କାହିଁକି ହାର୍ଟ ଆଟାକ୍ ( Heart Attack ) ହୁଏ ? | Dr. Renu Kapur

ତେବେ ବନ୍ଧୁଗଣ ଆଜି କାଲି 50% ରୁ ଅଧିକ ଲୋକ ହୃଦଘାତ ରେ ମୃତ୍ୟୁ ବରଣ କରୁଛନ୍ତି, କାହିଁକି ନା ସେମାନେ ଏହି ରୋଗ କୁ ଠିକ ଭାବେ ନିୟନ୍ତ୍ରଣ କରିପାରୁନାହାନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ହୃଦ ଘାତ କହିଁକି ହୁଏ ସେ ବିଷୟ ଜାଣିବା | ତେବେ ଆମେ ସମସ୍ତେ ଜାଣିଛୁ କି ହୃତପିଣ୍ଡ ହେଉଛି ମଣିଷ ର ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ | ଯାହା ବନ୍ଦ ହେଇଗଲେ ମଣିଷ ମୃତ୍ୟୁ ବରଣ କରିଥାଏ | ତେଣୁ ହୃତପିଣ୍ଡ ର କାର୍ଯ୍ୟ ହେଉଛି ମଣିଷ ସମସ୍ତ ଅଙ୍ଗ କୁ ରକ୍ତ ପହଞ୍ଚାଇବାରେ ସାହାଯ୍ୟ କରେ |

ତେବେ ଆମେ ଜାଣିଛୁ କି ହୃତପିଣ୍ଡ ଦେଖିବାକୁ ଏକ ମାଂସ ପିଣ୍ଡୁଳା ସଦୃଶ୍ୟ | ଏହା 4 ପ୍ରକାର ବିଶିଷ୍ଟ ହୋଇଥାଏ | ଫୁସ ଫୁସ ରେ ରକ୍ତ ବିଶୁଦ୍ଧ ହେବା ପରେ ସମ୍ପୂର୍ଣ୍ଣ ଶରୀର କୁ ରକ୍ତ ପହଞ୍ଚାଇ ଥାଏ ହୃତପିଣ୍ଡ | ତେଣୁ ଶରୀର ରେ ରକ୍ତ ସଂଚାଳନ ବନ୍ଦ ହେଲେ କୋଷ ଏବଂ ଟିସୁ ମରିଯାଇ ଥାଏ ଯାହା ଫଳରେ ବ୍ୟକ୍ତି ର ମୃତ୍ୟୁବରଣ ହେଇଥାଏ |

ତେବେ ମଣିଷ ଶରୀର ରେ ବିଭିନ୍ନ ପ୍ରକାର ର ହୃଦ ରୋଗ ଦେଖା ଯାଏ :-

ତେବେ ସେଗୁଡିକ ହେଉଛି ଯଦି ଆପଣଙ୍କ ପରିବାର ରେ କାହାକୁ ପ୍ରଥମ ରୁ ହୃଦ ରୋଗ ହେଇଥିବ ତାହାଲେ ତାହା ଆପଣଙ୍କ ଠାରେ ମଧ୍ୟ ସେହି ରୋଗ ଦେଖା ଯାଇପାରେ, ଆଣ୍ଠୁ ଗଣ୍ଠି କାରଣ ରୁ ମଧ୍ୟ ହୃଦ ରୋଗ ଦେଖା ଯାଏ, ଉଚ୍ଚ ରକ୍ତ ଚାପ, ଅଧିକ ଚର୍ବି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗ ଅଧିକ ମାତ୍ରା ଦେଖା ଯାଏ | ତାହା ଛଡା ହୃତପିଣ୍ଡ ର ଉପରି ଭାଗ ରେ ପାଣି ଜମିଲେ ତାହାକୁ ଫେରିକାର୍ଡିଆଲ ରୋଗ ମଧ୍ୟ କୁହାଯାଏ | ତାହେଲେ ଦର୍ଶକ ବନ୍ଧୁ ଏହି ସବୁ କାରଣ ଯୋଗୁଁ ହୃଦ ରୋଗ ହେଇଥାଏ ବୋଲି କୁହାଯାଏ | ଏବେ ଜାଣିବା ଏହାର ଲକ୍ଷଣ ବିଷୟରେ |

ହୃଦରୋଗ ର ଲକ୍ଷଣ :-

ଚାଲିବା ବେଳେ ଧୋଇଁ ସଇଁ ଲାଗିବା, ଛାତି ଯନ୍ତ୍ରଣା ହେବା, ଓ ନାଭିର ଉପରି ଭାଗ ଓ ମାଢି ର ତଳ ମଧ୍ୟରେ ଯନ୍ତ୍ରଣା ହେବା | ମୁଣ୍ଡ ବୁଲାଇବା, ଶରୀର ରୁ ଝାଳ ବୋହିବା, ହୃଦସ୍ପନ୍ଦନ ବଢିଯିବା ଆଦି ଲକ୍ଷଣ ମାନ ଦେଖା ଯାଏ | ମନେ ରଖନ୍ତୁ ଦର୍ଶକ ବନ୍ଧୁ ହୃତପିଣ୍ଡ ର ବଞ୍ଚିବା ପାଇଁ ନିଜସ୍ୱ ରକ୍ତ ସଂଚାଳନ ବ୍ୟବସ୍ତା ରହିଛି ଓ ଏହି ରକ୍ତ ସଂଚାଳନ କଲେଷ୍ଟର ଜମା ହେବା ଦ୍ୱାରା ବନ୍ଦ ହେଇଯାଇଥାଏ ଯାହା ଫଳ ରେ ଆମକୁ ହୃଦଘାତ ଆସିଥାଏ | ତେବେ ଏହାକୁ ଅତି ବେଶୀ ରେ 20 ମିନିଟ ପର୍ଯ୍ୟନ୍ତ ରୋକାଯାଇପାରିବ | ତାହା ଠାରୁ ଅଧିକ ସମୟ ଗଲେ ମଣିଷ ମୃତ୍ୟୁ ବରଣ କରିଥାଏ |

ହୃଦ ଘାତ ର ନିରାକରଣ :-

ଦର୍ଶକ ବନ୍ଧୁ ହୃଦଘାତ ବା ହାର୍ଟ ଆଟାକ ଯେଉଁ ବ୍ୟକ୍ତି ର ଉଚ୍ଚରକ୍ତ ଚାପ ଅଛି ତାହାକୁ ଆକ୍ରାନ୍ତ କରିଥାଏ | ତେଣୁ ଏହି ସମୟରେ ଉଚ୍ଚରକ୍ତ ଚାପ କୁ ନିୟନ୍ତ୍ରଣ କରିବା ଆବଶ୍ୟକ | ମଧୁମେୟ କୁ ନିୟନ୍ତ୍ରଣ କରନ୍ତୁ, ଧୁମ ପାନ ବର୍ଜନ କରନ୍ତୁ, ତେଲ ବା ଚର୍ବି ଜାତୀୟ ଖାଦ୍ୟ ଠୁ ଦୁରେଇ ରୁହନ୍ତୁ ଓ ନିୟମିତ ବ୍ୟୟାମ କରନ୍ତୁ ଓ ତାହା ସହିତ ନିୟମିତ ଡାକ୍ତର ଙ୍କ ପରାମର୍ଶ ନିୟନ୍ତୁ |

ଏହା ଥିଲା ହୃତପିଣ୍ଡ ବିଷୟରେ ସମସ୍ତ ଘଟଣା ଯାହାକୁ ଜାଣି ରଖିବା ଭଲ ସମସ୍ତଙ୍କ ପାଇଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment