Swastik Tv News Odisha

ଗାମୁଛା ଖସିବା ପରେ ମଧ୍ୟ ଫାଇଟିଙ୍ଗ ଚାଲିଲା…ଦେଖନ୍ତୁ Viral ଭିଡ଼ିଓ

0

ଆଜିର ଦୁନିଆରେ ଯେଉଁଭଳି ଭାବରେ ପ୍ରତିଦିନ କିଛି ଏମିତି ଅପ୍ରୀତିକର ଘଟଣା ଘଟୁଛି ଯାହା ସାଧାରଣରେ ଗ୍ରହଣୀୟ ନୁହେଁ। ସଭ୍ୟ ଶିକ୍ଷିତ ସମାଜରେ ସେସବୁ ର ସ୍ଥାନ ବେଶ୍ ତଳେ ରହିଛି। ଯାହା କିଛି ଅସାମାଜିକ ଲୋକ ମାନଙ୍କର ହୀନ ମାନସିକତା କୁ ସ୍ପଷ୍ଟ କରୁଛି। ତେବେ ଦୁନିଆରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ଏହାକୁ ଦେଖି ଆପଣ ବି ଲଜ୍ଜିତ, ଅପମାନିତ ହେଉଥିବେ। ତେବେ ମଣିଷ ନିଜର ସଂଯମତା ହରାଇ, ଉତ୍ତ୍ୟକ୍ତ ହୋଇ ସମୟକ୍ରମେ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।

ନିଜର ନୈତିକତା, ମାନବିକତା ଏବଂ ସଂଯମତା ହରାଇ ମଣିଷ ଯେଉଁଭଳି ଭାବରେ ହୀନ ବ୍ଯବହାର ପ୍ରଦର୍ଶନ କରୁଛି ତାହା ଅନୁତାପ ର ବିଷୟ ନିଶ୍ଚୟ ଭାବରେ। ସବୁକିଛି ଭୁଲି ମଣିଷ କିଛି ଏଭଳି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ ପ୍ରସ୍ତୁତ ହୋଇ ଯାଉଛି ତାହା ବାସ୍ତବରେ ଗ୍ରହଣୀୟ ନୁହେଁ। ସେହିଭଳି ଏକ ଲଜ୍ୟା ଜନକ ବାର୍ତ୍ତା ପ୍ରଦାନ କରୁଥିବା ଏକ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଠି ଦେଖିବାକୁ ମିଳିଛି ରାସ୍ତା ମଝିରେ ଫାଇଟିଙ୍ଗ। ଦୁଇ ପଡୋଶୀଙ୍କ ଭିତରେ ଏଠାରେ ଚାଲିଛି ଘମାଘୋଟ ଲଢେଇ। ଦେଖନ୍ତୁ ଏହି ଭିଡିଓ କୁ ଏବଂ ଏହାକୁ ଦେଖିଲା ପରେ ଆପଣ ଜାଣି ପାରିବେ କିପରି ଏଠାରେ ଦୁଇ ପଡୋଶୀଙ୍କ ଭିତରେ ଚାଲିଛି ମାରପିଟ୍।

ଏଠାରେ ପରସ୍ପର ଭିତରେ ଯେମିତି ଚାଲିଛି ଆକ୍ରମଣ। ଦୁଇ ପଡୋଶୀ ଙ୍କ ମଧ୍ୟରେ ସାମାନ୍ଯ କଥାକୁ କେନ୍ଦ୍ରକରି ଚାଲିଛି ଏଠାରେ ଲଢେ଼ଇ। ଯାହା ଜଣା ପଡ଼ିଛି ସାମାନ୍ଯ କଥାକୁ ନେଇ ଦୁଇ ପଡୋଶୀ ମାରପିଟ ଲାଗି ଯାଇଥିଲେ ଆଉ ସେହି ସମୟରେ ସେଠାରେ ପିଲାମାନେ ମଧ୍ଯ ଉପସ୍ଥିତ ଥିଲେ। ତେବେ ଏହାକୁ ସେମାନେ ନଦେଖି ମଧ୍ଯ ପରସ୍ପର ଉପରେ ଆକ୍ରମଣ କରିବାକୁ ଲାଗିଥିଲେ।ତେବେ ସାମାନ୍ଯ କଥାରୁ ଏପରି ଆକ୍ରମଣ କରିବା ସମୟରେ ସେମାନେ ଯେମିତି ସବୁ ପାରିପାର୍ଶ୍ବିକ ସ୍ଥିତି କୁ ଭୁଲି ଯାଇଥିଲେ। କେହି କାହାକୁ ଛାଡ଼ିବା ସ୍ଥିତି ରେ ନଥଲେ। ଆଉ ମାରପିଟ୍ ସମୟରେ ଜଣଙ୍କ ଗାମୁଛା ମଧ୍ଯ ଖୋଲି ଯାଇଥିଲା କିନ୍ତୁ ତଥାପି ଅନ୍ଯ ଜଣେ ତାଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ।

ଦୁଇଜଣଙ୍କ ଏପରି ଘମାଘୋଟ ଲଢେଇ କୁ ସେଠାରେ ଅନ୍ୟମାନେ ଦେଖୁଥିଲେ। ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। କରନା ସମୟରେ ଲୋକେ ବଞ୍ଚିବା ପାଇଁ ତ୍ରାହି ତ୍ରାହି ଡାକୁଥିଲା ବେଳେ ଏମାନଙ୍କ ଏପରି ଫାଇଟିଂ ଦେଖି ସତରେ ଲାଜ ଲାଗୁଛି। ଏହାଛଡ଼ା ସାମାନ୍ଯ କଥାକୁ ନେଇ ଏମିତି ହିତାହିତ ଜ୍ଞାନ ଭୁଲି, ଉତ୍ତ୍ୟକ୍ତ ହେବା କେତେ ଦୂର ଠିକ୍ ତାହା ଆପଣ ବିଚାର କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.