Swastik Tv News Odisha

କ୍ୟାମେରାରେ କଏଦ ହେଲା ମୃତ୍ୟୁର ଲାଇଭ ଭିଡିଓ, ଗାଧୁଆର ମଜା ନେଉ ନେଉ ଚାଲିଗଲା ଜୀବନ…ଦେଖନ୍ତୁ ଭିଡ଼ିଓ

0

ମୃତ୍ୟୁ ଏମିତି ହୋଇଥାଏ , ଯାହାର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନଥାଏ ସେ କୌଣସି ବି ମୁହୂର୍ତ୍ତରେ ଆସି ପହଞ୍ଚି ଯାଇଥାଏ । କିନ୍ତୁ ବର୍ତ୍ତମାନର ଯୁବପିଢୀ ମାନେ ମୃତ୍ୟୁ କୁ ଏମିତି ଡାକିହାକି ନେଇ ଆସୁଛନ୍ତି । ଯାହା ସେମାନଙ୍କ ପାଇଁ ବିପଦର କାରଣ ହେଉଛି , ତେବେ ବର୍ତ୍ତମାନ ସେମିତି ଏକ ଭିଡିଓ ସାମ୍ନାକୁ ଆସୁଛି , ଯାହା ଆପଣ ମାନେ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ଖବର ବିଷୟରେ ।

ତେବେ ଭିଡିଓ ରେ ଦେଖିପାରୁଥିବେ ଯୁବକ ଜଣକ ୱାଟରଫଲ ରେ କିଭଳି ବିପଦଜ୍ଜନକ ଭାବେ ତଳକୁ ଖସୁଛନ୍ତି । ଠିକ୍ ବଡ ବଡ ସୁଇମିଙ୍ଗ ପୋଲ ରେ ଲାଗିଥିବା ସ୍ଲଭ ଭଳି , ଏପଟେ ତାଙ୍କ ସାଙ୍ଗ ମାନେ ମୋବାଇଲ ରେ ଭିଡିଓ ସୁଟିଙ୍ଗ କରୁଛନ୍ତି । ଖସିଲା ବେଳେ ପଥରରେ ମୁଣ୍ଡ ପିଟି ହୋଇଗଲା , ଯୁବକ ଜଣକ ସିଧା ଯାଇ ଗଭୀର ପାଣି ଭିତରରେ ପଡିଲେ । କ୍ଷଣିକ ମଜା ନେଇଗଲା ତାଙ୍କ ଜୀବନ । ତେବେ ଘଟଣାଟି ଘଟିଛି ମାଲକାନାଗିରି ଜିଲ୍ଲା କାଲିମେଳା ଅନ୍ତର୍ଗତ ବେଢାଙ୍ଗିବାଡା ପଞ୍ଚାୟତ ବେହେରାଗୋଡା ନିକଟରରେ । ଏଠାରେ ଥିବା ଏହି ଜଳପ୍ରପାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ।

ସାଙ୍ଗ ମାନଙ୍କ ସହିତ ମଜା କରିବା ପାଇଁ ଗାଧୋଇବାକୁ ଯାଇଥିଲେ ଗମ୍ଫାକୁଣ୍ଡା ପଞ୍ଚାୟତ ଏମପିଭି ଛବିଶି ଗ୍ରାମର ବିଜୁ ମଣ୍ଡଳ । ତେବେ ଜଳ ପ୍ରପାତରେ ଖସିଲା ବେଳେ ତାଙ୍କ ମୁଣ୍ଡ ବାଡେଇ ହୋଇ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସାଙ୍ଗମାନେ ଉଦ୍ଧାର କରି ପ୍ରଥମେ ଏମଭି ଏକୋଇଶି ଓ ପରେ ମାଲକାନାଗିରୀ ହସ୍ପିଟାଲକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ କୋରାପୁଟ କୁ ନେଇଯିବା ପାଇଁ କହିଥିଲେ , ଆଉ କୋରାପୁଟ ନେବା ବେଳେ ବାଟରେ ମାଥଲି ଠାରେ ବିଜୁ ଙ୍କର ମୃତ୍ୟୁ ହୋଇ ଯାଇଥିଲା । ବିଜୁ ଙ୍କ ମୃତ୍ୟୁରେ ଶୋକରେ ଡୁବି ଯାଇଛି ସାରା ଗାଁ , ହେଲେ ଏକଥା ସତ ଯେ ସାମାନ୍ୟ ଅସାବଧାନତା କିଭଳି ମୁହୂର୍ତ୍ତକ ରେ ଜୀବନ ନେଇ ଯାଉଛି ।

ସେଥିପାଇଁ ଆପଣ ମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ସତର୍କ ଓ ସାବଧାନତାର ସହିତ ଚଳନ୍ତୁ । ନଚେତ୍ ଏହିପରି ଭାବରେ ଆପଣଙ୍କର ଅତି ମୂଲ୍ୟ ଜୀବନ ମଧ୍ୟ ଚାଲି ଯାଇ ପାରେ , ତେଣୁ ସର୍ବଦା ସାବଧାନ ତାର ସହିତ କାର୍ଯ୍ୟ କରିବା ଉଚିତ । ଟିକିଏ ଅସାବଧାନତା ହେତୁ ବିଜୁ ଙ୍କର ଜୀବନ ଚାଲିଗଲା , ତେଣୁ ଆପଣ ମାନେ ବିପଦ ଥିବା ସ୍ଥନରେ କୌଣସି ପ୍ରକାର ରିକ୍ସ କାର୍ଯ୍ୟ କରନ୍ତୁ ନାହିଁ । କାରଣ ଖୁସୀ ମଜାକ୍ ରେ ମଧ୍ୟ ଜୀବନ ଚାଲି ଯାଇପାରେ । ତେଣୁ ଆମ ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାବଧାନତା ର ସହ କାର୍ଯ୍ୟ କରିବା ଉଚିତ ଏବଂ ନିଜକି ସୁରକ୍ଷା ଦେବା ମଧ୍ୟ ଅବଶ୍ୟକ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.