କେମିତି କମିବ ପେଟ ( Belly ) ଚର୍ବି ? Dr. Shaivalini

ହଁ ଦର୍ଶକ ବନ୍ଧୁ ମୋଟା ପଣ ଵା ମେଦ ବହୁଳତା , ଆଉ ପେଟରେ ବଢ଼ୁଥିବା ଚର୍ବି ଆମକୁ ବିଭିନ୍ନ ପ୍ରକାରର ସମସ୍ୟାରେ ପକାଇଥାଏ | ଆଉ ଏହି ଭଳି ଭାବରେ ଯଦି ଶରୀରରେ ଚର୍ବି ବଢ଼ି ଚାଲିଥାଏ, ତାହେଲେ ଆମକୁ ବହୁତ ଆଶ୍ବସ୍ତି ମଧ୍ୟ ଲାଗିଥାଏ | ଯଦି ଆମର ପେଟରେ ଚର୍ବି ବଢିଜାର ତାହେଲେ ଆମକୁ ଦେଖିବାରେ ହେଉ ଵା କୋୖଣସି କାମ କରିବାରେ ହେଉ ବହୁତ କଷ୍ଟ ଓ ଅଶ୍ବସ୍ତି ମଧ୍ୟ ଲାଗେ |ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ସମସ୍ତଙ୍କ ପାଖରେ ସମୟର ଅଭାବ, ତେଣୁ ନିଜର ଦେହ ପ୍ରତି ଯତ୍ନ ନେବାର ଟାଇମ ନଥାଏ | ସେଥିପାଇଁ ଆମ ମାନେ ବହୁତ ଚିନ୍ତିତ ମଧ୍ୟ ଥାଉ ଏହି ଚର୍ବି କୁ କମାଇବା ପାଇଁ | ତେବେ ଏହି ଚର୍ବି ଆମ ଶରୀରରେ କିପରି ସୃଷ୍ଟି ହେଉଛି ଓ ଏହି ଭଳି ଚର୍ବି ଵା ମେଦ ବହୁଳତାରୁ କିପରି ରକ୍ଷା ପାଇବା ଅସନ୍ତୁ ଜାଣିବା |

 

ତେବେ ଆମେ ଜାଣିଛୁ କି ପେଟ ହେଉଛି ଗୋଟିଏ ଖାଲି ଜାଗା, ତେବେ ଯଦି କୌଣସି କାରଣ ରୁ ଆମ ଦେହରେ ଚର୍ବି ର ପରିମାଣରେ ବୃଦ୍ଧି ଘଟିଥାଏ , ତାହେଲେ ସେହି ଚର୍ବି ପ୍ରଥମେ ଆମ ପେଟରେ ଜମା ହୋଇଥାଏ | ଆଉ ତାହା ପରେ ଆମର ଜଙ୍ଘ ଆଉ ହାତରେ ମଧ୍ୟ ଜମା ହୁଏ, ଆଉ ମହିଳା ମାନଙ୍କର ବିଶେଷ କରିକି ଛାତି ଆଉ ହାତରେ ଚର୍ବି ବଢିଥାଏ |ଆଉ ଏହି ଚର୍ବିର କାରଣରୁ ଆମ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟ ଦେଖା ଦେଇଥାଏ | ସାଧାରଣତଃ ଆମେ ମାନେ ଅଫିସରେ କାମ କରିଲା ବେଳେ ହେଉ, କି ଖାଇସାରିଲା ପରେ ହେଉ ରେଷ୍ଟ ନେଇ ନଥାଉ , ଆଉ ଯୋଉଠି ପାଇଁ ଆମ ଶରୀରରେ ଚର୍ବିର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଥାଏ |

ତାହା ଛଡା ଆମର ବ୍ୟସ୍ତତା ଯୋଗୁ ଘରେ ଆମ ପାଇଁ ଯାହା ଦରକାର ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ନ ଖାଇ ଆମେ ଫାଷ୍ଟ ଫୁଡ ପରି ତେଲିଆ ଜିନିଷ ଅଧିକ କରିମାଣରେ ଖାଇବା ଯୋଗୁ ମେଦ ବହୁଳତା ଓ ପେଟରେ ଚର୍ବି ଜମାହେଲା ଭଳି ସମସ୍ୟା ଦେଖା ଯାଇଥାଏ |ଡାଏଟିଂ କରିବା ଓ ନିୟମିତ ବ୍ୟାୟାମ କରିବା ଯୋଗୁ ଆମେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବା | ଏହା ବ୍ୟତୀତ ଆପଣ ମାନେ ଖାଇସାରିଲା ପରେ ସଙ୍ଗେ ସଙ୍ଗେ ବିଶ୍ରାମ ନ ନେଇକି ଯଦି ଆମେ କିଛି ସମୟ ଚାଲିବା , ଆଉ ଖାଦ୍ୟ ହଜମ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା, ତାହେଲେ ମଧ୍ୟ ଆମେ ନିଜର ଚର୍ବିକୁ ଦେହରେ କମେଇ ପରିଵା |

ତାହା ବ୍ୟତିତ ସବୁଦିନ ସକାଳେ ହେଉ କି ସନ୍ଧ୍ୟା ରେ ଵା ରାତିରେ ଟିକିଏ ବ୍ୟାୟାମ କରିବା , ଆଉ ନିଶ୍ୱାସ ଛାଡିବା ଓ ନେବା ଭଳି ଯୋଗ କରିବା ଦ୍ଵାରା ମଧ୍ୟ ତାହା ଆମ ପେଟରେ ଥିବା ଚର୍ବି ଉପରେ ପ୍ରେସର ପକାଇ ଥାଏ ଓ ଚର୍ବି ମଧ୍ୟ କମିଯାଇଥାଏ | ତାହେଲେ ଏହି ଭଳି ଭାବରେ ଆମର ଶରୀରରେ ଚର୍ବି ବଢ଼ି ଥାଏ , ଆଉ ଯାହାକୁ କମାଇବାକୁ ହେବେ ଆମକୁ ସବୁ ଉପାୟ ମାନିବାକୁ ହେବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment