Swastik Tv News Odisha

ଘରେ ମନିପ୍ଲାଟ ଲଗେଇବାର ଜାଣନ୍ତୁ 6 ଟି ସଠିକ୍ ଉପାୟ , ଦେଖନ୍ତୁ ଏହାର ଚମତ୍କାର…

0

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମନିପ୍ଲାଟ ଗଛ ଲଗାଇବା ଦ୍ୱାରା ଧନ ଏବଂ ସୁଖ ସମୃଦ୍ଧି ବଢିଥାଏ । କିନ୍ତୁ କିଛି ଲୋକମାନେ ଘରେ ମନି ପ୍ଲାଟ ଗଛ ଲଗାଇଥାନ୍ତି କିନ୍ତୁ ଏହାର ସଠିକ୍ ବେନିଫିଟ୍ ଆମକୁ ମିଳି ନଥାଏ । ଏହାଦ୍ୱାରା ଆମେ ଭାବିଥାଉ ଯେ ମନିପ୍ଲାଟ ଧନ କିମ୍ୱା ସୁଖ ସମୃଦ୍ଧି କରିବାରେ ସାହାର୍ଯ୍ୟ କଲା ନାହିଁ । ତେବେ ଏଥିପାଇଁ ଆପଣଙ୍କୁ କିଛି ଟିପ୍ସ ମାନିବାକୁ ପଡିବ ,ଯାହାଫଳରେ ଆପଣ ମାନେ ଏହାର ଲାଭ ଉଠାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି 6 ଗୋଟି ଟିପ୍ସ ବିଷୟରେ ।

1. ନରସରି କିମ୍ୱା ମାର୍କଟ୍ ରୁ କିଣନ୍ତୁ ନାହିଁ :-

ଆପଣ ମାନେ ମନିପ୍ଲାଟ ଗଛକୁ କାହାଠାରୁ କିଣି ବା ନରସରି ରୁ କିଣି ଘରେ ଲଗାନ୍ତୁ ନାହିଁ , ଏହାଛଡା କୌଣସି ରାସ୍ତାକଡ ରୁ ବା ଅନାବନା ସ୍ଥାନରୁ ଏହି ଆଣିକରି ଲଗାନ୍ତୁ ନାହିଁ । ଏହି ଗଛକୁ ଆଣିବାର ଅଛିତ ଯାହା ପାଖରେ ଏହି ଗଛ ଅଛି ତାଙ୍କ ଠାରୁ ଆଣି ଘରେ ଲଗାନ୍ତୁ ।

2. ଐଶାନ୍ୟ ବା ଉତ୍ତର- ପୂର୍ବ କୋଣରେ ରଖନ୍ତୁ ନାହିଁ :-

ମନିପ୍ଲାଟକୁ କେବେ ମଧ୍ୟ ଐଶାନ୍ୟ କୋଣ ବା ଉତ୍ତର – ପୂର୍ବ ଦିଗରେ ରଖନ୍ତୁ ନାହିଁ , ଏହାଦ୍ୱାରା ଧନ ବ୍ୟୟ ଶରୀର ଓ ସମ୍ପର୍କ ଭିତରେ ନେଗେଟିଭ୍ ପ୍ରଭାବ ପଡିଥାଏ । ଏହି ଗଛକୁ ଘରର ଆଗ୍ନେୟ କୋଣ ବା ପୂର୍ବ – ଦକ୍ଷିଣ କୋଣରେ ଲଗାନ୍ତୁ ।

3. ମୁଖ୍ୟଦ୍ୱରାରେ ଲଗାନ୍ତୁ :-

ଯଦି ଆପଣ ଏହି ଗଛକୁ ବାହାରେ ନଲଗାଇ ଘର ମଧ୍ୟରେ ଲଗାଇବା ପାଇଁ ଚାହୁଁଛନ୍ତି ତେବେ ଏହା ବହୁତ ଭଲ କିନ୍ତୁ ମୁଖ୍ୟଦ୍ୱାର ଉପରେ ଲଗାନ୍ତୁ ଯାହାଫଳରେ ଘରର ସୁଖ ଶାନ୍ତି ସମୃଦ୍ଧି ବଢିଥାଏ ।

4. ଭୂଇଁ ରେ ମାଡିବା ପାଇଁ ଦିଅନ୍ତୁ ନାହିଁ :-

ମନିପ୍ଲାଣ୍ଟ ଗଛର ଯଦି ପତ୍ର ଝାଉଳି ଯାଇଥାଏ କିମ୍ୱା ହଳଦିଆ ପଡିଯାଇଥାଏ ତେବେ ତାକୁ ହାତରେ ନଛିଣ୍ଡାଇ କଇଁଚି ମାଧ୍ୟମରେ କାଟି ସଫା କରି ଦିଅନ୍ତୁ । ମନିପ୍ଲାଣ୍ଟ ଗଛକୁ କେବେହେଲେ ଭୂଇଁ ରେ ମାଡିବା ପାଇଁ ଦିଅନ୍ତୁ ନାହିଁ ।

5. କୁଣ୍ଡରେ କଏନ ପୋତି ଦିଅନ୍ତୁ :-

ଯଦି ଆପଣ ମନିପ୍ଲାଣ୍ଟ ଗଛକୁ କୁଣ଼୍ଡ ବା ବୋତଲରେ ଲଗାଉଛନ୍ତି , କୌଣସି ଏକ କଏନ କୁ ମାଟି ମଧ୍ୟରେ ପକାଇ ସେଥି ମଧ୍ୟରେ ଗଛ କୁ ଲଗାନ୍ତୁ । ଗଛର ମୂଳକୁ ସର୍ବଦା ଢାଙ୍କିକରି ରଖନ୍ତୁ

6. ପାଣି ସହ କ୍ଷୀର ମିଶାଇ ଗଛରେ ଦିଅନ୍ତୁ :-

ମନିପ୍ଲାଟ ଗଛକୁ ପାଣି ଦେବା ସମୟରେ ପାଣିରେ ଅଳ୍ପ କ୍ଷୀର ମିଶାଇ ଗଛକୁ ଦିଅନ୍ତୁ । ଯଦି ଆପଣ ମନିପ୍ଲାଣ୍ଟକୁ ବୋତଲ ଭିତରେ ଲଗାଇଛନ୍ତି ତେବେ ଏହି ପାଣିକୁ ସବୁଦିନ ଚେଞ୍ଜ କରନ୍ତୁ । କେବେବି ଆପଣଙ୍କ ଗଛକୁ ଝାଉଳିବା ବା ଶୁଖିବାକୁ ଦିଅନ୍ତୁ ନାହିଁ । ଏହି ଗଛର ରକ୍ଷଣ ବେକ୍ଷଣ ପାଇଁ ଅଧିକ ପରିଶ୍ରମ କରିବା ପାଇଁ ପଡି ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.