Swastik Tv News Odisha

କ’ଣ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି ? Dr sheetal Suresh

0

ରୋଗ ପ୍ରତିରୋଧକ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଅଟେ ଆମ ଶରୀର ପାଇଁ। ଶରୀରକୁ ସୁସ୍ଥ ରଖିବା ଏବଂ ରୋଗ ଠାରୁ ଦୂରେଇ ରହିବା ପାଇଁ ଏହା ଏକ ମୂଖ୍ୟ ଭୂମିକା ଲିଭାଇ ଥାଏ। ତେବେ କରୋନା ମହାମାରୀ ଆସିବା ପାଖରୁ ଆମେ ଗୋଟିଏ ଶବ୍ଦ ସହିତ ବହୁତ୍ ମାତ୍ରାରେ ପରିଚିତ ହୋଇଅଛୁ ତାହା ହେଉଛି ଇମ୍ୟୁନିଟି ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କୁ ବଢ଼ାଇବା ପାଇଁ ଆମେ ଅନେକ ପ୍ରକାରର ଖାଦ୍ୟ ପଦାର୍ଥର ସେବନ ମଧ୍ୟ କରୁଛୁ। କାରଣ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସମସ୍ତଂକର ରୋଗ ପ୍ରତିରୋଧକ ଶକ୍ତି ଭିନ୍ନ ପ୍ରକାରର ଅଟେ।

କାରଣ ତାହା ଜେନେଟିକ ଫେକ୍ଟର ନିର୍ଦ୍ଧାରଣ କରେ। କିନ୍ତୁ ତାପରେ ବି ଆମେ ଆମର ଶରୀରର ରୋଗ ପ୍ରତିରୋଧକ ଶକ୍ତି କୁ ବଢାଇ ପାରିବା ସୁଷମ ଏବଂ ପୋଷକ ଯୁକ୍ତ ଖାଦ୍ୟ ଖାଇ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କଣ ଖାଇବେ?

ବିଶେଷ କରି ଗ୍ରୀଷ୍ମ ଏବଂ ବର୍ଷା ଦିନରେ ଆମେ ଅନେକ ପ୍ରକାରର ରୋଗ ସଂସ୍ପର୍ଶରେ ଆସିଥାଉ। ତେଣୁ ଏଥିପାଇଁ ଏହି ଦିନରେ ଆମେ ନିଜକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ ଅଟେ। ଏଥିପାଇଁ ଏହି ଦିନ ମାନଙ୍କରେ ଉତ୍ପାଦିତ ହେଉଥିବା ଫଳ ପନିପରିବାର ସେବନ କରିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ ବି ହୋଇଥାଏ।କାରଣ ଏହି ଋତୁ ମାନଙ୍କରେ ମିଳୁଥିବା ଫଳ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।

ପୋଷକ ଯୁକ୍ତ ଖାଦ୍ୟ- ଏହାଛଡା ଆମ ଶରୀରକୁ କିଛି ମୁଖ୍ୟ ପୋଷକ ତତ୍ତ୍ଵ ଯୁକ୍ତ ଖାଦ୍ୟ ଦରକାର। ଯେଉଁ ଗୁଡିକ ହେଉଛି ପ୍ରୋଟିନ, କାର୍ବୋହାଇଡ୍ରେଟ, ଭିଟାମିନ, ମିନେରାଲ, ଫ୍ୟାଟ ଏବଂ ୱାଟର। ଏତିକି ଜିନିଷ ପ୍ରତିଦିନ ଆମ ଶରୀର ଭିତରକୁ ଯିବା ଦରକାର ଇମ୍ୟୁନ ସିଷ୍ଟମ କୁ ବୃଦ୍ଧି କରିବା ପାଇଁ।

ସନ୍ତୁଳିତ ଖାଦ୍ୟ- ହାଇ ପ୍ରୋଟିନ ଯୁକ୍ତ ଖାଦ୍ୟ, ଯାହା ପରିମାଣ ଏବଂ ଗୁଣାତ୍ମକ ଦୃଷ୍ଟିରୁ ସନ୍ତୁଳିତ ହୋଇଥିବ।

ଡାଲି ଜାତୀୟ ଖାଦ୍ୟ- , ମୁଗ ଡାଲି, ବିରି ଡାଲି, ହରଡ ଡାଲି, ମଟର , କାବୁଲି ବୁଟ, ଚଣା ଆଦି ଖାଦ୍ୟ ସେବନ କରନ୍ତୁ।

ମିଲ୍କ ଏବଂ ମିଲ୍କ ପ୍ରଡକ୍ଟ- କ୍ଷୀର, ଦୁଗ୍ଧ ଜାତୀୟ ଖାଦ୍ୟ, ଛେନା ଆଦି ସେବନ କରି ପାରିବେ।

ପୁଷ୍ଟିସାର ଜାତୀୟ ଖାଦ୍ୟ- ମାସ, ମାଂସ, ଅଣ୍ଡା ଏବଂ ଗଜା ବୁଟ , ଗଜା ମୁଗ ଆଦି ଖାଇବା ଦ୍ଵାରା ଆପଣଙ୍କ ଇମ୍ୟୁନ ସିଷ୍ଟମ ଅଧିକ ବୃଦ୍ଧି ହୋଇଥାଏ।

କିପରି ବଢାଇବେ ରୋଗ ପ୍ରତିରୋଧକ ଶକ୍ତି?

– ବାଲାନ୍ସ ଡାଏଟ ବା ସୁଷମ ଖାଦ୍ୟ। ଯେଉଁଥିରେ ସବୁ ପ୍ରକାର ନ୍ୟୁଟ୍ରିଏଣ୍ଟ ମହଜୁଦ ରହିଥିବ।

– ପ୍ରତିଦିନ ଏକ୍ସରସାଇଜ କରିବା ନିହାତି ଦରକାର।

– ପ୍ରତିଦିନ ସୁନିଦ୍ରା ମଧ୍ଯ ଆବଶ୍ୟକ ଇମ୍ୟୁନ ସିଷ୍ଟମ କୁ ବଢ଼ାଇବା ପାଇଁ।

– ଷ୍ଟ୍ରେସ ଲେବଲ୍ କୁ କମ୍ କରନ୍ତୁ ଏବଂ ମାନସିକ ଚିନ୍ତା ଏବଂ ଚାପରୁ ନିଜକୁ ଦୂରେଇ ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.