Swastik Tv News Odisha

ଗର୍ଭବସ୍ଥା ସମୟରେ କିପରି ସଚେତନ ରହିବେ , କଣ କରିବେ ଏବଂ କଣ କରିବେ ନାହିଁ ଜାଣନ୍ତୁ । Dr. Neettee Rana

0

ପରିବାରକୁ ନୂଆ ବେବି ଆସିଲେ ମା ସହିତ ଘରର ସମସ୍ତ ସଦସ୍ୟ ବହୁତ ଖୁସୀ ହୋଇଥାନ୍ତି । ପ୍ରଥମତଃ ପ୍ରେଗନେନ୍ସି ରହିଲା ବୋଲି କେମିତି ଜାଣିବେ , ପିରିୟଡ୍ସ ମିସ୍ ହେବାର 2 -4 ଭିତରେ ଆପଣ ମାନେ ପ୍ରଗନେନ୍ସି ଟେଷ୍ଟ କରି ପାରିବେ । ଯଦି ଆପଣଙ୍କର ପଜେଟିଭ୍ ଆସୁଛି ତେବେ ପ୍ରଥମରୁ ହିଁ ଡକ୍ଟରଙ୍କ ପରାମର୍ଶ ନେବା ଉଚିତ୍ ।

ପ୍ରଥମ ଡ୍ରୟମାସରେ କେମିତି ନେବେ ଯତ୍ନ :-

ପ୍ରଗନେନ୍ସ କୁ ମୁଖ୍ୟତଃ 3 ଭାଗରେ ଡିଭାଇ଼ଡ୍ କରାଯାଇଥାଏ , 9 ମାସର ପ୍ରେଗନେନ୍ସିକୁ 3 ଭାଗ , 3 ଭାଗ , 3ଭାଗରେ ବିଭକ୍ତ କରାଯାଇଥାଏ । ଫାଷ୍ଟ ପ୍ରାଇମଷ୍ଟର ରେ ଫିଟେସ୍ ର ଅରଗାଜନେସନ ହୋଇଥାଏ । ଅର୍ଥାତ୍ ସବୁ ଅର୍ଗାନ ଗୁଡିକ ଡେଭ୍ଲମେଣ୍ଟ ଷ୍ଟେଜ୍ ରେ ରହିଥାଏ , ଏହି ସମୟରେ କୌଣସି ପ୍ରକାର ମେଡିକେସନ ନେବା ଉଚିତ୍ ହୋଇ ନଥାଏ । ପ୍ରଥମ ଚେକପ୍ ରେ ଜେନେରାଲ ଟେଷ୍ଟ ଗୁଡିକ କରାଯାଇଥାଏ । ଯେମିତିକି ହିମଗ୍ଲୋବିନ , ସୁଗାର ଲେବୁଲ , ଥାଇରଏଡ୍ , ୟୁରିନ ଓ ସେରୋଲଜି ଟେଷ୍ଟ କରିବାକୁ ପଡିଥାଏ । ଏହି ସମୟରେ ଏକାଧିକ ଖାଦ୍ୟ ଖାଇବା , ଖାଲି ପେଟରେ ପାଣି ପିଇବା ଆଦି କରନ୍ତୁ ନାହିଁ ।

ଦ୍ୱିତୀୟ ଡ୍ରୟମାସରେ କେମିତି ନେବେ ଯତ୍ନ :-

ଏହି ସମୟରେ ୟୁରିନ ଇନଫେକ୍ସନ ହେବାର ଚାନ୍ସସେସ୍ ଅଧିକ , ଯାହା ବେବି ଓ ମା ପାଇଁ କ୍ଷତିକାରକ ହୋଇଥାଏ । ରାତିରେ ନିଦ ନଆସିବା , ଗୋଡରେ କ୍ରାମ୍ସ ହେବା ଆଦି କମନ ପ୍ରବ୍ଲମ ହୋଇଥାଏ । ଡକ୍ଟରଙ୍କୁ କନସଲ୍ଟ କଲେ ଏହା ଠିକ୍ ହୋଇଯାଇଥାଏ । ଏଥିସହିତ ପିଲାର ଡେଭ୍ଲମେଣ୍ଟ ଠିକ୍ ଅଛି କି ନାହିଁ ସେଥିପାଇଁ ଏକ ଅଲଟ୍ରାସାଉଣ୍ଡ କରାଯାଇଥାଏ । ଯେଉଁଥିରେ ପିଲାର ଅରଗାନରେ କେଉଁ ସବୁ ପ୍ରବ୍ଲେମ ରହିଛି କି ନାହିଁ ତାହା ଜଣା ପଡିଥାଏ ।

ତୃତୀୟ ଡ୍ରୟମାସରେ କେମିତି ନେବେ ଯତ୍ନ :-

ଏହି ଷ୍ଟେଜ ରେ ଯଦି ଆପଣ ମାନେ ପ୍ରପର ଖାଇବା ଖାଉଛନ୍ତି , ଆଡିକୁଏଟ୍ ପ୍ରୋଟିନ ନେଉଛନ୍ତି ତ ଷ୍ଟ୍ରେଚମାର୍କର ସମସ୍ୟା ଆସିଥାଏ । ଏଥିଲାଗି କୌଣସି ଅରିଡ୍ ହେବା ଆବଶ୍ୟକ ହୋଇ ନଥାଏ , ଏହା କମନ ପ୍ରବ୍ଲମ ହୋଇଥାଏ । ପାଦ ଫୁଲିଯିବା ଭଳି ସମସ୍ୟା ଦେଖାଯାଏ , ଏହାର ଅନେକ ଗୁଡିଏ କାରଣ ରହିଥାଏ ଯେମିତି କି ରକ୍ତସଞ୍ଚାଳନ କମି ଯିବା ଯୋଗୁଁ ବା ରକ୍ତହୀନତା ହେଲେ ମଧ୍ୟ ପାଦ ଫୁଲିଯାଏ । ସେଥିଲାଗି ଡକ୍ଟରଙ୍କୁ କନସଲ୍ଟ କରିବା ଆବଶ୍ୟକ ଅଟେ ।

ଗର୍ଭଧାମ ସମୟରେ କଣ ଖାଇବେ :-

ଘରେ ପ୍ରସ୍ତୁତି ଖାଦ୍ୟ ଖାଆନ୍ତୁ ଏବଂ ବାହାର ଖାଦ୍ୟ ଅଧିକ ମାତ୍ରାରେ ଖାଆନ୍ତୁ ନାହିଁ । ଏହା ସହିତ ମିଠା କିମ୍ୱା ଜଙ୍କଫୁଡ୍ ଖାଇବେ ନାହିଁ , ଏକାସାଙ୍ଗରେ ବହୁତ ଅଧିକ ଖାଇବେ ନାହିଁ ଅଳ୍ପ ଅଳ୍ପ ଖାଦ୍ୟ ଠିକ୍ ଟାଇମ୍ ଖାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.