Swastik Tv News Odisha

ଗୋଟିଏ ଶରୀରରେ ଦୁଇଟି ଜୀଵନ ହୋଇ ଅସମ୍ଭବ କୁ ସମ୍ଭବ କରି ଆଗକୁ ବଢୁଛନ୍ତି “ଫେମସ ଥିବା ସୋହଣା ଓ ମୋହଣା” ତାଙ୍କର ସଂଘର୍ଷ ଏବଂ ସଫଳତା ଜାଣିଲେ ଆପଣ ବି କରିବେ ପ୍ରଶଂସା

0

କୁହାଯାଏ କି ଏହି ଦୁନିଆଁ ରେ ଏପରି କୌଣସି କାର୍ଯ୍ୟ ନାହିଁ ଯାହା ଆମ ପାଇଁ ଅସମ୍ଭବ। ଆଜ୍ଞା ହଁ ବନ୍ଧୁଗଣ କୌଣସି କାର୍ଯ୍ୟ କେବେବି ଅସମ୍ଭବ ହୋଇନଥାଏ। ଆମର ଇଚ୍ଛା ଶକ୍ତି ଏବଂ ଆମର କର୍ତ୍ତବ୍ୟ ଆମକୁ ଜୀଵନ ରେ ସଫଳତା ପାଇବା ପାଇଁ କେବେ ବି ଅଟକାଇ ପାରେ ନାହିଁ ।ନିଜ୍ ଉପରେ ପୂର୍ଣ୍ଣ ବିଶ୍ୱାସ ସହ ଠିକ ଭାବରେ ମନୋ ଲଗାଇ କାର୍ଯ୍ୟ କଲେ ସବୁ ଅସମ୍ଭବ ବି ସମ୍ଭବ ରେ ପରିବର୍ତ୍ତନ ହୋଇଥାଏ ।

ତେବେ ଏହି ଭଳି ଏକ ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରି ଦେଖାଇଛନ୍ତି ମୋହଣା ଓ ସୋହଣା ଦୁଇ ଭାଇ ।ତେବେ ଏହି ଦୁହିଁଙ୍କ ବିଷୟରେ ଜାଣିଲେ ଆପଣ ବିଶ୍ଵାସ କରିପାରିବେ ନାହିଁ।ତେବେ ଆପଣ ମାନେ ଏପରି ଅନେକ ପିଲା ଦେଖୁଥିବେ ଯେଉଁମାନେ ଜନ୍ମ ହେବା ସମୟ ରେ ମା ଙ୍କର ପେଟ ମଧ୍ୟରୁ ହିଁ ଭିନ୍ନ ଭାବରେ ସୃଷ୍ଟି ହୋଇଥାନ୍ତି।କେତେବେଳେ ଦୁଇ ଟି ପିଲାର ମୁଣ୍ଡ ଗୋଟିଏ ହୋଇ ଜନ୍ମ ହୋଇଥାନ୍ତି ତ୍ ପୁଣି କେଉଁଠି ଗୋଟିଏ ଶରୀର ରେ ଦୁଇଟି ମଣିଷ ରହିଥାନ୍ତି।

ତେବେ ଏହିଭଳି ଆବନରମାଲ ରେ ଜନ୍ମ ହୋଇଥିବା ପିଲା ବହୁତ କମ ବଂଚିଥାନ୍ତି ଏବଂ ନିଜ ଜୀଵନ ରେ ସଫଳତା ପ୍ରାପ୍ତ କରିଥାନ୍ତି ।କିନ୍ତୁ ଆମେ ଆପଣଙ୍କୁ ଯେଉଁ ଦୁଇ ଭାଇଙ୍କ ବିଷୟରେ ଜଣେଇବାକୁ ଯାଉଛୁ ସେମାନେ ମଧ୍ୟ ମା ପେଟ ରୁ ଗୋଟିଏ ଶରୀରରେ ଦୁଇଟି ମୁଣ୍ଡ ନେଇ ଜନ୍ମ ହୋଇଥିଲେ ଦୁଇ ଭାଇଙ୍କ। ଦୁହେଁ କେବଳ ୧୮ ବର୍ଷ ହେବ ବଂଚି ରହିନାହାଁନ୍ତି ବରଂ ଦୁହେଁ ସଫଳତା ର ପାହାଚ ମଧ୍ୟ ଚଢ଼ିବା ଆରମ୍ଭ କଲେଣି।ତେବେ ଏହି ଦୁଇ ଭାଇଙ୍କ କାହାଣୀ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ତେବେ ମୋହଣା ଏବଂ ସୋହଣା ନାମକ ଦୁଇ ଭାଇ ପଞ୍ଜାବ ର ଅମୃତସର ଠାରେ ଜନ୍ମ ନେଇଥିଲେ ଏକ ଭିନ୍ନ ଢଙ୍ଗରେ। ଦୁହେଁ ମା ପେଟରୁ ହିଁ ଗୋଟିଏ ଶରୀରରେ ଦୁଇଟି ମୁଣ୍ଡ ନେଇ ଜନ୍ମ ନେଇଥିଲେ। ତେବେ କେବେ ବି ଏନେଇ ଦୁହେଁ ମନୋ କଷ୍ଟ କରିନଥିଲେ। ବରଂ ପରସ୍ପର କୁ ଖୁସିରେ ଗ୍ରହଣ କରୁଥିଲେ। ତେବେ ଏଥି ମଧ୍ୟରେ ଦୁହିଁଙ୍କୁ ୧୮ ବର୍ଷ ହୋଇଗଲାଣି ଏବଂ ଦୁହେଁ ଇଲେକ୍ଟ୍ରିକାଲ ରେ ଡ଼ିପ୍ଲମା କରି ସାରିଛନ୍ତି ଏବଂ ଦୁହେଁ ସରକାରୀ ପାୱାର ଅଫିସ ରେ କାର୍ଯ୍ୟ କରିବା ପାଇଁ ଭିନ୍ନ ଭିନ୍ନ ପୋଷ୍ଟ ରେ ଆବେଦନ ମଧ୍ୟ କରିଛନ୍ତି।

ତେବେ ବର୍ତ୍ତମାନ ପାୱାର ଅଫିସର ଦ୍ୱନ୍ଦ ରେ ଅଛନ୍ତି କି ସେମାନେ ଙ୍କ ମଧ୍ୟରୁ କାହାକୁ ବି ଚାକିରୀ ଦେଲେ ଦୁହେଁ ହିଁ ଆସିବେ। ତେଣୁ ସେମାନେ କଣ କରିବେ ଭାବି ପାରିନାହାନ୍ତି। ଏପଟେ ଦୁଇ ଭାଇ ସରକାରୀ ଚାକିରୀ କରିବା ପାଇଁ ନିଜର ଚେଷ୍ଟା ପ୍ରଚେଷ୍ଟା ଚଳେଇଛନ୍ତି। ତେବେ ଉଭୟ ଙ୍କୁ ଲୋକମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଥାନ୍ତି କିନ୍ତୁ କିଛି ନମାନି ସେମାନେ ନିଜ ନିଜ ଜୀବନ ପଥରେ ଆଗେଇ ଚାଲିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.