କେବଳ ୭ଦିନରେ ( ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟାବିନ୍ଧା, ପାଦରେ କଷ୍ଟ ) ଭଲ ହେବ | Joint pain Home remedy

ବନ୍ଧୁଗଣ ବର୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ଘରେ ଆଣ୍ଠୁ ଗଣ୍ଠି ବିନ୍ଧା ପରି ସମସ୍ୟା ଦେଖା ଯାଉଛି | ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ଯାଏଁ ସମସ୍ତଙ୍କ ଠାରେ ଏହି ସମସ୍ୟା ଦେଖା ଦେଇଥାଏ |ସମସ୍ତେ ଏଥିପାଇଁ ବହୁତ ଚିନ୍ତିତ ମଧ୍ୟ୍ୟ ହୋଇଥାନ୍ତି |ବନ୍ଧୁଗଣ ଆଣ୍ଠୁ ଗଣ୍ଠି ବିନ୍ଧିବାର ଅନେକ କାରଣ ରହିଛି,ଯେଉଁ ଲୋକମାନେ ମେଦବାହୁଳତା ବା ମୋଟାପଣ ପରି ସମସ୍ୟାରେ ପୀଡିତ ଥାନ୍ତି ସେମାନଙ୍କ ଠାରେ ଏହା ଅଧିକ ଦେଖାଯାଏ |କାରଣ ଓଜନ ବଢିଗଲେ ଆଣ୍ଠୁ ଉପରେ ଅଧିକ ପ୍ରେସର ପଡିଥାଏ ତେଣୁ ଏହି ଆଣ୍ଠୁ ଗଣ୍ଠି ବିନ୍ଧା ଅଧିକ ହୋଇଥାଏ |

ଆପଣଙ୍କର ଯଦି ଗଣ୍ଠିଆ ପରି ସମସ୍ୟା ଥାଏ, ଯଦି ଜଏଣ୍ଟ ରେ ଲୁବ୍ରିଗେସସନ ର ପରିମାଣ କମିଯାଏ କିମ୍ବା ଆଣ୍ଠୁ ମାଡ଼ ହୁଇଥିଲେ ଏହିପରି ସମସ୍ୟା ଦେଖାଯାଏ |ମୁଁ ଆଜି ଆପଣକୁ ତିନୋଟି ଘରୋଇ ଉପଚାର କହିବି ଯାହା ଦ୍ଵାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ |ଏହି ଉପଚାର ପ୍ରକୃତିକ ଅଟେ, ଏଥିରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ |ଏହା ଆମ ଦେହ ପାଇ ଉପକାରୀ ହୋଇଥଏ, ଆସନ୍ତୁ ଜାଣିବା ଏହି ଉପଚାର ଗୁଡିକ କଣ କଣ |

1-ଆବଶ୍ୟକ ସାମଗ୍ରୀ :

କ୍ଷୀର, ହଳଦୀ, ଶୁଣ୍ଠୀଗୁଣ୍ଡ, ଗୋଲମରିଚଗୁଣ୍ଡ,ମହୁ /ଚିନି

ପ୍ରସ୍ତୁତି :-

ଆପଣ ଏକ ପାତ୍ରରେ ଦେଢ଼ କପ କ୍ଷୀର ନିଅନ୍ତୁ, ସେଥିରେ ଏକ ଚାମଚ ହଳଦୀ ଗୁଣ୍ଡ , ଅଳ୍ପ ଶୁଣ୍ଠୀଗୁଣ୍ଡ, ଗୋଲମରିଚଗୁଣ୍ଡ ପକାଇ ଭଲରେ ମିଶାଇ ଏହାକୁ ଫୁଟାଓ ଯେପରି ଏକ କପ କ୍ଷୀର ହୋଇଯିବ |ଏଥିରେ ଆପଣ ଦରକାର ଅନୁଯାଇ ଚିନି କିମ୍ବା ମହୁ ମିଶାନ୍ତୁ|

ବ୍ୟବହାର :-

ଏହାକୁ ଆପଣ ପ୍ରତ୍ୟେକ ଦିନ ସେବନ କରନ୍ତୁ ଦେଖିବେ ଆପଣଙ୍କ ଆଣ୍ଠୁଗଣ୍ଠି ସମସ୍ୟା ଧୀରେ ଧୀରେ କମିଯିବ |ପିଲାଠୁ ବୃଦ୍ଧ ଯାଏଁ ସମସ୍ତେ ଏହାକୁ ସେବନ କରିପାରିବେ |

ଉପଚାର 2 -ଆବଶ୍ୟକ ସାମଗ୍ରୀ :-

ପାଣି, ମେଥି, ଲେମ୍ବୁ,ଚିନି /ମହୁ

ପ୍ରସ୍ତୁତି :-

ଆପଣ ଏକ କପ ମେଥି ଚା ବନେଇବା ପାଇ ଦେଢ଼ କପ ପାଣି ନିଅନ୍ତୁ, ଏହି ପାଣିରେ ଏକ କପ ମେଥି ପକାନ୍ତୁ, ଏହାକୁ ଆପଣ ସେତେପ୍ରଯ୍ୟନ୍ତ ଫୁଟାନ୍ତୁ ଯେତେପ୍ରଯ୍ୟନ୍ତ ଏହା ଏକ କପ ନହୁଇଛି |ଏହି ମେଥି ଚାହା କୁ ଏକ କପ କୁ ବାହାର କରି ଏଥିରେ ଏକ ଚାମଚ ଲେମ୍ବୁ, ଦରକାର ଅନୁଯାୟୀ ଚିନି କିମ୍ବା ମହୁ ଏକ ଚାମଚ ଦେଈ ଭଲରେ ମିଶାନ୍ତୁ |

ବ୍ୟବହାର :-

ଏହି ଚାହା କୁ ପ୍ରତିଦିନ ଡ଼ିନର ଓ ଲଞ୍ଚ ପରେ ପିଅନ୍ତୁ, ଦେଖିବେ ଏମିତି କିଛି ଦିନ କଲେ ଆପଣଙ୍କର ଏହି ଆଣ୍ଠୁ ଗଣ୍ଠି ପରି ସମସ୍ୟା ସବୁଦିନ ପାଇ ଦୂର ହୋଇଯିବ |

3-ବନ୍ଧୁଗଣ ଆପଣ ଶୁଇଲା ସମୟରେ ଆପଣଙ୍କ ଦୁଇ ଆଣ୍ଠୁ ମଝିରେ ତକିଆ ଦେଈ ଶୁଅନ୍ତୁ, ଯଦି ଆପଣ ସିଧା ହୋଇ ଶୋଉଛନ୍ତି ତେବେ ଆଣ୍ଠୁର ତଳ ପଟେ ତକିଆ ଦେଈ ଶୁଅନ୍ତୁ |ଦେଖିବେ ଆପଣଙ୍କୁ ଆରାମ ଲାଗିବା ସହିତ ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ମଧ୍ୟ୍ୟ ଧୀରେ ଧୀରେ କମିଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment