ଗଣ୍ଠିବାତ ( Arthritis ) ରୋଗୀ କ’ଣ କରିବେ, କ’ଣ ନାହିଁ ? | Dr. Shilpa H.D

ତେବେ ବନ୍ଧୁଗଣ ଆମେ ଜାଣିଛୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ହୋଇଥାଏ , ତେଣୁ ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି କିପରି ଆମେ ଆମର ସ୍ୱାସ୍ଥ୍ୟ ର ଯତ୍ନ ନେବା | ତେବେ ଆମେ ଜାଣିଛୁ କି ମଣିଷର ବୟସ ବଢିବା ସହିତ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଦେଖା ଯାଇଥାଏ | ଆଉ ସେହି ସବୁ ରୋଗ ଯୋଗୁଁ ଆମେ ବହୁତ କଷ୍ଟ ପାଇଥାଉ ଓ ଅନେକ ପ୍ରକାରର ସମସ୍ୟା ମଧ୍ୟ ଦେଖା ଦେଇଥାଏ | ତେବେ ସେହି ଭଳି ଗୋଟିଏ ରୋଗ ହେଉଛି ଆଣ୍ଠୁ ଗଣ୍ଠି ବିନ୍ଧା ରୋଗ | ଯାହା ବିଶେଷ କରିକି ବୟସ୍କ ବୃଦ୍ଧ ଆଉ ବୃଦ୍ଧା ଙ୍କ ପାଖରେ ଅଧିକ ଦେଖା ଦେଇଥାଏ | ତେବେ ଆସନ୍ତୁ ବନ୍ଧୁଗଣ ସେ ସମସ୍ତ ସମସ୍ୟା ବିଷୟରେ ଅଧିକ କିଛି ଜାଣିବା |

ଆଣ୍ଠୁ ଗଣ୍ଠି ବାତ ଜନିତ ରୋଗ କାହିଁକି ହୋଇଥାଏ :-

ତେବେ ସାଧାରଣତଃ ଆମର ଆଣ୍ଠୁରେ ଥିବା ଜୋଏଣ୍ଟ ରେ ଆଣ୍ଠେରାଟିକ୍ସ ନାମକ ଏକ ଜୋଏଣ୍ଟ ରହିଥାଏ |ଆଉ ସେହି ସବୁ ଯଦି ଡେମେଜ ହୋଇଯାଇଥାଏ ତାହେଲେ ଆମର ଆଣ୍ଠୁ ଗଣ୍ଠି ବାତ ଜନିତ ସମସ୍ୟା ମାନ ଦେଖା ଦେଇଥାଏ | ତେବେ ଏହି ପ୍ରକାରର ରୋଗ ସାଧାରଣତଃ 50 ବର୍ଷରୁ ଅଧିକ ବୟସର ଲୋକ ମାନଙ୍କ ପାଖରେ ଅଧିକ ଦେଖା ଦେଇଥାଏ | ତାହା ବ୍ୟତୀତ ମହିଳା ମାନଙ୍କ ଠାରେ ଏହି ପ୍ରକାରର ରୋଗ ଅଧିକ ଦେଖା ଯାଇଥାଏ | ତେବେ ଖାଲି ଆଣ୍ଠୁ ନୁହଁ ଶରୀରର ବିଭିନ୍ନ ଜାଗାରେ ଯେଉଁ ଜୋଏଣ୍ଟ ହୋଇଥାଏ ସେଠାରେ ମଧ୍ୟ ଏହିଭଳି ସମସ୍ୟା ମାନ ଦେଖା ଦେଇଥାଏ | ଏବେ ଯଦି ଆପଣ ବସିଲେ ଉଠି ପାରି ନାହାନ୍ତି ବା ଟିକିଏ ବାଟ ଚାଲିଲେ ଆପଣଙ୍କର ପାଦର ଗଣ୍ଠିରେ ଯନ୍ତ୍ରଣା ଅନୁଭବ ହେଉଛି ତାହେଲେ ଆପଣଙ୍କୁ ଅଷ୍ଟିଆ ଅନ୍ତରାଷ୍ଟିକ ଭଳି ରୋଗ ହୋଇଛି |

ଗଣ୍ଠି ବାତ ରୋଗ ପାଇଁ କଣ କରିବା ଉଚିତ :-

ତେବେ ଏହି ଭଳି ରୋଗ ବିଶେଷ କରିକି ମହିଳା ମାନଙ୍କ ପାଖରେ ଅଧିକ ଦେଖା ଦେଇଥାଏ | ତେଣୁ ମହିଳା ମାନେ ପ୍ରଥମେ ନିଜର ୱେଟ ଲସ କରିବା ନିହାତି ଆବଶ୍ୟକ ହୋଇଥାଏ | ତାହା ବ୍ୟତୀତ ନିୟମିତ ଭାବରେ ଏକସେସାଇଜ କରିବା ଆବଶ୍ୟକ ହୋଇଥାଏ | ସକାଳେ ହେଉ ବା ସନ୍ଧ୍ୟାରେ କିଛି ସମୟ ୱାକ କରିବା ନିହାତି ଦରକାର ହୋଇଥାଏ | ଏହା ବ୍ୟତୀତ ଫିଜିଓ ଥୋରାପି ମାଧ୍ୟମରେ ମଧ୍ୟ ଆମେ ଗଣ୍ଠି ବାତ ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା, ତାହା ସହିତ ଆଣ୍ଠୁରେ ପ୍ରତେକ ଦିନ ହିଟ ହେବା ଆବଶ୍ୟକ ହୋଇଥାଏ |

ଆଣ୍ଠୁ ଗଣ୍ଠି ବାତ ପାଇଁ କଣ କରିବା ଉଚିତ ନୁହଁ :-

ତେବେ ଏହି ପ୍ରକାରର ରୋଗ ପାଇଁ ଡାକ୍ତର ଙ୍କ ପରାମର୍ଶ କ୍ରମେ ମେଡ଼ିସିନ ନିଅନ୍ତୁ | କିନ୍ତୁ ମନ ଇଚ୍ଛା ଆପଣ ପେନକ୍ଲିୟର ନିଅନ୍ତୁ ନାହିଁ ଯାହା ଆପଣ ଙ୍କ ପାଇଁ କ୍ଷତି କାରକ ହୋଇଥାଏ |ତେବେ ଏହି ରୋଗ ଥିଲେ ଆପଣ ମାନେ ଅଧିକ ଚଳିବେ ନାହିଁ କି ଅଧିକ ସହିବା ବାହାରେ ଏକସେସାଇଜ କରନ୍ତୁ ନାହିଁ |

ଏହି ଭଳି ଭାବରେ ଆମେ ଆଣ୍ଠୁଗଣ୍ଠି ବାତ ଜନିତ ସମସ୍ୟା ବିଷୟରେ ଜାଣିବା ସହିତ କିଛି ପରିମାଣରେ ଏଥିରୁ ମୁକ୍ତ ମଧ୍ୟ ହେଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment