ବନ୍ଧୁଗଣ ବିଷଧର ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ଆପଣ ଦେଖିବାକୁ ପାଇଥିବେ।କିନ୍ତୁ ଆଜି ଏକ ଏମିତି ଘଟଣାର ଦୃଶ୍ୟ ସାପକୁ ଆମେ ଆପଣଙ୍କୁ ଦେଖାଇବୁ ଯାହାକୁ ହୁଏତ ଆପଣ ଆଗରୁ କେବେ ଦେଖି ନଥିବେ। କାରଣ ଏହା ଏକ ବିଷଧର ନାଗ ସାପର ଦୃଶ୍ୟ ଅଟେ।ଏହି ସାପଟିକୁ ଦେଖିଲେ ଆପଣ ଡରରେ ଥରି ଉଠିବେ। କାରଣ ଏହି ସାପଟି ସେହିଭଳି।ଏହି ସାପଟି ଦେଖିବାକୁ ଯେମିତି ଭୟଙ୍କର ସେମିତି ବିଶାଳକାୟ ମଧ୍ୟ। ଆପଣ ଜାଣିଛନ୍ତି ସାପ ପ୍ରାୟତଃ ସବୁ ସ୍ଥାନରେ ଦେଖା ଯାଇଥାନ୍ତି କିନ୍ତୁ ଘଞ୍ଚ ଜଙ୍ଗଲ ମଧ୍ୟରେ ହାଲୁକା ପରିବେଶରେ ଏମାନେ ରହିବାକୁ ଭଲ ପାଆନ୍ତି। ବେଳେବେଳେ ଜନବସତି କୁ ଏମାନେ ପଶି ଆସିଥାନ୍ତି।
ତେବେ ଅନେକ ସାପ ଏମିତି ରହିଛନ୍ତି ଯେ ସେମାନେ ବହୁତ ବିଷଧର ହୋଇ ଥାଆନ୍ତି ଏବଂ ଆଉ କିଛି ସାପ ଏମିତି ରହିଛନ୍ତି ଯେଉଁମାନେ ଏତେ ମାତ୍ରାରେ ବିଷଧର ନୁହଁନ୍ତି।ତେବେ ଭାରତରେ ଏମିତି ଦେଖିବାକୁ ଗଲେ ଶହେ ରୁ ଅଧିକ ପ୍ରଜାତି ର ସାପ ରହିଛନ୍ତି। ଯଦି ଆମ ଓଡ଼ିଶା କଥା କହିବା ତେବେ ଏଠାରେ ଅନେକ ପ୍ରଜାତି ର ସାପ ଦେଖିବା ପାଇଁ ମିଳିଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଷଧର ଅଟନ୍ତି ଏବଂ ସେମାନେ ଦଂଶନ କରିବା ମାତ୍ରେ ହିଁ ଲୋକଙ୍କ ଜୀବନ ଯିବାର ସମ୍ଭାବନା ରହିଥାଏ। ତେବେ ଆମ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଅନେକ ସମୟରେ ଅନେକ ବିଷଧର ସାପ ଦେଖିବାକୁ ମିଳିଥାଏ।
ଯାହାର ଅନେକ ଭିଡ଼ିଓ ମଧ୍ଯ ଆପଣ ମାନେ ଦେଖିଥିବେ।ଏହି ସାପ ଗୁଡ଼ିକୁ ଯେଉଁଭଳି ଭାବରେ ଭୟଙ୍କର ରୂପ ଦେଖାଇ ଥାଆନ୍ତି ତାକୁ ଦେଖିଲେ ଛାତି ଥରି ଉଠିଥାଏ।ତେବେ ସାପ ଯେମିତି ହୋଇ ଥାଉ ନା କାହିଁକି ଏହାକୁ ଦେଖିଲେ ମନ ଭିତରେ ଏକ ଭୟ ସୃଷ୍ଟି ହୋଇଥାଏ।ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ।ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ।ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ।
ତେବେ ଆମେ କହୁଥିବା ଏହି ଘଟଣାରେ ଏକ ବଡ଼ ନାଗ ସାପ କିପରି ଭାବରେ ଏକ ଗାଈର ଗୁହାଳ ଭିତରୁ ଅନେକ ଗୁଡ଼ିଏ ଅଣ୍ଡା ସହିତ ଉଦ୍ଧାର ହେଉଛି ତାହା ଥରେ ଦେଖନ୍ତୁ। ସାପଟି କିପରି ଭାବରେ ତାର ଭୟଙ୍କର ରୂପ ଦେଖାଉଛି ତାକୁ ଦେଖନ୍ତୁ। ଗୁହାଳ ର ମାଟି କାନ୍ଥ ଭିତରେ ଏହି ସାପଟି ରହିବା ସହିତ ଅନେକ ଗୁଡ଼ିଏ ଅଣ୍ଡା ସେଠାରେ ସେ ଦେଇଥିଲା। ସାପ ଧରାଳି ଜଣଙ୍କ ତାଙ୍କର କୌଶଳର ସହିତ ଉକ୍ତ ନାଗୁଣୀ କୁ ସେଠାରୁ ତାର ଅଣ୍ଡା ଗୁଡିକ ସହିତ ବାହାର କରିଥିଲେ।ପରେ ସେ ସାପଟିକୁ ଉଦ୍ଧାର କରି ତାକୁ ତାର ପରିବେଶରେ ଛାଡ଼ିବା ପାଇଁ ବ୍ୟାଗ୍ ରେ ପୂରାଇ ନେଇ ଯାଉଥିବାର ଆପଣ ଏଠାରେ ଦେଖି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।