ବନ୍ଧୁଗଣ ଏକ ସୁନ୍ଦର୍ ବିଷୟବସ୍ତୁ କୁ ନେଇ ପ୍ରସ୍ତୁତ ହୋଇଥିବା ଏକ ଛୋଟ ହୃଦୟସ୍ପର୍ଶୀ କାହାଣୀ ବିଷୟରେ ଆମେ ଆଜି ଏହି ଲେଖାରେ ଆଲୋଚନା କରିବା। ଯାହାକୁ ଜାଣିଲେ ଏବଂ ଦେଖିଲେ ଆପଣ ଜାଣି ପାରିବେ ଅଭାବ ଅନଟନ କିପରି ମଣିଷକୁ ଦୁଃଖ ଯନ୍ତ୍ରଣା ଭିତରକୁ ଠେଲି ଦିଏ ଏବଂ ବେଳେବେଳେ ଏହି କାରଣରୁ ସ୍ଵଭାବ କିପରି ନଷ୍ଟ ହୋଇଥାଏ। ପେଟର ଭୋକ କେତେ କଷ୍ଟ ଦାୟକ ତାହା ଆପଣ, ଆମେ କହିବାକୁ ଯାଉଥିବା ଏହି ଭିଡିଓ ରେ ଥିବା ବିଷୟବସ୍ତୁ ରୁ ଜାଣି ପାରିବେ। ଆଜିର ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଦୁଃଖ ଯନ୍ତ୍ରଣା ରେ ରହି ନିଜକୁ ବଞ୍ଚାଇ ରଖିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି।
ସେମାନଙ୍କ ପାଖରେ ମୁଣ୍ତ ଗୁଞ୍ଜିବା ପାଇଁ ଛାତ ନଥିବା ବେଳେ ଦିନକୁ ଦି ଓଳି ଖାଇବାକୁ ଆହାର ମୁଠାଏ ନାହିଁ। ତେବେ ଦୁନିଆର ଏହି ଅଜିବ ବିଧାନ କୁ ତ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିବ ଯାହାକୁ ସ୍ଵୟଂ ସୃଷ୍ଟି କର୍ତ୍ତା ତିଆରି କରିଛନ୍ତି।ତେବେ ଦୁନିଆରେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଖରେ ଦୁଃଖ ଓ ସମସ୍ୟା ଭରି ରହିଛି। ନିଜକୁ ଠିକ୍ ଭାବରେ ପରିଚାଳନା କରି ଦୁନିଆରେ ତିଷ୍ଠି ରହିବା ପାଇଁ ସମସ୍ତେ ପ୍ରୟାସ କରିବାରେ ଲାଗିଛନ୍ତି। କିନ୍ତୁ ବେଳେବେଳେ ଆମ ଚାରିପଟେ ଏମିତି ପ୍ରକାରର ଅଭାବ ଅନଟନ ଦେଖିବାକୁ ମିଳିଥାଏ ତାହା ସମସ୍ତଙ୍କୁ ଦୁଃଖୀ କରି ଦେଇଥାଏ ଓ ବହୁତ୍ ଗମ୍ଭୀର ଦୁଃଖ ପହଞ୍ଚାଇ ଥାଏ।
ତେବେ ସେହିଭଳି ଏକ ଦୁଃଖ, ଭାବପୂର୍ଣ୍ଣ ଓ ଅଭାବନୀୟ ଘଟଣାକୁ ବୟାନ କରୁଥିବା ଏକ ସୁନ୍ଦର୍ କାହାଣୀର ଏକ ଦୃଶ୍ୟ ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ। ଏଠାରେ ଏକ କୁନି ପିଲା ତାର ଭଉଣୀକୁ ଖାଇବାକୁ ଦେବାପାଇଁ କିପରି ଭାବରେ ଲୋକଙ୍କ ପାଖରେ ହାତ ପତାଉଛି ଏବଂ ଶେଷରେ କିଛି କେଉଁଠି ନପାଇ ଜଣେ ବ୍ୟକ୍ତିଙ୍କ ପାଖରୁ ଖାଦ୍ୟ ଛଡ଼ାଇ ନେଇ ଦୌଡ଼ି ପଳେଇ ଆସି ଗଛ ମୂଳରେ ବସିଥିବା ତା ଭଉଣୀ କୁ ଖାଇବାକୁ ଦେଉଛି ତାହା ଦେଖିବାକୁ ପାଇବେ। ଆଉ ଏହାପରେ ଯେଉଁ ବ୍ୟକ୍ତିଙ୍କ ପାଖରୁ ପିଲାଟି ଖାଦ୍ୟ ଛଡ଼ାଇ ନେଇ ଆସିଥିଲା ସେ ପିଲାଟିର ପଛେ ପଛେ ଆସି ଏହା ଦେଖୁଛିନ୍ତି ଯେ ପିଲାଟି ତା ଭଉଣୀକୁ କେତେ ଖୁସିରେ ଆଣିଥିବା ଖାଦ୍ୟ ଖାଇବାକୁ ଦେଉଛି।
ଏହାକୁ ଦେଖି ବ୍ୟକ୍ତି ଜଣଙ୍କ ପିଲା ଦୁଇଟିର ପରିଚୟ ମାଗିଲେ। ପିଲାଟି କହିଲା ଆମେ ଦୁହେଁ ଅନାଥ ଭାଇ ଭଉଣୀ।ଆମର ବାପା ମାଆ ନାହାଁନ୍ତି। ଆମେ ପ୍ଲାଷ୍ଟିକ ଗୋଟାଇ ଏହାକୁ ବିକି ଯାହା ପଇସା ମିଳେ ସେଇଥିରେ ଖାଇ ବଂଚୁ ଏବଂ ଏହି ଗଛମୂଳରେ ରହୁ। ପିଲାଟିର ଏପରି କଥା ଶୁଣି ଏହି ହୃଦୟବାନ ବ୍ୟକ୍ତି ଜଣଙ୍କ ସେମାନଙ୍କୁ ତାଙ୍କର ପୁଅ ଝିଅ କରି ରଖିବେ ଏବଂ ଆଜିଠୁ ପାଠ ପଢାଇବେ ବୋଲି କହି ତାଙ୍କ ସାଙ୍ଗରେ ଗାଡ଼ିରେ ନେଇ ଯାଉଥିବା ଦେଖିବାକୁ ମିଳୁଛି।ଏହି ସୁନ୍ଦର୍ କାହାଣୀ ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।