କାନରେ ପାଣି ପଶିଗଲେ କ’ଣ କରିବେ ? How to Get Water out of Ears

ହଁ ଦର୍ଶକ ବନ୍ଧୁ ଆମେ ମାନେ ଜାଣିଛୁ କି ଆମ ଶରୀରରେ କୋୖଣସି ବି ଅଙ୍ଗରେ ଯଦି କିଛି ଅସୁବିଧା ହୋଇଥାଏ ତାହେଲେ ଆମକୁ ବହୁତ ଆଶ୍ବସ୍ତି ଲାଗେ, ଓ ତାହା ସହିତ ଆମକୁ ଭଲ ମଧ୍ୟ ଲାଗି ନମ୍ବର ଥାଏ | ତେବେ ଆଖି ହେଉ କି ନାକ ଵା କାନ ଏହି ସବୁ ଅଙ୍ଗ ଗୁଡିକ ଆମ ବାହ୍ୟ ଅଙ୍ଗ ହୋଇଥାଏ ଓ ଯାହା ପରିବେଶରେ ବିଭିନ୍ନ ପ୍ରକାର ର ବାହାର ଜିନିଷ ଗୁଡିକର ସଂସ୍ପର୍ଶ ରେ ଆସିବା ଫଳରେ ଇନଫେକ୍ସନ ହୋଇଥାଏ ଓ ଯାହା ଫଳରେ ଆମେ ବହୁତ କଷ୍ଟ ମଧ୍ୟ ପାଇଥାଉ | ତାହେଲେ ଯଦି ଆପଣଙ୍କର କାନ ଜଣିତ କିଛି ବି ଅସୁବିଧା ହୋଇଥାଏ , ତାହେଲେ ଚିନ୍ତିତ ହୁଅନ୍ତୁନି | ଆଜି ମୁଁ ଆପଣ ମାନଙ୍କୁ କାନ ଜନିତ ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଉପାୟ ବତାଇବି |ତାହେଲେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |

ସାଧାରଣତଃ ଆମେ ଦେଖିଥାଉ କି ଆମେ ଗାଧେଇବା ସମୟରେ ଆମ କାନ ଭିତରେ ପାଣି ପଶି ଯାଇଥାଏ ଆଉ ଯାହା ଫଳରେ ଆମକୁ ବହୁତ କଷ୍ଟ ମଧ୍ୟ ହୋଇଥାଏ | ତେବେ ଆମେ ଯଦି ପୋଖରୀରେ ଗାଧେଇଥାଉ ଓ ଯଦି ମୁଣ୍ଡକୁ ପାଣିରେ ବୁଡେଇକି ଗାଧେଇଥାଉ, ତାହେଲେ କାନ ଭିତରେ ବିଶେଷ କରି ପାଣି ପଶିଯାଇଥାଏ | ତାହେଲେ ଯଦି ଦୂଷିତ ପାଣି ଅର୍ଥାତ ପୋଖରୀର ପାଣି କାନ ଭିତରେ ପଶି ଯାଇଥାଏ , ତାହେଲେ ସେହି ପାଣି ଆମ କାନ ଭିତରେ ଫୋଙ୍ଗଳ ଇନଫେକ୍ସନ କରାଇଥାଏ ଓ ଯାହା ଫଳରେ ଆମେ କାନରେ ଯନ୍ତ୍ରଣା ଅନୁଭବ କରିଥାଉ |

ବିଶେଷ କରି ଆମ କାନ ଭିତରେ ସେହି ଫୋଙ୍ଗଳ ତାର ବଂଶ ବିସ୍ତାର କରିବା ଆରମ୍ଭ କରିଦେଇଥାଏ , ଆଉ ଯାହା ଫଳରେ କାନ ଭିତରେ ତାହା ଇନଫେକ୍ସନ କରି ପଚେଇ ଦେଇଥାଏ ଓ ଆମର କାନରେ ଯନ୍ତ୍ରଣା ହୁଏ | ଆଉ ଆମେ ସେହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଅନେକ ସମୟରେ ମେଡ଼ିସିନ ଦୋକାନରୁ କାନରେ ପକାଉଥିବା ଡ୍ରପ ଆଣିକି ପକାଇଥାଉ, କିନ୍ତୁ ଏହା ପ୍ରଥମ ସେପନରେ ହେଉଥିବା ସମସ୍ୟା କୁ ଦୂର କରିପାରିବ |

କିନ୍ତୁ ଯଦି ବେଶୀ ଫୋଙ୍ଗଳ ଇନଫେକ୍ସନ ହୋଇଥାଏ ତାହେଲେ ସେଇଟା କାମ ଦେଇନଥାଏ , ଆମେ ତାହେଲେ ଡ଼କ୍ଟର ଙ୍କ ପାଖରୁ ଯାଇକି ପରାମର୍ଶ ନେଇକି କାନ ସଫା କରିବା ଉଚିତ | ଅନେକ ସମୟରେ ଆମ ଗାଁ ଗୋହଳି ର ଲୋକ ମାନେ କାନରେ ତେଲ ପକେଇ ଦେଇଥାନ୍ତି ଆଉ ଯାହା କାନ କୁ ବେଶୀ ଖରାପ କରି ଦେଇଥାଏ | ଫୋଙ୍ଗଳ ମାନଙ୍କୁ କମେଇବା ବଦଳରେ ଏହା ଫୋଙ୍ଗଳ ର ବଂଶ ବିସ୍ତାରରେ ସାହାଯ୍ୟ କରିଥାଏ |

ତେଣୁ ଯଦି କାନ ରେ ପାଣି ପଶିବା ଯୋଗୁଁ ଆମର କାନରେ ଯନ୍ତ୍ରଣା ଅନୁଭବ କରିଥାଉ , ତାହେଲେ ବ୍ୟସ୍ତ ନ ହୋଇ ଡାକ୍ତର ଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ଓ କାନ ସଫା କରିବା ଆବଶ୍ୟକ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment