତି ମିଲ୍କ ର ସେବନ କରିବା ଉଚିତ୍ । ଯଦି ଆପଣ ମାନେ ନରମାଲ ଖାଦ୍ୟରେ ସାଫିସିଏଣ୍ଟ ପ୍ରୋଟିନ ଖାଇ ପାରୁ ନାହାନ୍ତି ତେବେ ନିହାତି ଭାବରେ ଡକ୍ଟର କିମ୍ୱା ଡାଇଟିସିଆନ ଙ୍କ ପରାମର୍ଶରେ ମେଡିକେଟେଡ୍ ସପ୍ଲିମେଣ୍ଟ ଆପଣ ଏଡ୍ କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment