କୁ ପୁତ୍ର ହେଇପାରେ… ମାଆ କେବେ କୁ ମାଆ ହୁଏନା… ମା ଆଖିରେ ଲୁହ ସହୁଛି କେମିତି ପୁଅ….

ହଁ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦୁନିଆରେ ସବୁଠୁ ବଡ଼ ଆଉ ସଚ୍ଚା ସମ୍ପର୍କ କାହାକୁ କୁହାଯାଏ, ସେ ହେଉଛି ମା | ଆଉ ସେହି ମା ର କୋଳନା କରିବା ଓ ମା ର ସ୍ନେହ, ଆଦର ଆଉ ଭଲ ପାଇବା କୁ ମାପିବା ଟା ବହୁତ କଷ୍ଟ ହୋଇଥାଏ ଜଣେ ମଣିଷ ପାଇଁକି | ଆଉ ସେହି ମା ପିଲା ମାନେ ଯେତେ ଦୁଃଖ, କଷ୍ଟ ଆଉ ଯନ୍ତ୍ରଣା ଦେଲେ ବି ସବୁକିଛି କୁ ସାହିଯାଇଥାନ୍ତି | ଆଉ କୁହାଯାଏ ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ଚେଷ୍ଟା କରିଥାନ୍ତି କି କିପରି ସେ ପିଲା ମାନଙ୍କର ମଙ୍ଗଳ କରିବେ | ଆଉ ସବୁବେଳେ ସାହାଯ୍ୟ କରିବେ, ପିଲା ଙ୍କ ଉପରେ ଯେପରି କିଛି ବି ଦୁଃଖ ଦୁର୍ଦଶା ଆସିବାକୁ ଦେବେନି | ଆଉ ସବୁବେଳେ ସେମାନଙ୍କର ଢାଲ ଵନିକି ସେମାନଙ୍କ ପାଖରେ ଛିଡା ହେଇକି ରହିଥିବେ | ତେବେ ଆସନ୍ତୁ ସେହି ମା ଆଉ ପୁତ୍ର ର ସମ୍ପର୍କ ବିଷୟରେ ଆଜି ଆମେ ଆଲୋଚନା କରିବା |

ତେବେ କୁହା ଯାଏ କି ପୁଅ ଟେ ପାଇବା ପାଇଁ ମା କେତେ କଷ୍ଟ କରିଥାଏ | ନଅ ମାସ ଦଶ ଦିନ ସନ୍ତାନ କୁ ତାର ଗର୍ଭରେ ରଖି ଜନ୍ମ ଦେଇଥାଏ | ଆଉ ଛୋଟ ଠୁ ଆରମ୍ଭ କରିକି ବଡ଼ ହେବା ପର୍ଯ୍ୟନ୍ତ ତାର ସମସ୍ତ ଆଳି ଅଝଟ କୁ ସହିଥାଏ ମା | ଆଉ ସମସ୍ତ କଷ୍ଟ କୁ ନିଜ ଛାତି ଭିତରେ ଚାପି ରଖିକି ନିଜ ର ସନ୍ତାନକୁ ରକ୍ଷା କରିଥାଏ |ଆଉ ଜୀବନ ଥିବା ଯାଏ ତାର ସମସ୍ତ ଆବଶ୍ୟକତା କୁ ପୂରଣ କରିବା ପାଇଁ ଚାହିଁଥାଏ |

କିନ୍ତୁ ଆଜିର ଯୁବ ପିଢ଼ି ମାନେ ବାପା ମା ଙ୍କୁ ତାଙ୍କର ବୋଝ ବୋଲି ମାନୁଛନ୍ତି, ଆଉ ନିଜେ ଓଏସ ଆଉ ଆରାମରେ ଜୀବନ ଜାପନ କରିକି ବାପା ମା ଙ୍କୁ ଛାଡି ଦେଉଛନ୍ତି ଵୃଦ୍ଧାଶ୍ରମ ରେ | ଆଉ ସେଠାରେ ମା ଙ୍କର ଦୁଃଖକୁ ସେମାନେ ପାରଖୁ ନାହାନ୍ତି | ଆଉ ଯିଏ ସେମାନଙ୍କୁ ଛୋଟ ରୁ ବଡ଼ କରିକି ଜୀବନର ଉତ୍ତମ ରାସ୍ତା ଦେଖାଇବାରେ ସବୁବେଳେ ଚେଷ୍ଟା କରିଥିଲା | ତାଙ୍କୁ ପୁଅ ମାନେ ନିଜ ଗୋଡ଼ ରେ ଚିଡ଼ା ହେବା ପରେ ସେ ସବୁ ଭୁଲି ଯାଉଛନ୍ତି | ଆଉ ନିଜ ପାଖରେ ସେମାନଙ୍କୁ ନ ରଖି ଦୂର କରିଦେଉଛନ୍ତି ନିଜ ଜୀବନ ରୁ |

ଆଉ ସେଥିପାଇଁ ତ କୁହା ଯାଇଛି କି ପୁଅ ପଛେ ସ୍ୱାର୍ଥପର ଆଉ ଅଵିଵେକୀ ହେଇପାରେ କିନ୍ତୁ ନଅ କେବେବି ସେମିତି କାମ ନିଜର ସନ୍ତାନ ପାଇଁ କରି ପାରିବ ନାହିଁ | ଆଉ ଏବେ ଦେଖା ଯାଉଛି କି ମା ଶେଷ ନିଶ୍ୱାସ ତ୍ୟାଗ କରିବା ପରେ ମଧ୍ୟ ପିଲା ଙ୍କର ସମୟ ମିଳୁନି ଯିଏ ସେମାନଙ୍କୁ ଜୀବନ ଦେଇଛି ତାର ଶେଷ ସମୟରେ ଟିକିଏ ସାହାରା ହେବାକୁ | ଯାହା ଏହି ଭିଡ଼ିଓ ମାଧ୍ୟମରେ ଆଜିର ସମାଜରେ ଘଟୁଥିବା ଘଟଣା ବିଷୟରେ କୁହା ଯାଇଛି | ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment