ଦର୍ଶକ ବନ୍ଧୁ ଆଜି କାଲି ସମସ୍ତଙ୍କ ପାଟି କୁ ରୁଚିଲା ଭଳି ଖାଦ୍ୟ ବହୁତ କମ ଲୋକ ତିଆରି କରିଥାନ୍ତି | ଯାହା ପାଇଁ କିଛି ଲୋକ ଘରେ ଖାଇବା ପରିବର୍ତ୍ତେ ବାହାରେ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି | ତେଣୁ ଆଜି କାଲି ଲୋକଙ୍କୁ ପାଗ ହିସାବ ଯେଉଁ ସବୁ ଖାଦ୍ୟ ଖାଇବା ପାଇଁ ଭଲ ଲାଗେ ତାହାକୁ ଆମେ କେମିତି ସ୍ୱାଦିଷ୍ଟ ଓ କିପରି ଭଲ ଭାବରେ ପ୍ରସ୍ତୁତ କରିପାରିବା ସେ ସବୁ ବିଷୟରେ ଜାଣିବା | କାରଣ ଆଜିକାଲି ଲୋକଙ୍କୁ ପାଗ ଅନୁଯାୟୀ ଖାଦ୍ୟ ଖାଇବା ପାଇଁ ବହୁତ ଭଲ ପାଇଥାନ୍ତି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ 15 ଟି ଖାଇବା ଟିପ୍ସ ବିଷୟରେ ଆଲୋଚନା କରିବା ଯାହାକୁ ଅତି ସହଜରେ ଆପଣ ମଧ୍ୟ ପ୍ରସ୍ତୁତ କରିପାରିବେ ଓ ତାହାକୁ ଖାଇବା ଥାଳି ରେ ପରସି ପାରିବେ | ତାହାଲେ ଆସନ୍ତୁ ସେହି ଟିପ୍ସ ମାନଙ୍କ ବିଷୟରେ ଜାଣିବା |
(1) ଇଡ଼ଲି ପ୍ରସ୍ତୁତ :- ଏହାକୁ ପ୍ରସ୍ତୁତ କରିବା ପାଇଁ ବିରି ଚାଉଳ ସହିତ କିଛି ଭାତ ଓ ବୋତୁରା ହୋଇଥିବା ମେଥି କୁ ଗ୍ରାଇଣ୍ଡିଂ କରି ଦିୟନ୍ତୁ | ଫଳ ରେ ଇଡ଼ଲି ନରମ ହେବ |
(2) ରୁଟି ରଖୁଥିବା ପାତ୍ର ରେ ଅଦା ର ଟୁକୁରା ରଖନ୍ତୁ | ଏହା କରିବା ଦ୍ୱାରା ରୁଟି ନରମ ହେଇଥାଏ |
(3) କୌଣସି ପକୁଡା କୁ କୁରୁକୁରା କରିବା ପାଇଁ ବେସନ ସହିତ ସେଥିରେ କର୍ଣ ପାଉଡର ବା ଚାଉଳ ଗୁଣ୍ଡ ମିଶାନ୍ତୁ |
(4) ଅଟା ଡବା ରେ କିଛି ତେଜ ପତ୍ର ରଖନ୍ତୁ | ଏହା ରଖିବା ଦ୍ୱାରା ଅଟା ଖରାପ ହେଇନଥାଏ |
(5) ଅଧିକ ପିଆଜ କାଟୁଥିଲେ ପ୍ରଥମେ ଗୋଟିଏ ପିଆଜ କୁ ପାଣି ରେ ପକାଇ ରଖନ୍ତୁ | ଏପରି କରିବା ଦ୍ୱାରା ଆପଣଙ୍କ ଆଖି ରେ ପାଣି ବାହାରି ନଥାଏ |
(6) ରସୁଣ କୁ ଶୀଘ୍ର ଛଡାଇବା ପାଇଁ ଚାହୁଁଥିଲେ | ଏକ ପାତ୍ର ରେ ଅଳ୍ପ ଉଷୁମ ପାଣି ନେଇ ସେଥିରେ ରସୁଣ କୁ ପକାନ୍ତୁ | ଏପରି କରିବା ଦ୍ୱାରା ରସୁଣ ର ଚପା ଶୀଘ୍ର ବାହାରି ଯିବ |
(7) ଅଣ୍ଡା ସିଝାଇଲା ବେଳେ ପାଣି ରେ ଅଳ୍ପ ପରିମାଣ ରେ ଭିନେଗାର ମିଶାଇ ଅଣ୍ଡା କୁ ସିଝାଇବା ଦ୍ୱାରା ଫାଟି ଯାଇଥିବା ଅଣ୍ଡା ର ତରଳ ଅଂଶ ବାହାରକୁ ଆସିବ ନାହିଁ |
(8) ଭାତ ରାନ୍ଧିବା ସମୟରେ ସେଥିରେ ଅଳ୍ପ ସୋରିଷ ତେଲ ଓ ଲେମ୍ବୁ ରସ ମିଶାଇବା ଦ୍ୱାରା ଭାତ ଧଳା ହେବା ସାଙ୍ଗକୁ ଗୋଟି ଗୋଟି ହେଇ ରହିବ |
(9) ଲଙ୍କା ଗୁଣ୍ଡ କୁ ଅଧିକ ଦିନ ରଖିବା ପାଇଁ ସେଥିରେ ହେଙ୍ଗୁ ଗୁଣ୍ଡ ବା ଲୁଣ ମିଶାନ୍ତୁ ଏହା କରିବା ଦ୍ୱାରା ଲଙ୍କା ଗୁଣ୍ଡ ବେଶୀ ଦିନ ରହିବ |
(10) କ୍ଷୀର ନ ଉତୁରିବା ପାଇଁ ସେଥିରେ ଏକ ଲମ୍ବା ଚାମଚ ରଖନ୍ତୁ ଦେଖିବେ ଆପଣଙ୍କ କ୍ଷୀର ଉତୁରିବା ନାହିଁ |
(11) ମାଛ କୁ ଭାଜିବା ପୂର୍ବରୁ ସେଥିରେ ଭିନେଗାର ମିଶାଇ ଭାଜିବା ଦ୍ୱାରା ମାଛ ଭାଙ୍ଗେ ନାହିଁ |
(12) ମାଂସ କୁ ଧୋଇ ସେଥିରେ ହଳଦୀ, ଲୁଣ, ତେଲ ମିଶାଇ ରଖିଲେ ମାଂସ ନରମ ହେବା ସହିତ ମାଂସ ଥିବା ଆମିଷ ଗ୍ୟାସ ଦୂର ହେଇଥାଏ |
(13) ନଡ଼ିଆ ଭାଙ୍ଗିବା ପୂର୍ବରୁ ନଡ଼ିଆ କୁ ଅଧା ଘଣ୍ଟା ପାଣି ରେ ବୁଡାଇ ରଖି ଭାଙ୍ଗିବା ଦ୍ୱାରା ନଡ଼ିଆ ଶୀଘ୍ର ଭାଙ୍ଗି ଯାଏ |
(14) ଅଟା ଗୁଳାଇବା ସମୟରେ ସେଥିରେ ଅଳ୍ପ ତେଲ ବା କ୍ଷୀର ମିଶାଇ ଗୋଳାଇବା ଦ୍ୱାରା ରୁଟି ନରମ ହେଇଥାଏ |
(15) ଚିନ୍ହି ରଖିଥିବା ପାତ୍ର ରେ ଗୋଟିଏ କିମ୍ବା ୨ଟି ଓଲେଇଛ ରଖିବା ଦ୍ୱାରା ସେଥିରେ ପିମ୍ପୁଡି ଲାଗିନଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।