Swastik Tv News Odisha

ଘରୁ ମୂଷାକୁ ବାହାର କରିବାର ଜାଣନ୍ତୁ ସହଜ ସରଳ ଘରୋଇ ଉପାୟ… ଗ୍ୟାରେଣ୍ଟି କେବେ ବି ଘରକୁ ଆସିବନି….

0

ମଶା ଏବଂ ମୂଷା ଦୁଇଟି ଯାକ ଆମ ମାନଙ୍କ ପାଇଁ ହାନୀକାରକ ଅଟନ୍ତି , ମୂଷା ଯଦି ଆପଣ ମାନଙ୍କ ଘରେ ରୁହେ ତେବେ ଘରର କୌଣସି ଜିନିଷ ଠିକ୍ ରେ ରହିବ ନାହିଁ । ସେ ତାହାକୁ ନଷ୍ଟ କରିଦେବ , କପଡା ଠୁ ଆରମ୍ଭ କରି ଇଲେଟ୍ରିତାର ପର୍ଯ୍ୟନ୍ତ ସେ କାଟି ସବୁ ନଷ୍ଟ କରିଦେବ । ସେଥିପାଇଁ ଅନେକ ଲୋକ ବିରକ୍ତ ଭାବ ପ୍ରକାଶ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏକ ଚଚମତ୍କାରୀ ଘରୋଇ ରେମିଡି ସେୟାର କରିବୁ । ଏହାକୁ ଯଦି ମୂଷା ଖାଇବେ ତେବେ 30 ମିନିଟ ମଧ୍ୟରେ ସେ ମରିବେ ନହେଲେ ଘରୁ ବାହାରି ପଳାଇଯିବେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଉପଚାର ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :-

1. ଟମାଟ
2. ଲଙ୍କାଗୁଣ୍ଡ
3. ଚିନି

ମୂଷା ଘୋଉଡାଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ହେବ ଏକ ଟୋମାଟ । ପ୍ରଥମେ ଆପଣ ଏକ ଚାମଚ ସାହାର୍ଯ୍ୟରେ ଏହିପରି ଅଳ୍ପ ପିଟି ଦିଅନ୍ତୁ , ଏବେ ଟୋମାଟକୁ ଏହିପରି ଭାବରେ ମଝିରୁ କାଟି ଦିଅନ୍ତୁ । ଘରେ ଯେଉଁ ଜାଗାରେ ମୂଷା ଅଧିକ ଦେଖାଯାଉଛନ୍ତି , ସେଗି ଯାଗାରେ ଆପଣ ଯଦି ଏହାକୁ ନେଇ ରଖିଦେବେ ତେବେ ମୂଷା ଏହାକୁ ବହୁତ ସହଜରେ ଖାଇବା ସହିତ ସହଜରେ ମରିଯିବ । ଏଥିପାଇଁ ଆଉ 2 ଟି ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ଲଙ୍କାଗୁଣ୍ଡ ଏବଂ ଚିନି । ପ୍ରଥମେ ଆପଣ ଅଳ୍ପ ଲଙ୍କା ଗୁଣ୍ଡ ନିଅନ୍ତୁ , ଏକଫାଳ ବିଲାତିରେ ସେହି ଲଙ୍କା ଗୁଣ୍ଡକୁ ପକାନ୍ତୁ ।

ଚାମଚ ସାହାର୍ଯ୍ୟରେ ଅଧା ଚାମଚ ଲଙ୍କା ଗୁଣ୍ଡକୁ ଭଲ ଭାବରେ ପୂରାଇ ଦିଅନ୍ତୁ । ଲଙ୍କା ଗୁଣ୍ଡକୁ ଟୋମାଟ ଭିତରେ ଭଲ ଭାବରେ ପୂରାଇ ସାରିଲା ପରେ ତା ଉପରେ ଅଳ୍ପ ଚିନିକୁ ପକାଇ ଦିଅନ୍ତୁ । ଚିନିକୁ ଏହିପରି ଭବାରେ ଥାପନ୍ତୁ ଯେମିତି ଲଙ୍କାଗୁଣ୍ଡ ଉପରକୁ ଆସିବ ନାହିଁ । ଏହିପରି ଆପଣ ଦାବି ଦାବି ଚିନିକୁ ଭଲ ଭାବରେ ଥାପି ଦିଅନ୍ତୁ । ଟୋମାଟ ଚିନି ଖାଇବାକୁ ମୂଷାକୁ ବହୁତ ଭଲ ଲାଗିଥାଏ । ହେଲେ ଏହିପରି ଯଦି ଲଙ୍କା ଗୁଣ୍ଡ ତା ମଧ୍ୟରେ ପକେଇ ଦେବେ ତେବେ ଦେଖିବେ ମୂଷା ଆପଣଙ୍କ ଘରେ ଗୋଟେ ବି ଦେଖାଯିବେ ନାହିଁ ।

କାରଣ ଯଦି ଆଜିର ଏହି ରେମିଡିକୁ ମୂଷା ଖାଆନ୍ତି , ତେବେ ତାହାକୁ ବହୁତ ଅଧିକ ଶୋଷ ଲାଗିଥାଏ । ସେମାନେ ପାଗଳ ହୋଇଯାଆନ୍ତି ଏବଂ ସେମାନେ ପାଣି ଖୋଜନ୍ତି । ଧ୍ୟାନ ରଖିବେ ଯେତେବେଳେ ଆପଣ ମାନେ ଏହି ରେମିଡିକୁ ପ୍ରୟୋଗ କରିବେ ସେତେବେଳେ ଆପଣ ପାଣିକୁ ଘୋଡାଇ ରଖିବେ ବା ଦୂରେଇ ରଖିବେ । ଯେମିତି ମୂଷା ପାଣି ଆଦୌ ପାଇବ ନାହିଁ , ମୂଷା ପାଣି ବିକଳରେ ବାହାରକୁ ପଳେଇବ । ଘରୁ ମୂଷାକୁ ଘଉଡାଇବା ପାଇଁ ଏହା ଜବରଦସ୍ତ ଘରୋଇ ଉପଚାର ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.