କେଉଁ ବାର ରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଥାଏ – Jyotish Shastra

ତେବେ ଆମେ ମାନେ ଅନେକ ସମୟରେ ପିଲା ଟେ ଜନ୍ମ ହେବା ପରେ ତାର ଜାତକ କୁ ଗଳନା କରିଥାଉ | ଆଉ ସେହି ଜାତକ କୁ ଦେଖିକି ଆମେ ମାନେ ନିଜର ଭାଗ୍ୟ କୁ ନିର୍ଦ୍ଧାରଣ କରିଥାଉ | ତେବେ ଆମେ ମାନେ ଜାଣିଛୁ କି ଆମର ମାନେ ଅନେକ ସମୟରେ ପିଲା ମାନଙ୍କର ଜନ୍ମ ଗତ ବାର କୁ ଦେଖିକି ସେମାନଙ୍କର ଭାଗ୍ୟ କୁ ଜାଣିପାରିଥାଉ, ତାହା ବ୍ୟତୀତ ଜନ୍ମ ହୋଇଥିବା ବାର କୁ ଦେଖିକି ମଧ୍ୟ ପିଲା ଟି କେଉଁ ସ୍ଵଭାବର ହେବ ତାହା ମଧ୍ୟ ଜାଣିଥାଉ | ତେବେ ଆଜି ମୁଁ ଯେଉଁ ବିଷୟରେ ଆଲୋଚନା କରିବାକୁ ଯାଉଛି, ତାହା ମଧ୍ୟ ଏହି ବାର କୁ ନେଇକି | ତେବେ କେଉଁ ବରରେ ଜନ୍ମ ହୋଇଥିବା ପିଲା ମାନଙ୍କର ସ୍ଵଭାଵ କେମିତି ହୋଇଥାଏ ଆସନ୍ତୁ ସେ ବିଷୟରେ ଅଧିକ ଆଲୋଚନା କରିବା |

ତେବେ ବାର କି କିଛି ପରିମାଣରେ ଲୋକ ମାନଙ୍କର ସ୍ଵଭାଵ କୁ ବିବେଚିତ କରିଥାଏ ଓ ସେହି ବାର ଅନୁସାରେ ଆମେ ଜାଣି ପାରିଥାଉ କି ଲୋକ ଟି କେଉଁ ସ୍ଵଭାଵ ର ହୋଇଥାଏ | ଭଲ କି ଖରାପ ହୋଇଥାଏ | ତେବେ ଆସନ୍ତୁ ଦର୍ଶକ ବନ୍ଧୁ ସପ୍ତାହ ର ସେହି 7 ଟି ବାର ଉପରେ ଟିକିଏ ନଜର ପକାଇବା |

1- ରବିବାର :-

ରବିବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ଭଲ ହୋଇଥାନ୍ତି, ମାତ୍ର ସେମାନଙ୍କ ରାଗ ନାକ ଆଗରେ ଥାଏ, ତାହା ବ୍ୟତୀତ ସେମାନେ ସବୁବେଳେ ଅନ୍ୟର ଉପକାର କରିବା ପାଇଁ ଲାଗି ପଡିଥାନ୍ତି, ସେମାନଙ୍କୁ ଜୀବନର କୌଣସି ପରିସ୍ଥିତି ମଧ୍ୟ ହରେଇ ପାରେ ନାହିଁ | ଆଉ ମନରେ ଥିଲା ଦୃଢ଼ ଇଚ୍ଛା ଶକ୍ତି ସେମାନଙ୍କୁ ଅଧିକ ଦୃଢ଼ କରିଥାଏ |

2-ସୋମବାର :-

ସୋମବାର ରେ ଜନ୍ମ ହୋଇଥିବା ଲୋକ ମାନେ ବହୁତ ନ୍ୟାୟ ପ୍ରଣୟନ ହୋଇଥାଏ, ସେମାନେ ନିଜର ସ୍ତ୍ରୀ ଙ୍କୁ ସଂମ୍ମାନ ଦିଅନ୍ତି ଓ ସ୍ତ୍ରୀ ମାନଙ୍କୁ ବହୁତ ଭଲ ପାଇଥାନ୍ତି | ସେମାନେ ବହୁତ ସରଳ ଓ ଶାନ୍ତ ସ୍ଵଭାବର ହୋଇଥାନ୍ତି |

3- ମଙ୍ଗଳବାର :-

ଯେଉଁ ବ୍ୟକ୍ତି ମଙ୍ଗଳବାରରେ ଜନ୍ମ ହୋଇଥାନ୍ତି ସେମାନେ ବହୁତ ସାହସୀ, ବୁଦ୍ଧିମତୀ,ବିଦ୍ୟା ପ୍ରବୀଣ ହୋଇଥାନ୍ତି |ସମସ୍ତ କାର୍ଯ୍ୟ କରିବାରେ ଦକ୍ଷ ଓ ଚିନ୍ତା ଶିଳ ଓ ସବୁ କାର୍ଯ୍ୟରେ ଆଗୁଆ ହୋଇଥାନ୍ତି |

3-ବୁଧବାର :-

ଯେଉଁ ବ୍ୟକ୍ତି ମାନେ ବୁଧବରରେ ଜନ୍ମ ହୋଇଥାନ୍ତି ସେମାନେ ବହୁତ ଚିନ୍ତା ଶିଳ, ବୁଦ୍ଧିମତୀ, ଧର୍ମ ପ୍ରବୀଣ,ନ୍ୟାୟ ବନ୍ତ, ଗୁଣି, ଅତି ଚତୁର, ଭୋଗ ବିଳାସ ରେ ପ୍ରିୟ ଓ ଅନେକ ସ୍ତ୍ରୀ ସହିତ ସମ୍ପର୍କ ମଧ୍ୟ ରଖିଥାନ୍ତି |

4-ଗୁରୁବାର :-

ଯେଉଁ ବ୍ୟକ୍ତି ମାନେ ଗୁରୁବାର ରେ ଜନ୍ମ ହୋଇଥାନ୍ତି ସେମାନେ ବହୁତ ଭଲ ସ୍ଵଭାଵ ର ହୋଇଥାନ୍ତି, ସବୁ ପ୍ରକାରର ଗୁଣ ତାଙ୍କ ଭିତରେ ଭରିକି ରହିଥାଏ, ସବୁ କ୍ଷେତ୍ରରେ ସେମାନେ ଆଗୁଆ ହୋଇଥାନ୍ତି |

5-ଶୁକ୍ରବାର :-

ଯେଉଁ ବ୍ୟକ୍ତି ମାନେ ଶୁକ୍ରବାର ରେ ଜନ୍ମ ହୋଇଥାନ୍ତି, ସେମାନେ ଟିକିଏ ଖୋଳ ସ୍ଵଭାବ ର ହୋଇଥାନ୍ତି, ସେମାନେ ଦୟା ବାନ ହୋଇଥାନ୍ତି କିନ୍ତୁ ସେମାନଙ୍କ ର ବିଭିନ୍ନ ପ୍ରକାରର ଖରାପ ଗୁଣ ମଧ୍ୟ ଥାଏ |

6-ଶନିବାର :-

ଶନିବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବୁଦ୍ଧିବାନ ହୋଇଥାନ୍ତି, କିନ୍ତୁ କେତେକ ଗୁଣ ସେମାନଙ୍କୁ ସମସ୍ତଙ୍କ ଆଗରେ ଖରାପ କରେଇଥାଏ |

ତେବେ ଏହା ଥିଲା ସପ୍ତାହରେ କେଉଁ କେଉଁ ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ସ୍ଵଭାଵ କଣ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment