Swastik Tv News Odisha

ଖାଦ୍ୟରେ କେତେ ତେଲ ( Oily Foods Effect ) ଖାଇବେ ? | Dr. Srilata Purunaik

0

ହଁ ଦର୍ଶକ ବନ୍ଧୁ ପ୍ରତେକ ମଣିଷ ତାର ସ୍ୱାସ୍ଥ୍ୟ କୁ ନେଇକି ଯତ୍ନବାନ ରହିବା ନିହାତି ଆବଶ୍ୟକ ହୋଇଥାଏ | କାରଣ ଆମେ ଜାଣିଛୁ କି ସ୍ୱାସ୍ଥ୍ୟ ହିଁ ଆମର ସମ୍ପଦ ହୋଇଥାଏ |ତେଣୁ ଆମେ ଯଦି ଆମ ସ୍ୱାସ୍ଥ୍ୟ ର ଯତ୍ନ ନ ଦେବା ଆଉ ଯେତିକି ପରିମାଣରେ ଯାହା ଆମ ଶରୀର ପାଇଁ ଦରକାର ଯୋଦି ତାହା ନ ଖାଇବା ବା ଅଧିକ ବ୍ୟବହାର କରିବା | ତାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ, ଆଉ ସେହି ଭଳି ତେଲ ହେଉଛି ଗୋଟିଏ ମଣିଷ ର ଅତି ଆବଶ୍ୟକୀୟ ଜିନିଷ ତେବେ ସେହି ତେଲ କୁ କିପରି ଆଉ କେତେ ପରିମାଣରେ ବ୍ୟବହାର କରିବା ଆସନ୍ତୁ ସେ ବିଷୟରେ ଅଧିକ ଜାଣିବା |

ତେବେ ଆମେ ଜାଣିଛୁ କି ବିନା ତେଲ ରେ କୌଣସି ବି ଖାଦ୍ୟ ପ୍ରସ୍ତୁତ କରିବା ଅସମ୍ଭବ ହୋଇଥାଏ | ତେବେ ଆମେ ଆମ ଶରୀର ପାଇଁ କେତେ ପରିମାଣରେ ତେଲ ଆବଶ୍ୟକ ହୋଇଥାଏ ଆଉ କେଉଁ ପ୍ରକାରର ତେଲ ଆମ ଶରୀର ପାଇଁ ଭଲ ଆଉ କେତେ ପରିମାଣ ରେ ଖାଇବା ତାହାକୁ ଜାଣି ରହିବା ନିହାତି ଆବଶ୍ୟକ ହୋଇଥାଏ | ତେବେ ଆମେ ମାନେ ବିଶେଷ ଭାବରେ ଧ୍ୟାନ ଦେବା କଥା କି ଆମେ ଆମର ତେଲର ସମୁଦାୟ ପରିମାଣର ଶତକଡା 30% ବ୍ୟବହାର କରିବା ଆବଶ୍ୟକ ହୋଇଥାଏ |

ତାହା ବ୍ୟତୀତ ସାଚୁରେଟେଡ ତେଲ ଯଥା ଯୋଉଁ ତେଲ ରୁମ ଟେମ୍ପରେଚର ରେ ବସି ଯାଇଥାଏ ତାହାକୁ କମ ବ୍ୟବହାର କରିବା ଆବଶ୍ୟକ ହୋଇଥାଏ | ଆଉ ତାହା ଛଡା ଆମେ ଟ୍ରଷଫେଟ ତେଲ କୁ ବ୍ୟବହାର କରିବା ଟା ଭଲ ନୁହଁ ଟ୍ରଷଫେଟ ତେଲ ଅର୍ଥାତ ଗୋଟିଏ ଜିନିଷ ଛାଣିବା ପରେ ବାରମ୍ବାର ସେହି ତେଲ କୁ ଛାଣିବା ପାଇଁ ବ୍ୟବହାର କରିବା ଭଲ ନୁହଁ | ତେବେ ବାରମ୍ବାର ସେହି ତେଲକୁ ବ୍ୟବହାର କରିଲେ ତାହା ଆମ ଶରୀରରେ ଥିବା ହାର୍ଟ ଉପରେ ପ୍ରଭାବ ପକାଇଥାଏ | ଆଉ ତାହା ଛଡା ତାହା ଆମ ହାର୍ଟ ରେ ଥିବା ଧମଣୀ କୁ ବ୍ଲକ କରିଦେଇଥାଏ | ଯାହା ଫଳରେ ଆମେ ବିଭିନ୍ନ ପ୍ରକାରର ରୋଗର ସାମ୍ନା କରିଥାଉ |

ତାହା ବ୍ୟତୀତ ଆମର ଜାଣି ରଖିବା ଆବଶ୍ୟକ କି ଆମେ ଯୋଉଁ ତେଲ ବ୍ୟବହାର କରୁଛୁ ଜଣକ ପିଛା 500 ml ତେଲ ବ୍ୟବହାର କରିବା ଆବଶ୍ୟକ ହୋଇଥାଏ | ତାହା ବ୍ୟତୀତ ଆମେ ଆମ ଓଡିଶା ରେ ବା ଭାରତରେ ବ୍ୟବହାର କରୁଥିବା ସୋରିଷ, ରାଶି, ସୂର୍ଯ୍ୟମୁଖୀ ତେଲ କୁ ବି ବ୍ୟବହାର କହି ପାରିବା ଯାହା ଆମ ଶରୀର ପାଇଁ ଭଲ ହୋଇଥାଏ | ତାହା ବ୍ୟତୀତ ଆମେ ଆଲମଣ୍ଡ ଓଏଲ କୁ ବି ବ୍ୟବହାର କରି ପାରିବା | ତେବେ ଏହି ସବୁ ସେତେ ଆନସାଚୁରେଟେଡ ତେଲ ହୋଇଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ | ଏହି ପ୍ରକାର ତେଲ କୁ ବ୍ୟବହାର କରିଲେ ଆମେ ବିଭିନ୍ନ ପ୍ରକାରର ରୋଗରୁ ମଧ୍ୟ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.