Swastik Tv News Odisha

କାହିଁକି ଜଣେ ବ୍ୟକ୍ତି ଙ୍କୁ Paralysis ହୋଇଥାଏ ଏବଂ ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ । Dr. Sasikath Raddy

0

ପାରାଲିସିସ୍ ବ୍ରେନଷ୍ଟକ ର ଅନ୍ୟନାମ , ସାଧାରଣତଃ ଏହାକୁ ଆମେ ପକ୍ଷାଘାତ ଭାବରେ ଜାଣିଥାଉ । ସାଧାରଣତଃ ଯେତେବେଳେ ମସ୍ତିଷ୍କ ବ୍ରେନ କୋଷ ଗୁଡିକୁ ରକ୍ତ ସଞ୍ଚାଳନ କମିଯାଏ ବା ଧମନୀ ଦ୍ୱାରା କୌଣସି କୋଷ ଯଦି ଫାଟିଯାଏ ତାହେଲେ ତାହା ବ୍ରେନ ଷ୍ଟନର କାରଣ ହୋଇଥାଏ । ସାଧାରଣତଃ ଲୋକମାନେ ଏହାକୁ ପାରାଲିସିସ୍ ଭାବରେ ନେଇଥାନ୍ତି , ଆମ ଭାରତରେ 70 ରୁ 80 ଭାଗ ଲୋକ ବିକଳାଙ୍ଗ ହୋଇଯାଇଥାନ୍ତି , ସେଥିମଧ୍ୟରୁ କିଛି ମୃତ୍ୟୁର ଶିକାର ମଧ୍ୟ ହୋଇଥାନ୍ତି । ତେଣୁ ଆମକୁ ଜାଣି ରଖିବା ଉଚିତ୍ ପାରାଲିସିସ୍ କଉଁ ପ୍ରକାର ଏବଂ କଣ ପାଇଁ ହୋଇଥାଏ ଏହାର ମୁଖ୍ୟ ଲକ୍ଷଣ କଣ ଓ ଏହାର ପ୍ରତିକାର କଣ ହୋଇଥାଏ ।

ପାରାଲିସିସ୍ ହେବାର କାରଣ କଣ :-

ସାଧାରଣତଃ ଯେତେବେଳେ ପାରାଲିସିସ୍ ବା ପକ୍ଷାଘାତ ବା ବ୍ରେନ ଷ୍ଟକ ହୋଇଥାଏ , ଏହାର 2 ପ୍ରକାର କାରଣ ହୋଇଥାଏ । ପ୍ରଥମଟି ହେଉଛି ମଡିଫାଏ ରିକ୍ସ ଫେକ୍ଟର ଏବଂ ନନ୍ ମଡିଫାଏ ରିକ୍ସ ଫେକ୍ଟର । ପ୍ରଥମରେ ଯେଉଁମାନଙ୍କର ଡାଇବେଟିସ୍ , ଉଚ୍ଚରକ୍ତଚାପ , କଲେଷ୍ଟ୍ରୋଲ , ମେଦବହୁଳତା , ଅବଏସିଟି , ଅଧିକ ଟ୍ରେସ ନେବା ବା ଅଧିକ ମାତ୍ରାରେ ନିଶାଦ୍ରବ୍ୟ ସେବନ କରିବା ଦ୍ୱାରା ପାରାଲିସିସ୍ ବା ବ୍ରେନଷ୍ଟକ ହୋଇଥାଏ । ଏହାଛଡା ନନ୍ ମଡିଫାଏ ରିକ୍ସ ଫେକ୍ଟରରେ ବୟସ୍କ ଲୋକମାନଙ୍କ ଠାରେ ଦେଖାଯାଇଥାଏ ।

ପାରାଲିସିସ୍ ର ଲକ୍ଷଣ :-

ସାଧାରଣତଃ ଯେକୌଣସି ଜିନିଷ ହଠାତ୍ କିନା ହେଉଛି ତାହାଲେ ଏହା ପାରାଲିସିସ୍ ର ଲକ୍ଷଣ । ହଠାତ୍ କିନା ମୁଣ୍ଡ ବୁଲାଇବା , ହଠାତ୍ ଯଦି କଥା କହିବାରେ ଅସ୍ପଷ୍ଟ ହେବା , ପାଟି ଖନି ମାରିବା , ହାତ ଓ ଗୋଡ ବା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ର ପରିଚାଳନାର ଗୋଟେ ସାଇଡର କମିଯାଏ ବା ଚାଲିବାରେ ଅସୁବିଧା ହୁଏ । ଏହାଛଡା ଜଣେ ଚେତାଶୂନ୍ୟ ବ୍ୟକ୍ତି ବାର ବାର ଚେତାଶୂନ୍ୟ ହୋଇଥାଏ ତାହେଲେ ଏହା ସବୁ ମୁଖ୍ୟ କାରଣ ।

ପାରାଲିସିସ୍ ର ଚିକିତ୍ସା :-

ଯଦି ଲୋକଟିର ଇସକୋମିକ ଷ୍ଟ୍ରକ ହୋଇଥାଏ ତାହେଲେ ସେ ସାଢେ 4 ଘଣ୍ଟା ମଧ୍ୟରେ ହସ୍ପିଟାଲ ପହଞ୍ଚିଯାଏ ତେବେ ତାଙ୍କୁ ଥମ୍ୱଲାଇସିସ୍ କରାଯାଏ । ଯଦି ଆମେ ରୋଗୀକୁ ସାଢେ 4 ଘଣ୍ଟା ମଧ୍ୟରେ ନପହଞ୍ଚାଇ ପାରୁଛୁ ତେବେ ଯଥାଶୀଘ୍ର ଡାକ୍ତରଖାନାରେ ପହଞ୍ଚାଇ ତାହାର ଟ୍ରିଟମେଣ୍ଟ କରିବା ଉଚିତ୍ । ଡକ୍ଟରମାନେ ଏହାର ଇନଭେଷ୍ଟିକେସନ କରି ଯେମିତିକି ସିଟିସ୍କାନ , ଏମଆରଆଇ , ଅଲଟ୍ରାସାଉଣ଼୍ଡ ଏହାଛଡା କେତେକ ବ୍ଲଡଟେଷ୍ଟ ମଧ୍ୟ କରାଯାଇଥାଏ । ସେଥିରେ ବଡିର ସୁଗର , କଲେଷ୍ଟ୍ରୋଲ , ଥାଇରଡ୍ ଏହିସବୁ କୁ ଟେଷ୍ଟ କରି ଜଣେ ରୋଗୀର ସଠିକ୍ ଭାବରେ ଚିକିତ୍ସା ଆରମ୍ଭ କରାଯାଇଥାଏ ।

ପାରାଲିସିସ୍ ର ନିରାକରଣ :-

ଯଦି ଆମେ ଗୋଟେ ହେଲଦି ଲାଇଫ୍ ଷ୍ଟାଇଲ ନରମାଲ ଡାଏଟ୍ ଏବଂ ସୁସ୍ଥ ଖାଦ୍ୟ ଖାଇଲେ , ତାହେଲେ ଆମେ ସୁଗର , ବିକି , ମେଦବହୁଳତା ରୁ ଆମେ ମୁକ୍ତି ପାଇପାରିବା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.