ପ୍ରେମ, ପ୍ରତାରଣା ପାଇଁ କିପରି ଜଣେ ମଡେଲ ତଥା ଯୁବ ବ୍ୟବସାୟୀ ଜୀବନ ହାରିଥିଲେ ତାହା ତ ଆପଣ ଜାଣିଥିବେ।ସୌମ୍ୟ ରଞ୍ଜନ ପାଣିଗ୍ରାହି ଙ୍କ ମୃତ୍ୟୁ ଘଟଣା ଏବେ ବି ଚର୍ଚ୍ଚାରେ ରହିଛି। ଏହାକୁ ନେଇ ଅନେକ ଆଲୋଚନା ଏବଂ ସମାଲୋଚନା ମଧ୍ୟ ଲାଗି ରହିଛି। ସୌମ୍ୟ ଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ଏବଂ ଏହାର ଉପଯୁକ୍ତ ତଦନ୍ତ କାହିଁକି ହେଉନାହିଁ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ଏବଂ ଅନେକଙ୍କ ମନରେ ଏହାକୁ ନେଇ ପ୍ରଶ୍ନ ରହିଛି। ଆଉ ଏହି ଘଟଣାରେ ଏହାକୁ ନେଇ ଗାୟିକା ଅର୍ଥାତ୍ ସୌମ୍ୟ ଙ୍କ ପ୍ରେମିକା କୁହା ଯାଉଥିବା ସୋନାଲି ନନ୍ଦଙ୍କୁ ଅନେକ ଦୋଷୀ ବୋଲି କହୁଛନ୍ତି।
ତେଣୁ ଏହି ମାମଲା ରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ସୋନାଲି ନନ୍ଦ।ଯାହାକୁ ନେଇ ଅନେକ ଖବର ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। କେତେବେଳେ ଉଭୟ ପରିବାରର ଆରୋପ ପ୍ରତ୍ୟାରୋପ ର କଥା ଶୁଣିବାକୁ ମିଳୁଛି ତ ପୁଣି କେତେବେଳେ ଅଭିଯୋଗ। ପୁଣି ଏହାରି ଭିତରେ ଭାଇରାଲ କଲ୍ ରେକର୍ଡ଼ ମଧ୍ୟ ସାମ୍ନାକୁ ଆସିଥିଲା। ତେବେ ଏହାକୁ ଅନୁଧ୍ୟାନ କରି ପୋଲିସ୍ ଏସବୁ କୁ ନେଇ ତଦନ୍ତ କରୁ ବୋଲି ସୌମ୍ୟ ଙ୍କ ପରିବାର ଲୋକେ ଚାହୁଁଥିବା ବେଳେ ପୋଲିସ୍ କିନ୍ତୁ ତଦନ୍ତରେ କୌଣସି ଆଗକୁ ଯାଇନାହିଁ।
ଏସବୁ ଭିତରେ କୌଣସି ସମାଧାନର ବାଟ ବାହାରୁ ନାହିଁ କିମ୍ୱା ପୁଅର ପରିବାରକୁ ନ୍ୟାୟ ବି ମିଳି ପାରିନାହିଁ।ମାଆ ଥାନାକୁ ଥାନା ବୁଲି ନୟାନ୍ତ ହୋଇଗଲେ କିନ୍ତୁ ସବୁ ପ୍ରମାଣ ଥାଇ ବି ପୁଅକୁ କାହିଁକି ନ୍ୟାୟ ଏଯାବତ୍ ମିଳିନାହିଁ। ତେବେ ଏହାରି ଭିତରେ ଅନେକ ଆଲୋଚନା ଏବଂ ସମାଲୋଚନା ଭିତରେ ଅନେକଙ୍କ ପ୍ରତିକ୍ରିୟା ଏହି ଘଟଣାକୁ ନେଇ ସାମ୍ନାକୁ ଆସୁଛି, ଯାହା ଆପଣ ଅନେକ ଭିଡିଓ ମାନଙ୍କରେ ଦେଖିବାକୁ ପାଉଥିବେ। ତେବେ ଏହି ଘଟଣାରେ ସୋନାଲି ନନ୍ଦଙ୍କୁ ଦାୟୀ କରା ଯାଉଥିବା ବେଳେ ଏବେ ସୋନାଲିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓ ରେ ଯାହା ଦେଖିବାକୁ ମିଳୁଛି ସୋନାଲି ନନ୍ଦ କାହାକୁ ଜଣଙ୍କୁ କହୁଛନ୍ତି ତୁମର ଓଠ ମୋତେ ବହୁତ୍ ଭଲ ଲାଗେ। କୁହା ଯାଉଛି କି ସୌମ୍ୟଙ୍କ ଓଠକୁ ସେ ପ୍ରଶଂସା କରୁଛନ୍ତି। ତେବେ ଯଦି ଏତେ ପ୍ରଶଂସା ଏବଂ ଏତେ ଭଲ ପାଉଥିଲେ ତେବେ ସୋନାଲି ଏପରି ବ୍ଯବହାର ତାଙ୍କୁ କାହିଁକି ଦେଖାଇଲେ ଏବଂ ଅନ୍ୟ ପୁଅକୁ ଭଲ ପାଇଲେ ବୋଲି ଅନେକ ପ୍ରତିକ୍ରିୟାରେ କହିଛନ୍ତି।ଏହି ଘଟଣାକୁ ନେଇ ଅନେକ ଦିନ ବିତି ଯାଇଥିଲେ ବି ଏବେ ସୁଦ୍ଧା କୌଣସି ନ୍ୟାୟ ମିଳି ନଥିବା ସମସ୍ତ ଙ୍କୁ ବ୍ୟଥିତ ଏବଂ ଆଶ୍ଚର୍ଯ୍ୟ କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।