Swastik Tv News Odisha

ଗ୍ୟାସ୍‌ ରୋଗୀ ( Gastritis Patients ) – କ’ଣ ଖାଇବେ, କ’ଣ ନାହିଁ ? | Dr. Sowjanya Agarawal

0

ହଁ ଦର୍ଶକ ବନ୍ଧୁ ଆମେ ମାନେ ଜାଣିଛୁ କି ଆଜିର ଯୁବ ପିଢ଼ି ମାନଙ୍କ ପାଖରେ ଗ୍ୟାସଷ୍ଟିକ ଭଳି ସମସ୍ୟା ବିଶେଷ ଭାବରେ ଦେଖା ଦେଇଥାଏ | ଆଉ ଏହି ଗ୍ୟାସଷ୍ଟିକ ଭଳି ସମସ୍ୟା ଯୋଗୁଁ ଅନେକ ଲୋକ ବହୁତ କଷ୍ଟ ମଧ୍ୟ ପଶି ଥାନ୍ତି ଓ ଡକ୍ଟର ଙ୍କ ପାଖକୁ ମଧ୍ୟ ଯାଇଥାନ୍ତି | କିନ୍ତୁ ଏହି ଭଳି ଗ୍ୟାସଷ୍ଟିକ ଜନତା ସମସ୍ୟା ଆମର ନିଜର ଭୁଲ କାରଣରୁ ହୋଇଥାଏ | ତେବେ ଏହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇ ହେଲେ ଆମକୁ ବିଭିନ୍ନ କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ପଡିଥାଏ | ଆଉ ବିଶେଷ କରିକି ଆମର ଖାଦ୍ୟ ପ୍ରତି ଧ୍ୟାନ ଦେବା ସହିତ କେଉଁ ସମୟରେ କଣ ଖାଦ୍ୟ ଖାଇବା ସେଥିପାଇଁ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ | ତାହେଲେ ଆସନ୍ତୁ ଏହି ଗ୍ୟାସଷ୍ଟିକ ରୁ ରକ୍ଷା ପାଇବା ପାଇ କେଉଁ କେଉଁ ସବୁ ଉପାୟକୁ ଅବଲମ୍ବନ କରିବା ଆସନ୍ତୁ ଜାଣିବା |

ସାଧାରଣତଃ ଗ୍ୟାସଷ୍ଟିକ ହେବାର ମୁଖ୍ୟ କାରଣ ହୋଇଥାଏ ଆମ ର ଖାଇବା ର ଅସୁବିଧା | ଅର୍ଥାତ ଆମ ପୁଅ ଝିଅ ମାନେ ଏବେ ଅଧିକ ସମୟ ଡାଏଟିଂ କରିଥାନ୍ତି | ଆଉ ଏହି ଡାଏଟିଂଗ ଯୋଗୁଁ ଆମେ ସକାଳେ ଠିକ ସମୟରେ ଖାଦ୍ୟ ଖାଇ ନ ଥାଉ ଓ ବହୁତ ଡେରିରେ ଖାଇବା ଖାଇଥାଉ |ଆଉ ଖାଦ୍ୟ ନ ଖାଇଲେ ଆମ ଶରୀରରେ ରେ ପାକସ୍ଥଳୀରେ ଏସିଡ ର ମାତ୍ରା ବଢି ଯାଇଥାଏ | ଯାହା ଆମର ଗ୍ୟାଷ୍ଟିକ ବଢ଼ାଇବାରେ ସାହାଯ୍ୟ କରିଥାଏ |ତାହା ଛଡା ଆମେ ମଧ୍ୟ ଠିକ ସମୟରେ ପାଣି ପିଇ ନ ଥାଉ ଆଉ ଯାହା ଫଳରେ ଆମ ପାକସ୍ଥଳୀରେ ଏସିଡ ର ମାତ୍ରା ବଢିଯାଏ |

