ଗୋଡ଼ ହାତ ଝିମ ଝିମ ( Tingling Crawling ) ଘରୋଇ ଉପଚାର | Home Remedies

ହଁ ଦର୍ଶକ ବନ୍ଧୁ ଆମେ ମାନେ ସମସ୍ତେ ଜାଣିଛୁ କି ସ୍ୱାସ୍ଥ୍ୟ ହି ସମ୍ପଦ ହୋଇଥାଏ | ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ସ୍ୱାସ୍ଥ୍ୟ ର ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ | ତାହା ବ୍ୟତୀତ ଆମର ଶରୀରରେ ତୋ ବହୁତ ପ୍ରକାରର ରୋଗ ଦେଖା ଦେଇଥାଏ ଆଉ ଯାହାର ପ୍ରତିକାର ପାଇଁ ଆମେ ବିଶେଷ ଭାବରେ ଧ୍ୟାନ ଦେବା ଦରକାର | ତେବେ ମୁଁ ସେମିତି ଗୋଟିଏ ରୋଗ ବିଷୟରେ ବର୍ତ୍ତମାନ ଆଲୋଚନା କରିବାକୁ ଯାଉଛି ଯାହା ବିଷୟରେ ଆପଣ ଜାଣି ରଖିବା ଆବଶ୍ୟକ ହୋଇଥାଏ , ସେଭଳି ଗୋଟିଏ ରୋଗ ହେଉଛି ଗୋଡ଼ ହାତ ଝିମ ଝିମ କରିବା |ତେବେ କେତୋଟି ଘରେଇ ଉପଚାର କୁ ବ୍ୟବହାର କରି ଆମେ ମାନେ ଏହି ଭଳି ଗୋଟିଏ ସାଧାରଣ ରୋଗରୁ ମୁକ୍ତି ପାଇପାରିବା ଆସନ୍ତୁ ଆଲୋଚନା କରିବା |

ତେବେ ଆମେ ଜାଣିଛୁ କି ଆମର ଗୋଡ଼ ହାତ ଝିମ ଝିମ ହେବା ଭଳି ସମସ୍ୟା ଆମର ଖାଦ୍ୟ ଆଉ ଦିନ ଚର୍ଯ୍ୟା ଯୋଗୁଁ ହୋଇଥାଏ | ତେବେ ଗୋଡ଼ ହାତ ଝିମ ଝିମ ହେବାର କାରଣ ହେଉଛି ଆମ ଶରୀର ରେ ଭିଟାମିତ, B 12 ଆଉ D3 ର ଅଭାବ ଯୋଗୁଁ ହୋଇଥାଏ | ତେବେ ଏହିଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ, ଆମକୁ କେତୋଟି ଉପାୟ ଉପରେ ଧ୍ୟାନ ଦେବାକୁ ପଡିବ | ତେବେ ମୁଁ ଆପଣ ଙ୍କୁ ଆଜି 3 ଟି ଉପାୟ ବିଷୟରେ ବତାଇବି ଯାହାକୁ ବ୍ୟବହାର କରିକି ଆମେ ଗୋଡ଼, ହାତ ଝିମ ଝିମ ଭଳି ସମସ୍ୟାରୁ ମୁକ୍ତି ପାଇପାରିବା |

ଟିପ୍ସ -1

ତେବେ ଏହି ରୋଗରୁ ମୁକ୍ତି ପାଇବାର ପ୍ରଥମ ଉପାୟଟି ହେଉଛି ଚୂନ ର ବ୍ୟବହାର | ତେଣୁ ଏହିଭଳି ରୋଗ ପାଇଁ ଆମେ ପ୍ରତେକ ଦିନ ସକାଳେ ଗୋଟିଏ ଗ୍ରାମ ଆମେ ଖାଉଥିବା ଖାଇବା ଚୂନ କୁ ବ୍ୟବହାର କରିପାରିବା | ତେବେ ଏହି ଚୂନ କୁ ଆମେ ଥଣ୍ଡା ବା ଉଷୁମ ପାଣିରେ ମିଶାଇ ବା ଫଳରସ ରେ ମିଶେଇକି ଖାଇ ପାରିବ |

ଟିପ୍ସ -2

ଦ୍ୱିତୀୟ ରେ ଆମେ କିଛି ମେଥି କୁ ନେବା ଆଉ ତାହାକୁ ରାତିରେ ପାଣିରେ ପକାଇ ଦେବା | ଆଉ ତାହା ପର ଦିନ ସକାଳୁ ଉଠି ଖାଲି ପେଟରେ ମେଥି କୁ ଚୋବାଇ ଖାଇବା ଓ ପାଣିକୁ ଚାହା ପରି ବ୍ୟବହାର କରିବା |

ଟିପ୍ସ -3

ଏଥିପାଇଁ ଆମକୁ ନେବାକୁ ପଡିବ ଅମୃତଭଣ୍ଡା ର ପତ୍ର, ତେବେ ଅମୃତ ଭଣ୍ଡାର ପତ୍ର କୁ ନେବା ଆଉ ତାହାକୁ ଭଲ ଭାବରେ ଛେଁଞ୍ଚି କି ରସ କାଢ଼ିବା ଆଉ ତାହାକୁ ଚଟଣି ପ୍ରସ୍ତୁତ କରିବା ଆଉ ତାହାକୁ 200 ଗ୍ରାମ ପାଣିରେ ମିଶାଇ ଦେବା ଓ ତାକୁ ଫୁଟାଇବା | ତେବେ ଦେଖିବା କି 200 ଗ୍ରାମ ପାଣି ଫୁଟିକି ଯେମିତି 100 ଗ୍ରାମ ହେଇଯିବ | ତାହା ପରେ ଏହାକୁ ଆମେ ଖାଲି ପେଟରେ ସକାଳେ ନହେଲେ ସନ୍ଧ୍ୟାରେ ଖାଇବା ର 5 ଘଣ୍ଟା ଆଗରୁ ଖାଇବା |

ଏହି ସବୁ ଘରେଇ ଉପଚାର କୁ ବ୍ୟବହାର କରିକି ଆମେ ଏହି ଗୋଡ଼ ହାତ ଝିମ ଝିମ ଭଳି ରୋଗରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment