ଖାଦ୍ୟପେୟର ଶୈଳୀ ଶରୀର ଉପରେ କୁପ୍ରଭାବ ପକାଇଥାଏ , ଆଜିକାଲି ଗ୍ୟାସଷ୍ଟ୍ରିକ୍ ସମସ୍ୟା ସାଧାରଣ ହୋଇଗଲାଣି । ବର୍ତ୍ତମାନ ର ଯେଉଁ ଖାଦ୍ୟପେୟର ଶୈଳୀ ଓ ଖାଦ୍ୟପେୟର ଅନିୟମିତତା ଯୋଗୁଁ ଗ୍ୟାସ ଭଳି ସମସ୍ୟା ଦେଖାଯାଉଛି । ନିୟମିତ ଉପବାସ କରୁଥିବା ଲୋକ ହୁଅନ୍ତୁ କିମ୍ୱା ଅଧିକ ଫାଷ୍ଟ ଫୁଡ୍ ଖାଉଥିବା ବ୍ୟକ୍ତି ହୁଅନ୍ତୁ ସେମାନଙ୍କ ଠାରେ ଗ୍ୟାସଷ୍ଟ୍ରିକ୍ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ତୁରନ୍ତ ଡକ୍ଟରଙ୍କ ପରାମର୍ଶ କରିବା ଉଚିତ୍ ।
ସାଧାରଣତଃ ଗ୍ୟାସଷ୍ଟ୍ରିକ ରୋଗ ହେଲେ ପେଟ ଜଳାପୋଡା , ଭୋକ ନଲାଗିବା , ନାଳ ପଡିବା , ମୁଣ୍ଡ ବୁଲାଇବା ଲକ୍ଷଣ ଦେଖାଯାଏ । ଆଜିକାଲି ଅନେକ ଝିଅ ମାନେ ସ୍ଲିମ ରହିବା ପାଇଁ ଫାଷ୍ଟିଙ୍ଗ କରୁଛନ୍ତି , ଫଳରେ ଠିକ୍ ସମୟରେ ନଖାଇବା ଦ୍ୱାରା ପେଟରେ ଇନଫ୍ଲାମେସନ ହୋଇଥାଏ । ସେଥିପାଇଁ ଅଧିକ ସମୟ ଉପବାସ କରନ୍ତୁ ନାହିଁ ଏବଂ ଏକା ସାଙ୍ଗରେ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ । ଅଧିକ ଖାଦ୍ୟ ଖାଇବା ଦ୍ୱାରା ଠିକ୍ ସେ ହଜମ ହୋଇନଥାଏ ଫଳରେ ଗ୍ୟାସ ସମସ୍ୟା ଦେଖାଯାଏ । ତା ସହିତ ଆପଣ ଫାଷ୍ଟିଙ୍ଗ କରନ୍ତୁ ନାହିଁ କିମ୍ୱା ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ ।
ପେଟରେ ହାଇଡ୍ରୋକ୍ଲୋରିକ ଏସିଡ ଥିବାରୁ ପ୍ରତି ଘଣ୍ଟାରେ ପାଣି ପିଇବା ଉଚିତ୍ , ରାତିରେ ଠିକ୍ ସମୟରେ ଶୋଇବା ଦ୍ୱାରା ଭଲ ଭାବରେ ଖାଦ୍ୟ ହଜମ ହୋଇଥାଏ । ସକାଳେ ହେବା ମାତ୍ରେ ଅନେକ ଜଣ ବାହାରେ ଜଳଖିଆ ଖାଇଥାନ୍ତି । ସକାଳ ଖାଦ୍ୟରେ ତେଲ ମସଲା ଯୁକ୍ତ ଖାଦ୍ୟ ନଖାଇବାକୁ ଚେଷ୍ଟା କରନ୍ତୁ , ବ୍ରେକଫାଷ୍ଟରେ ଛତୁଆ , ଚୁଡା , ଦହି , କଦଳୀ , ସାଗୁ , ଓଡସ୍ , ରୁଟି , ଡାଲମା , ଗଜା ମୁଗ ବୁଟ , ଷ୍ଟିମ , ଇଟିଲୀ ଖାଆନ୍ତୁ । ଏସବୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଭଲ ହେବା ସହିତ ଗ୍ୟାସଷ୍ଟ୍ରିକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ସକାଳ ଖାଇବାର 4 ଘଣ୍ଟା ପରେ ଆପଣ ଚାହିଁଲେ ଲେମ୍ୱୁ ପାଣି , ପଇଡ ପାଣି ବା କିଛି ଫ୍ରୁଟସ୍ ଖାଇପାରିବେ ।
ଏହାଦ୍ୱାରା ଶରୀରରେ ହାଇଡ୍ରୋକ୍ଲୋରିକ ଏସିଡ୍ ସମାନ ଭାବରେ ରହିଥାଏ , ଏହାର 3 ଘଣ୍ଟା ପରେ ଲଞ୍ଚରେ ଭାତ , ଡାଲି , ଫ୍ରେସ ତରକାରୀ , ମାଛ , ମାଂସ , ଅଣ୍ଡା ଖାଇ ପାରିବେ । ସନ୍ଧ୍ୟା ସମୟରେ ଯଦି ଆପଣଙ୍କୁ ଭୋକ ଲାଗୁଛି ତେବେ ଅଳ୍ପ ସ୍ନାକସ୍ ଖାଇପାରିବେ । ରାତିରେ ଅଫିସରୁ ଫେରିବା ପରେ ଶରୀରର ବହୁତ କ୍ଲାନ୍ତ ହୋଇଥିବାରୁ ଏହି ସମୟରେ ଅଳ୍ପ ଖାଦ୍ୟ ଖାଇ ଶୀଘ୍ର ଶୋଇବା ପାଇଁ ଚେଷ୍ଟା କରନ୍ତୁ । ସକାଳୁ ଉଠିବା ମାତ୍ରେ ପ୍ରଥମେ ପାଣି ପିଇବାକୁ ଚେଷ୍ଟାକରନ୍ତୁ , ଖାଲିପେଟରେ କେବେହେଲେ କ୍ଷୀର ପିଅନ୍ତୁ ନାହିଁ । ଖଟା ହୋଇଥିବା ଦହି ବିଲକୁଲ ଖାଆନ୍ତୁ ନାହିଁ ।
ଗ୍ୟାସ ସମସ୍ୟା ଥିବା ରୋଗୀ ରାତି ଖାଦ୍ୟରେ ମୂଳା , ଫୁଲକୋବି , କଲରା ଓ ଶାଗ ବିଲକୁଲ ଖାଆନ୍ତୁ ନାହିଁ । ଏହା ସହିତ ମଟର ତରକାରୀ ତଡକା ଖାଆନ୍ତୁ , ତା ସହିତ ସକାଳୁ ଉଠି ପାଣି ପିଅନ୍ତୁ ଫ୍ରେସ ଦହି ଖାଆନ୍ତୁ ଏହା ସହିତ ଯୋଗ କରିବା ପାଇଁ ଚେଷ୍ଟା କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।