Swastik Tv News Odisha

କେମିତି କମିବ ପେଟ ? ଥରୁଟିଏ ନିଶ୍ଚୟ ଦେଖନ୍ତୁ | Dr. Shteetal Suresh

0

ବନ୍ଧୁଗଣ ଆଜିକାଲି ଲୋକେ ଅତ୍ୟାଧୁନିକ ଜୀବନଶୈଳୀ କାରଣରୁ ଆଉ ଅନିୟମିତ ଜୀବନଶୈଳୀ କାରଣରୁ ଅନେକ ପ୍ରକାର ରୋଗର ଶିକାର ହେଉଛନ୍ତି। ଆଉ ତା ମଧ୍ୟରୁ ଏକ ବଡ ସ୍ବାସ୍ଥ୍ୟ ଜନିତ ସମସ୍ୟା ହେଉଛି ପେଟରେ ଚର୍ବି ଜମିବା ବା ପେଟ ବଢିବା। ତେଣୁ ପ୍ରାୟତଃ ଲୋକ ନିଜର ଓଜନ ବଢିବାକୁ ନେଇ ବହୁତ୍ ଚିନ୍ତିତ ଥାଆନ୍ତି। ଏମିତିକି ପେଟର ଚର୍ବି ହ୍ରାସ କରିବା ପାଇଁ ଓ ନିଜର ମୋଟାପଣ କମାଇବାକୁ ଅନେକ ପଦ୍ଧତି ଆପଣାଇ ଥାଆନ୍ତି। ସେଥିପାଇଁ ସେମାନେ ସମୟକ୍ରମେ ଔଷଧରସେବନ ମଧ୍ୟ କରିଥାନ୍ତି। ଆଉ ବେଳେବେଳେ ଏହାର ପାର୍ଶ୍ଵ ପ୍ରତିକ୍ରିୟାର ସମ୍ମୁଖୀନ ମଧ୍ୟ ହୁଅନ୍ତି।ସେଥିପାଇଁ ଅନେକ ଲୋକ ଅନେକ ଜିନିଷ ମଧ୍ୟ ଖାଇବାରେ ମିଶାନ୍ତି ନାହିଁ।

କାରଣ ଅନେକ ଜଣା ଭାବନ୍ତି ଯେ ଏମିତି କିଛି ଖାଇବା ଦ୍ବାରା ଯେମିତିକି ଆଳୁ ଖାଇବା ଦ୍ଵାରା ଓଜନ ବଢ଼ିଥାଏ ପୁଣି ପେଟର ଚର୍ବି ମଧ୍ୟ ବଢ଼ିଥାଏ କିନ୍ତୁ ଏହା ଏକ ମିଥ ଅଟେ। ମୋଟା ହେବା, ପେଟର ଚର୍ବି ଜମିବା ର ଅନ୍ୟ କିଛି କାରଣ ରହିଛି। ଓଜନ କମାଇବା ପାଇଁ ଆପଣ ଆଳୁକୁ ଖାଇ ପରିବେ କିନ୍ତୁ ଏହାକୁ କିପରି ଖାଇବାକୁ ହୁଏ ତାହା ଜାଣିବା ଉଚିତ। ତେବେ ଏଥିପାଇଁ ଜଣକୁ ସଠିକ୍ ଏବଂ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବାକୁ ପଡିବ। ଏଥିପାଇଁ ଖାଦ୍ୟର ଏକ ଡ଼ାଇଟ ଚାଟ କରିବା ମଧ୍ୟ ଆବଶ୍ୟକ, ଯେଉଁଥିରେ ଆପଣ ନିଜର ଖାଦ୍ୟକୁ କମାଇବା ସହିତ ପ୍ରୋଟିନ ଯୁକ୍ତ ଖାଦ୍ୟ ଯୁକ୍ତ କରି ପାରିବେ।

ଏଥିପାଇଁ ଆପଣଙ୍କର ବିଏମଆଇ କୁ ଜାଣିବାକୁ ପଡ଼ିବ ଯେ ଏହାର ପରିମାପ କେତେ ଅଛି। ଯଦି ଏହା ୨୫ ରୁ ଅଧିକ ହେଲା ତାହାଲେ ଅଭର ୱେଟ ଏବଂ ୩୦ ରୁ ଅଧିକ ହେଲେ ଏହା ମେଦ ବହୁଲତା ବା ଓବେସିଟି। ତେବେ ମୋଟପଣ କମାଇବା ପାଇଁ ଆପଣଙ୍କୁ ଶାରିରୀକ ବ୍ୟାୟାମ ଏବଂ ଖେଳକୁଦ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏହାଛଡା ଶରୀରକୁ ସକ୍ରିୟ ରଖିବା ସହିତ ଆପଣଙ୍କୁ ଜଙ୍କ ଫୁଡ୍ ଠାରୁ ଦୂରେଇ ରହିବାକୁ ପଡିବ। ଅଧିକ ମସଲା, ତେଲଯୁକ୍ତ ଖାଦ୍ୟ ଖାଇବାରୁ ବଞ୍ଚିତ ରହିବାକୁ ପଡିବ। ଖାଦ୍ୟକୁ ସଠିକ ଭାବରେ ଆଉ ସଠିକ ସମୟରେ ଗ୍ରହଣ କରିବାକୁ ପଡ଼ିବ।

ସୁଷମ ଖାଦ୍ୟ ଏବଂ ସତେଜ ଖାଦ୍ୟ ଖାଇବା ଉପରେ ଧ୍ୟାନ ଦିଅନ୍ତୁ।ଏହାଛଡା ଖାଦ୍ୟ ଖାଇବା ପରେ ହଠାତ ଶୋଇ ପଡନ୍ତୁ ନାହିଁ, କିଛି ସମୟ ଚାଲନ୍ତୁ। ଏହାଦ୍ୱାରା କେବେବି ୱେଟ୍ ଗେନ୍ ହେବ ନାହିଁ। ସକାଳେ କିମ୍ୱା ସନ୍ଧ୍ୟାରେ ଅତି କମରେ ୧୫ ମିନିଟ୍ ଆପଣ ପ୍ରାଣାୟମ କିମ୍ୱା ନିଃଶ୍ୱାସ, ପ୍ରଶ୍ୱାସ କୁ ଛାଡ଼ିବାକୁ ନେଇ ଯେଉଁ ବ୍ୟାୟାମ ରହିଛି ତାକୁ କରନ୍ତୁ ଫଳରେ ଆପଣଙ୍କ ମୋଟାପା ହେବନାହିଁ। ଖାଇବା ଉପରେ ନଜର ରଖନ୍ତୁ କି ଆପଣ ଅଧିକ ପ୍ରୋଟିନ କିମ୍ୱା ଚର୍ବି ଜାତୀୟ ଖାଦ୍ୟ ଖାଉ ନାହାଁନ୍ତି ଏବଂ ଖାଇବା ପରେ ଶାରିରୀକ ବ୍ୟାୟାମ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.