ଆମକୁ ପାଟିରେ ଅଲକୋହଲ 80 % ଓ ଆମ ପାକସ୍ଥଳୀରେ ଏସିଡ ର ପରିମାଣ 20 % ଥାଏ | ସେଥି ପାଇ ଆମକୁ ପ୍ରତି ଘଂଟାଏ ଅନ୍ତରରେ ପାଣି ପିଇବାକୁ କୁହାଯାଇଥାଏ | ଯାହା ଫଳରେ ଆମର ପାଟିରେ ଥିବା ଅଲକାଲାଇନ ଆମ ପେଟକୁ ଯାଇଥାଏ ସେଥିପାଇଁ ଆମେ ସକାଳେ ମୁହଁ ଧୋଇବା ଆଗରୁ ପାଣି ପିଇବା ପାଇ କୁହାଯାଏ | ତାହା ବ୍ୟତୀତ ଆମେ ସାଧାରଣତଃ ଖାଇବା ପାଇ ଆମର ଏସିଡିଟି ଓ ଗ୍ୟାସଷ୍ଟିକ ଭଳି ସମସ୍ୟା ଦେଖା ଦେଇଥାଏ | ଆମେ ଏକା ବେଳେ ଅଧିକ ଖାଦ୍ୟ ଖାଇବେ ମଧ୍ୟ ତହକୁ ଆମର ପାକସ୍ଥଳୀ ହଜମ କରିପାରେ ନାହିଁ ଓ ଗ୍ୟାସଷ୍ଟିକ ହୁଏ |

ଗ୍ୟାସଷ୍ଟିକକୁ କମାଇବା ପାଇ କଣ ଖାଇବା ଉଚିତ :-

ଆମକୁ ପ୍ରତିଦିନ ସକାଳେ ହାଲକା ଖାଦ୍ୟ ଅର୍ଥାତ ଗଜା ମୁଗ ବୁଟ ଓ ପରେ ଛତୁଆ, ଇଟିଲି ଖାଇବା ଓ ମଧ୍ୟାହ୍ନ ରେ ଖାଇବା ଯାହା ଦରକାର ଖାଇବା ଓ ସକାଳ ଓ ମଧ୍ୟାହ୍ନ ମଝିରେ କିଛି ଜୁସ ଵା ଫଳ ଵା ପୋଇଡ ପାଣି ପିଇବା |ତାହା ପରେ ସବୁ ସନ୍ଧ୍ୟାରେ କିଛି ସ୍ନାକ୍ସ ଖାଇବା ଓ ରାତିରେ ଖାଇବା 9-10 ଭିତରେ ଓ ବହୁତ ହାଲକା ଖାଦ୍ୟ ଖାଇବା | ଆଉ ପାଣି ପିଇବା ପ୍ରଚୁର ପରିମାଣରେ ଆବଶ୍ୟକ ହୋଇଥାଏ |

ଗ୍ୟାସଷ୍ଟିକକୁ କମାଇବା ପାଇ କଣ ଖାଇବା ଉଚିତ ନୁହଁ :-

ଅଠାଳିଆ ଜିନିଷ କମ ଖାଇବା ଉଚିତ,ତାହା ବ୍ୟତୀତ ଖାଲି ପେଟରେ କ୍ଷୀର ପିଇବା ନାହିଁ,ଖଟା ଦହି ଖାଇବେ ନାହିଁ ରାତିରେ ,ମୂଳ ଖାଇବେ ନାହିଁ ଓ ଶାଗ ମଧ୍ୟ ରାତିରେ ଅଧିକାର ଖାଇବେ ନାହିଁ, କଲରା ଓ କୋବି ଭଳି ଗ୍ରୀନ ଜିନିଷ ଖାଇବେ ନାହିଁ ରାତିରେ , ମୁଗ, ବୁଟ ଓ ତୋଡକା ମଧ୍ୟ ଖାଇବେ ନାହିଁ ରାତିରେ |

ଏହି ଭଳି ଉପାୟରେ ଖାଦ୍ୟ ଖାଇବା ଫଳରେ ଆମେ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇ ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.